ETV Bharat / bharat

ଦନ୍ତ ଚିକିତ୍ସକରୁ ମୁଖ୍ୟମନ୍ତ୍ରୀ, ତ୍ରିପୁରାର ଏକାଦଶତମ CM ଭାବେ ଶପଥ ନେଲେ ମାଣିକ ସାହା

author img

By

Published : May 15, 2022, 7:49 AM IST

Updated : May 15, 2022, 12:59 PM IST

ତ୍ରିପୁରାରେ ଆଜିଠୁ ମାଣିକ ସାହାଙ୍କ ସରକାର । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ମାଣିକ ସାହା(Manik Saha) । ଅଧିକ ପଢନ୍ତୁ

ତ୍ରିପୁରାରେ ଆଜିଠୁ ମାଣିକ ସାହା ସରକାର:ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଭାବେ ଆଜି ଶପଥ ନେଲେ ମାଣିକ ସାହା(Manik Saha) । ଅଗରତାଲା ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ଶପଥପାଠ କରାଇଛନ୍ତି । ଫଳରେ ତ୍ରିପୁରାର ଏକାଦଶତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଦନ୍ତ ଚିକିତ୍ସକରୁ ରାଜନେତା ବନିଥିବା ମାଣିକ ସାହା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାଣିକ । ଏଥିସହ ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ପେଷାରେ ଜଣେ ଦନ୍ତ ଚିକିତ୍ସକ ଥିବା ମାଣିକ ସାହା ଆସନ୍ତାବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବୋଲି ଅନୁମାନ କରାଯାଉଛି । କାରଣ ଆସନ୍ତା ବର୍ଷ ଏହି ନର୍ଥଇଷ୍ଟ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳଦ ଦେବଙ୍ଗ ହଠାତ ଇସ୍ତଫା ରାଜନୈତିକ ମହଲରେ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ତେବେ ତୃଣମୂଳ କଂଗ୍ରେସ(TMC) ଏହି ରାଜ୍ୟରେ ନିଜର ଶକ୍ତିବୃଦ୍ଧି କରୁଥିବାରୁ ଡକ୍ଟର ସାହାଙ୍କ ନେତୃତ୍ବରେ ଦଳ ଏଠାରେ ପୁଣି ଆଗାମୀ ବିଧାନସଭା ନିର୍ବାଚନ ଜିତିବାକୁ ଗୋଟିଚାଳନା କରିଥିବା ଚର୍ଚ୍ଚା ହେଉଛି ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବ ଇସ୍ତଫା ଦେବାର କିଛି ଘଣ୍ଟା ପରେ BJP ବିଧାୟକ ଦଳ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାଣିକ ସାହାଙ୍କ ନାଁରେ ମୋହର ମାରିଥିଲା । 2016ରେ ମାଣିକ ସାହା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । 2020ରେ ତାଙ୍କୁ ତ୍ରିପୁରା ବିଜେପି ପ୍ରାଦେଶିକ ମୁଖ୍ୟ ଭାବେ ଦଳ ଦାୟିତ୍ବ ଦେଇଥିଲା ଓ ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ରାଜ୍ୟରେ ହଠାତ ମୁଖ୍ୟମନ୍ତ୍ରୀ ବଦଳ ସମସ୍ତଙ୍କୁ ଚକିତ କରିଛି । ବିପ୍ଲବ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟଙ୍କୁ (State Governor Satyadeo Narain Arya) ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ରାଜ୍ୟରେ 25 ବର୍ଷର କମ୍ୟୁନିଷ୍ଟ ଶାସନ ଶେଷପରେ ବର୍ଷ 2018ରେ ତ୍ରିପୁରାରେ ଭାରତୀୟ ଜନତା ପାର୍ଟିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ବିପ୍ଳବ ଦେବ ।

Last Updated : May 15, 2022, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.