ବେଙ୍ଗାଲୁରୁ: ଇଚ୍ଛା ଶକ୍ତି ଥିଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ରୋକି ପାରିବନି । ଏମିତି ଜଣେ ପ୍ରତିଭାବାନ ଯୁବକ ହେଉଛନ୍ତି କର୍ଣ୍ଣାଟକ ମାଣ୍ଡ୍ୟାର ଚା’ ବିକାଳି ଆର.ଶଶାଙ୍କ । ତୁଳସୀ ଦୁଇ ପତ୍ରରୁ ବାସିବା ପରି ତାଙ୍କ ପ୍ରତିଭାର ମହକ ପରିବେଶରୁ ସୁଗନ୍ଧମୟ କରିଛି । ଦୃଢ ଇଚ୍ଛାଶକ୍ତି.. କିଛି କରି ଦେଖାଇବାର ନିଶା ପାଇଁ ସେ ଆଜି ଜିତି ପାରିଛନ୍ତି ନୋବେଲ ୱାର୍ଲ୍ଡ ରେକର୍ଡସ ଆୱାର୍ଡ ( Noble World Records Award ) । ସିଏ ପ୍ରଥମ ଭାରତୀୟ ଭାବେ ଟୋରାଣ୍ଡୋ କିକ୍ କାଟାଗୋରୀରେ ଖୁବ୍ କମ୍ ସମୟ ମଧ୍ୟରେ କିକ୍ ମାରି ଏହି ଆୱାର୍ଡ ହାତେଇଛନ୍ତି । ଏବେ ତାଙ୍କ ପ୍ରଶଂସାରେ ଶତମୁଖ ସମଗ୍ର ଜିଲ୍ଲା ।
ମାତ୍ର 20 ବର୍ଷ ବୟସରେ ସେ ଏହି ଆୱାର୍ଡ ଜିତି ରେକର୍ଡ କରିଛନ୍ତି । ପିଲାଟି ବେଳୁ କରାଟେରେ କିଛି କରି ଦେଖାଇବାରେ ନିଶା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି । ପୂର୍ବରୁ କରାଟେରୁ ଜାତୀୟ ଓ ରାଜ୍ୟ ପୁରସ୍କାର ପାଇଥିବା ଶଶାଙ୍କ କିନ୍ତୁ ଟୋରାଣ୍ଡୋ କିକ୍ 'ଟ୍ରେନିଂ ନେବାକୁ ସ୍ଥିର କରିଥିଲେ । ହେଲେ ଆର୍ଥିକ ଅନଟନରେ ପେଶି ହେଉଥିବା ଶଶାଙ୍କ ପାଇଁ ଏତେ ସହଜପୂର୍ଣ୍ଣ ନଥିଲା ।
କୋରୋନାର ପ୍ରଥମ ଲହରରେ ତାଙ୍କ ବାପା ରାଜନ ଅସୁସ୍ଥ ହୋଇପଡିଥିଲେ । ପରିବାର ଚଳାଇବା କଷ୍ଟ ସାଧ୍ୟ ହୋଇପଡିଥିଲା । ପରିସ୍ଥିତି ସିନା ଦୁର୍ଦ୍ଦିନକୁ ଠେଲି ଦେଇଥିଲା ମନୋବଳ କିନ୍ତୁ ଭାଙ୍ଗି ପାରି ନଥିଲା । ବାପା ଅସୁସ୍ଥ ହେବା ପରେ ଶଶାଙ୍କ ଚା’ ବିକିବା ଆରମ୍ଭ କଲେ । ସକାଳୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚା’ ବିକ୍ରି ବାକି ବଳକା ସମୟ ଟ୍ରେନିଂରେ ନିଜକୁ ବ୍ୟସ୍ତ ରଖୁଥିଲେ ସେ ।
Tornado kick training ଏତେଟା ସହଜ ନୁହେଁ । ଏହି ସମୟରେ ଅନେକ ଥର ଅସୁସ୍ଥ ମଧ୍ୟ ହୋଇପଡିଥିଲେ ଶଶାଙ୍କ । ଏସବୁକୁ ଖାତିର ନ କରି ସେ ଟ୍ରେନିଂରେ ବ୍ୟସ୍ତ ରଖୁଥିଲେ ନିଜକୁ । ପରେ କିକ୍ ମାରୁଥିବାର ଏକ ଭିଡିଓ Noble World Records Award ସଂସ୍ଥାକୁ ପଠାଇଥିଲେ । ଏହାପରେ ତାଙ୍କୁ ଆୱାର୍ଡ ମିଳିବା ସହ Guinness World Recordକୁ ମଧ୍ୟ ଏହି ଭିଡିଓଟି ପଠା ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ