ETV Bharat / bharat

ମଣିପୁର ପୋଲିସକୁ ବଡ ସଫଳତା, 2320 କୋଟି ମୂଲ୍ୟର ଡ୍ରଗ୍ସ ଜବତ - ମଣିପୁର ପୋଲିସକୁ ବଡ ସଫଳତା

ଆସାମ ରାଇଫଲ୍ସ ଓ ମଣିପୁର ପୋଲିସକୁ ବଡ ସଫଳତା ମିଳିଛି । ଦୁଇ ଅଧିକାରୀଙ୍କ ମିଳିତ ଉଦ୍ୟମରେ 2320 କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି । ଅଧିକ ପଢନ୍ତୁ...

Manipur police seized 2320 crore drugs smuggled from Myanmar
ମଣିପୁର ପୋଲିସକୁ ବଡ ସଫଳତା, 2320 କୋଟି ମୂଲ୍ୟର ଡ୍ରଗ୍ସ ଜବତ
author img

By

Published : Nov 20, 2020, 3:26 PM IST

ଇମ୍ଫାଲ: ମଣିପୁର ପୋଲିସ ଓ ଆସାମ ରାଇଫଲ୍ସର ମିଳିତ ଉଦ୍ୟମରେ ଅକ୍ଟୋବର ମାସ ମଧ୍ୟରେ 582 କିଲେଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 2320 କୋଟି ଟଙ୍କା ହେବ ବୋଲି ଜଣାପଡିଛି । ପୋଲିସର ଏହି ସଫଳତା ପରେ ମଣିପୁର ସରକାର 94 ଜଣ ପୋଲିସ ଅଧିକାରୀଙ୍କ ଲାଗି 30 ଲକ୍ଷ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଦେଶର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ ହେଉଛି । ଇତିମଧ୍ୟରେ ମଣିପୁର ପୋଲିସକୁ ବଡ ସଫଳତା ମିଳିଛି । ମିଆଁମାରରୁ ଦେଶକୁ ଚାଲାଣ ହେଉଥିବା ପ୍ରାୟ 2320 କୋଟି ମୂଲ୍ୟର ନିଶାଦ୍ରବ୍ୟକୁ ପୋଲିସ ଅକ୍ଟୋବର ମାସ ମଧ୍ୟରେ ଜବତ କରିଛି । ତେବେ ପୋଲିସ ଏହି ନିଶାଦ୍ରବ୍ୟକୁ ଭିନ୍ନ ଭିନ୍ନ ସମୟ ତଥା ସ୍ଥାନରେ ଚଢାଉ କରି ଜବତ କରିଛି ।

ରାଜ୍ୟର ଥୌବାଲ ଜିଲ୍ଲା ପୋଲିସ ମୋଜିଙ୍ଗ ଅୱାଙ୍ଗ ଅଞ୍ଚଳରୁ 435.945 କିଲୋଗ୍ରାମର ବ୍ରାଉନ ସୁଗାର ଜବତ କରିଥିବା ବେଳେ 438 ଲିଟରର ନିଶା ପାନୀୟକୁ ଅକ୍ଟୋବର 29 ତାରିଖରେ ଜବତ କରିଥିଲା । ସେହିପରି ବିଷ୍ଣୁପୁର ଜିଲ୍ଲାରୁ ଅକ୍ଟୋବର 28 ତାରିଖରେ ଏକ ସେଭରୋଲେଟ କାର ମଧ୍ୟରୁ 74 କେଜି ବ୍ରାଉନ ସୁଗାର ଜବତ କରିଥିବା ବେଳେ ନଭେମ୍ବର 11 ତାରିଖରେ ଥୌବାଲ ଜିଲ୍ଲା କମୁ ଗ୍ରାମରୁ 72 କେଜି ବ୍ରାଉନ ସୁଗାରକୁ ଆସାମ ରାଇଫଲ୍ସ ଓ ମଣିପୁର ପୋଲିସ ମିଳିତ ଭାବେ ଚଢାଉ କରି ଜବତ କରିଥିଲା ।

ଏହି ବଡ ସଫଳତାରେ ଜଡିତ ଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର 94 ଜଣ ପୋଲିସ ଅଧିକାରୀଙ୍କୁ ମଣିପୁର ସରକାର 30 ଲକ୍ଷ ପୁରସ୍କାର ରାଶି ଘୋଷଣା କରିଛନ୍ତି । କୋରୋନା ସମୟରେ ଲୋକମାନେ ଜୀବିକା ହରାଇ ଏଭଳି ନିଶା କାରବାରରେ ଲିପ୍ତ ରହୁଥିବା ଫେଡେରେସନ୍ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) କହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.