ବେଙ୍ଗାଲୁରୁ: ପିତୃ ଦିବସରେ କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲା ମଲ୍ଲାଭଲି ତହସିଲ ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗୋଟିଏ ଦିନରେ ବାପ ଝିଅଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି ।
ମିଳିଥିବା ସୂଚନା ଅନୁସାରେ ବାନ୍ଦଭ୍ୟା(17) କୌଣସି ଏକ କଲେଜରେ ପାଠପଢାକୁ ନେଇ ନିଜ ପିତାଙ୍କ ସହିତ ଝଗଡ଼ା କରିଥିଲା । ରାତିରେ ଝଗଡ଼ା ହୋଇଥିବା ବେଳେ ପରଦିନ ସକାଳରେ ବାନ୍ଦଭ୍ୟା ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା । ତେବେ ଝିଅର ମୃତ୍ୟୁ ଖବର ପାଇବା ପରେ ପିତା ରାଜୁ(65)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ହୃଦୟବିଦାରକ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ତେବେ ପିତୃ ଦିବସରେ ମଲ୍ଲାଭଲି ତହସିଲ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ମଲାଭଲ୍ଲି ଗ୍ରାମାଞ୍ଚଳ ପୋଲିସ ସେଠାରେ ପହଞ୍ଚିଥିଲା । ତଦନ୍ତ କରିବା ପରେ ଘଟଣାରେ ଏକ ମାମଲା ରୁଜୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ