ETV Bharat / bharat

Manipur landslide: ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ, କହିଲେ ରାଜ୍ୟର ସବୁଠୁ ଦୁଃଖଦ ଘଟଣା - ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ

ମଣିପୁରର ନୋନିରେ ଭୂସ୍ଖଳନ ସ୍ଥଳ ବୁଲି ଉଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ । ଘଟଣାରେ ଦୁଃଖ ପ୍ରକାଶ କରିବା ସହ କହିଲେ ରାଜ୍ୟ ଇତିହାସରେ ସବୁଠୁ ଦୁଃଖଦ ଘଟଣା । ଉଦ୍ଧାର ହୋଇ ସାରିଲାଣି 20 ମୃତଦେହ । ଅଧିକ ପଢନ୍ତୁ

Manipur landslide: ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ

author img

By

Published : Jul 2, 2022, 8:39 AM IST

ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ବୀରେନ ସିଂ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେ ରେସକ୍ୟୁ ଅପରେସନରେ ଲାଗିଥିବା ଉଦ୍ଧାରକାରୀ ଟିମ ସହ ଆଲୋଚନା ମଧ୍ୟ କରିଛନ୍ତି । ରାଜ୍ୟ ଇତିହାସରେ ସବୁଠୁ ଦୁଃଖଦ ବୋଲି କହିଛନ୍ତି ବୀରେନ । ବର୍ତ୍ତମାନ ସୁଦ୍ଧା 20 ମୃତଦେହ ଉଦ୍ଧାର ସାରିଲାଣି । ଆଉ କିଛି ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ଟିମ ସହ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି ।

Manipur landslide: ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ବୀରେନ ସିଂ, କହିଲେ ରାଜ୍ୟର ସବୁଠୁ ଦୁଖଃଦ ଘଟଣା

ମୁଖ୍ୟମନ୍ତ୍ରୀ ବୀରେନ କହିଛନ୍ତି, ‘‘ରାଜ୍ୟ ଇତିହାସରେ ସବୁଠୁ ବଡ ଦୁଃଖଦ ଘଟଣା ଘଟିଛି । ଆମେ 20 ସେନା ଯବାନଙ୍କ ସହ 81 ଜଣଙ୍କୁ ହରାଇଛୁ । ଏବେ ମଧ୍ୟ ମାଟି ଅତଡା ତଳେ ପ୍ରାୟ 55 ଜଣ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତଦେହ ଉଦ୍ଧାର ପାଇଁ ଆଉ 2 ରୁ 3 ଦିନ ଲାଗିପାରେ । ଭାରତୀୟ ସେନା ଓ ଏନଡିଆରଫ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।’’

  • Noney landslide | Worst incident in the history of state...We have lost 81 people's lives of which 18 including territorial army (personnel) rescued; around 55 trapped. It will take 2-3 days to recover all the dead bodies due to the soil: Manipur CM N Biren Singh (1.07) pic.twitter.com/ktyEUI2nD3

    — ANI (@ANI) July 1, 2022 " class="align-text-top noRightClick twitterSection" data=" ">

ଗତକାଲି ଆଉ 16 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେମାନଙ୍କ ମଧ୍ୟରେ 12 ସେନା ଯବାନ ଓ 4 ସାଧାରଣ ଲୋକ ରହିଥଲେ । ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ମୋଟ 20 ମୃତଦେହ ମଧ୍ୟରେ 15 ଯବାନ ଓ 5 ସାଧାରଣ ଲୋକ ରହିଛନ୍ତି । ଯବାନଙ୍କ ମୃତଦେହ ଉଦ୍ଧାର ପରେ ସେନା କ୍ୟାମ୍ପରେ ରାଷ୍ଟ୍ରୀୟ ସମ୍ମାନ ଦିଆଯିବା ପରେ ସେମାନଙ୍କ ରାଜ୍ୟକୁ ପଠାଯାଉଛି । ଏବେ ମଧ୍ୟ 15 ଯବାନ ଓ ପ୍ରାୟ 29 ସାଧାରଣ ଲୋକଙ୍କ ପତ୍ତା ମିଳି ପାରିନାହିଁ । ଏକାଧିକ ଜେସିବି ମେସିନରେ ଖୋଳା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.