ETV Bharat / bharat

Manipur Horror: ୪ ଅଭିଯୁକ୍ତଙ୍କୁ ୧୧ ଦିନିଆ ରିମାଣ୍ଡରେ ନେଲା ପୋଲିସ - ମଣିପୁର ପୋଲିସ

ମଣିପୁରରେ ଯୁବତୀଙ୍କୁ ଉଲଗ୍ନ କରିବା ଘଟଣା । ୪ ଅଭିଯୁକ୍ତଙ୍କୁ ୧୧ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 21, 2023, 8:01 PM IST

ଇମ୍ଫାଲ: ମଣିପୁର ୨ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ । ଘଟଣାରେ ପୂର୍ବରୁ ଜଣେ ଗିରଫ ହୋଇଥିବା ବେଳେ ଆଜି ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏ ନେଇ ମଣିପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାଟି ଗତ ମେ ୪ ତାରିଖରେ ଘଟିଥିବା ବେଳେ ଚଳିତ ମାସ ୧୯ ତାରିଖରେ ଭିଡିଓ ଭାଇରାଲ ହୋଇଥିଲା ।

ଏହି ଭାଇରାଲ ଭିଡିଓ ମାମଲାରେ ଅନେକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ବେଳେ ପୋଲିସ ଏଯାବତ ମାତ୍ର ୪ ଜଣଙ୍କୁ ଚିହ୍ନଟ କରିଛି । ପୂର୍ବରୁ ଜଣେ ଗିରଫ ହୋଇଥିବା ବେଳେ ଆଜି ନୋଙ୍ଗପୋକ ସେକାମଇ ପୋଲିସ ଷ୍ଟେସନ ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଛି ମଣିପୁର ପୋଲିସ । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହେବା ପରେ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଘଟଣାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି ହେବା ପରେ ପୋଲିସ ନିଜ ଆଡୁ ଅଜଣା ମାରଣାସ୍ତ୍ରଧାରୀ ଦୁର୍ବୃତ୍ତଙ୍କ ବିରୋଧରେ ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରିଥିଲା ।

ଏହା ବି ପଢନ୍ତୁ- Manipur Violence: ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ପୂର୍ବରୁ...

ଅଭିଯୋଗ ଅନୁସାରେ ୨ ଜଣ ମହିଳାଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିବା ସହିତ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଦେଶ ଲଜ୍ଜିତ ହୋଇଛି । ଭାରତ ମାଟିରେ ମହିଳାଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର ଦେଶବାସୀଙ୍କୁ ବିଚଳିତ କରିଛି । ଏହାପରେ ବିରୋଧୀ ବିଜେପି ନେତୃତ୍ବାଧୀନ କେନ୍ଦ୍ର ଉପରେ ବର୍ଷିଥିଲେ । ଏହାପରେ ମଣିପୁର ହିଂସାକାଣ୍ଡକୁ ନେଇ ପୂର୍ବରୁ ମୌନବ୍ରତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରବତା ଭାଙ୍ଗିଥିଲେ । ଏହି ଘୃଣ୍ୟ କାଣ୍ଡରେ ଯାହାର ବି ସମ୍ପୃକ୍ତି ରହିଛି ତାକୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ବୋଲି ସେ କହିଥିଲେ ।

ଏହା ବି ପଢନ୍ତୁ- Manipur Women Paraded Naked: ରାଜଧାନୀରେ ଜଣେ ଅଭିଯୁକ୍ତ ଘର ଭାଙ୍ଗି ନିଆଁ ଲଗାଇଲେ ଉତ୍ତ୍ୟକ୍ତ ମହିଳା

ଗତ କିଛି ମାସ ଧରି ମଣିପୁରରେ ଚାଲିଥିବା ହିଂସାକାଣ୍ଡରେ ଅନେକ ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି । ଏଯାବତ ମୋଟ ୧୬୦ ଜଣଙ୍କ ପ୍ରାଣହାନି ମଧ୍ୟ ଘଟିଛି । ଏହି ବିବାଦ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ । ମୈତେଇ ସମ୍ପ୍ରଦାୟର ଲୋକେ ଅନୁସୂଚିତ ଜନଜାତି ମାନ୍ୟତା ଲାଗି ଦାବି କରୁଥିବା ବେଳେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପାହାଡି ଅଧିବାସୀ । ମଣିପୁରର ମୋଟ ଜନସଂଖ୍ୟା ମଧ୍ୟରୁ ୫୩ ପ୍ରତିଶତ ମୈତେଇ ସମ୍ପ୍ରଦାୟର ଥିବା ବେଳେ ୪୦ ପ୍ରତିଶତ କୁକି ସମ୍ପ୍ରଦାୟର । ମୈତେଇ ସମ୍ପ୍ରଦାୟ ଇମ୍ଫାଲ ଭ୍ୟାଲିରେ ରହୁଥିବା ବେଳେ କୁକି ସମ୍ପ୍ରଦାୟ ପାହାଡି ଜିଲ୍ଲାଗୁଡ଼ିକରେ ବାସ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.