ETV Bharat / bharat

Manipur violence: ଶାହଙ୍କ ନ୍ୟାୟିକ ତଦନ୍ତ ଘୋଷଣା ପରେ ବଦଳିଲେ ପୋଲିସ ଡିଜିପି

author img

By

Published : Jun 1, 2023, 4:07 PM IST

ବଦଳିଲେ ମଣିପୁର ପୋଲିସ ଡିଜିପି । କେନ୍ଦ୍ରୀୟ ଡେପୁଟେସନରେ ଡାକରା । ନୂତନ ଡିଜିପି ହେବେ ବରିଷ୍ଠ ଆଇପିଏସ ରାଜୀବ ସିଂ । ଅଧିକ ପଢନ୍ତୁ

Manipur violence: ବଦଳିଲେ ପୋଲିସ ଡିଜିପି
Manipur violence: ବଦଳିଲେ ପୋଲିସ ଡିଜିପି

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଦେଖାଯାଇଥିବା ସାମ୍ପ୍ରଦାୟିକ ହିଂସାର ନ୍ୟାୟିକ ତଦନ୍ତ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀଙ୍କ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ବଦଳି କରାଯାଇଛି । ଭାରତୀୟ ପୋଲିସ ସେବାର ତ୍ରିପୁରା କ୍ଯାଡର ଅଧିକାରୀ ରାଜୀବ ସିଂଙ୍କୁ ମଣିପୁର ନୂତନ ପୋଲିସ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଆଇପିଏସ ରାଜୀବ ସିଂ ଏବେ ସିଆରପିଏଫର ଆଇଜି ଭାବେ ଦାୟିତ୍ବରେ ରହିଛନ୍ତି । ସେ ତ୍ରିପୁରା କ୍ୟାଡର ଅଧିକାରୀ ହୋଇଥିଲେ ସୁଦ୍ଧା ଇଣ୍ଟର-କ୍ୟାଡର ଡେପୁଟେସନରେ ମଣିପୁର ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିବେ ।

ସେହିପରି ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ପି.ଡଙ୍ଗେଲଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି । ସେ ଏବେ ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରିବେ । ତେବେ ଗତମାସ (ମେ’) ପ୍ରାରମ୍ଭରେ ରାଜ୍ୟରେ ଦେଖାଯାଇଥିବା ବ୍ୟାପକ ହିଂସାରେ ପୋଲିସର କାର୍ଯ୍ୟଶୈଳୀ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । କେନ୍ଦ୍ରୀୟ ଫୋର୍ସ ସହ ସେନା ମଧ୍ୟ ମୁତୟନ ହୋଇଥିଲ । 3 ଦିନ ଧରି ଲାଗି ରହିଥିବା ଦଙ୍ଗା ସ୍ଥିତିରେ ପ୍ରାୟ 80 ଲୋକ ପ୍ରାଣ ହରାଇବା ସହ ଅନେକ ସଂଖ୍ୟାରେ ବାସହରା ହୋଇପଡ଼ିଥିଲେ । ସଂରକ୍ଷଣ ବିବାଦକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏହି ହିଂସା ଦେଖବାକୁ ମିଳିଥିଲା ।

ଆଜି ପୂର୍ବାହ୍ନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ହିଂସାର ନ୍ୟାୟିକ ତଦନ୍ତ ହେବା ନେଇ ଘୋଷଣା କରିଥିଲେ । ମଣିପୁର ହାଇକୋର୍ଟର ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ପ୍ୟାନେଲ ଏହି ନ୍ୟାୟିକ ତଦନ୍ତ କରିବ । ଶାନ୍ତି କମିଟି ମଧ୍ୟ ଗଠନ କରାଯିବ, ଯାହା ରାଜ୍ୟପାଳଙ୍କ ପ୍ରତ୍ୟେକ୍ଷ ପର୍ଯ୍ୟବେକ୍ଷଣରେ ରହିବ । ସେହିପରି ଗଠନ ହେବାକୁ ଥିବା ଶାନ୍ତି କମିଟିରେ ଉଭୟ କୁକି ଓ ମୈତେଇ ସମ୍ପ୍ରଦାୟର ପ୍ରତିନିଧି ରହିବା ନେଇ ଶାହ କହିଥିଲେ ।

ମେ’ 3 ତାରିଖରେ ମୈତେଇ ସମ୍ପ୍ରଦାୟ ହାଇକୋର୍ଟରେ କରିଥିବା ଜାତିଗତ ସଂରକ୍ଷଣ ମାମଲାରେ ରାୟ ଆସିବା ପରେ ଆଦିବାସୀ (କୁକି) ସମ୍ପ୍ରଦାୟ ଏହାକୁ ବିରୋଧ କରି ରାସ୍ତାକୁ ବାହାରିଥିଲେ । ଚୋରାଚାନ୍ଦପୁର ଜିଲ୍ଲାରେ ଆଦିବାସୀ ଛାତ୍ର ସମାଜ ଦ୍ବାରା ବାହାର କରଯାଇଥିବା ମାର୍ଚ୍ଚରେ ହିଂସାର ସୂତ୍ରପାତ ହୋଇଥିଲା । ପରେ ଏହି ହିଂସାର ପ୍ରଭାବ ସାରା ରାଜ୍ୟକୁ ବ୍ୟାପି ଯାଇଥିଲା । ରାଜଧାନୀ ଇମ୍ଫାଲ ଓ ଭ୍ୟାଲି, ଚୋରାଚାନ୍ଦପୁର ଜିଲ୍ଲା ସମେତ ଅନ୍ୟ କିଛି ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ମୋଟ 80 ଲୋକଙ୍କ ପ୍ରାଣହାନୀ ହେବା ସହ 30 ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ଅସ୍ଥାୟୀ ରିଲିଫ୍‌ କ୍ଯାମ୍ପରେ ରଖିବାକୁ ପଡ଼ିଥିଲା ।

ସେନା, ପାରା ମିଲିଟାରୀ ଫୋର୍ସ ସହ ସ୍ଥାନୀୟ ପୋଲିସ ଦଙ୍ଗା ନିୟନ୍ତ୍ରଣରେ ନିୟୋଜିତ ହୋଇଥିଲେ । ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଥିଲା । ହେଲେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏବେ ମଧ୍ୟ ଉଭୟ ସମ୍ପ୍ରଦାୟ ମଧ୍ୟରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ଅମିତ ଶାହ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.