ETV Bharat / bharat

ଯୌଗିକ ପଦ୍ଧତି ଓ ଇନସୋମନିଆ ଉପଚାର - ନିଦ୍ରା

ଗଭୀର ନିଦ୍ରା ହେବାରେ ବାରମ୍ବାର ଅସୁବିଧା ହେବା ହେଉଛି ଇନସୋମନିଆ । ଅନିଦ୍ରା ହିଁ ଇନସୋମିଆନା । ଅଧିକ ସମୟ ଶୋଇ ବି ଯଦି ନିଦ ଲାଗେ, ତାହା ହେଲେ ଏହା ମଧ୍ୟ ଏକପ୍ରକାର ଇନସୋମନିଆ । ସକାଳର ଆଳସ୍ୟ ଓ କ୍ଲାନ୍ତିବୋଧ ଇନସୋମନିଆ ସହ ଜଡିତ । ଇନସୋମନିଆ ହେଲେ ଦିନଟାଯାକ ଅନିଦ୍ରାପଣ ଓ ଅସୁସ୍ଥତା ଅନୁଭୂତ ହୁଏ । ବ୍ରେନ ବ୍ଲାକଆଉଟ ମଧ୍ୟ ଅନୁଭୂତ ହୁଏ । ବେଳେ ବେଳେ ଶରୀରର ମାଂସପେଶୀରେ କଠୋରତା ମଧ୍ୟ ଉଲ୍ଲେଖ କରାଯାଏ । ଅଧିକ ପଢନ୍ତୁ..

ଯୈାଗିକ ପଦ୍ଧତି ଓ ଇନସୋମନିଆ ଉପଚାର
ଯୈାଗିକ ପଦ୍ଧତି ଓ ଇନସୋମନିଆ ଉପଚାର
author img

By

Published : Mar 19, 2021, 8:44 PM IST

ଯୋଗଶାସ୍ତ୍ର ଅନୁସାରେ ନିଦ୍ରା ହେଉଛି ପ୍ରାକୃତିକ ଧ୍ୟାନ । ଆତ୍ମାକୁ ଶାନ୍ତି ପାଇଁ ଏହା ଏକ ମାଧ୍ୟମ । ପୃଥିବୀର ସମସ୍ତ ଜୀବ ରାତିରେ ନିଦ୍ରା ଯାଆନ୍ତି । ବଡି କ୍ଲକ୍ ଏଭଳି ଭାବେ ଡିଜାଇନ କରାଯାଇଛି ଯେ, ଏହା ଯଥେଷ୍ଟ ନିଦ୍ରା ଆବଶ୍ୟକ କରେ, ଯାହା ଦ୍ୱାରା ଶରୀରର କ୍ରିୟା ପ୍ରତିକ୍ରିୟା ଠିକ୍ ଭାବେ ସଂଚାଳିତ ହୋଇ ସାମଗ୍ରିକ ଭାବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରର ସଠିକ କ୍ରିୟାଶୀଳତା ପାଇଁ ଗୁଣାତ୍ମକ ନିଦ୍ରା ଦରକାର । ଯୋଗ ଓ ଇନସୋମନିଆ ବାବଦରେ ଇଟିଭି ଭାରତ ସୁଖୀଭବଃ ଡକ୍ଟର ଜାହ୍ନଭୀ କଥ୍ରାନିଙ୍କ ସହ ଆଲୋଚନା କରିଥିଲା ।

ଗଭୀର ନିଦ୍ରା ହେବାରେ ବାରମ୍ବାର ଅସୁବିଧା ହେବା ହେଉଛି ଇନସୋମନିଆ । ଅନିଦ୍ରା ହିଁ ଇନସୋମିଆନା । ଅଧିକ ସମୟ ଶୋଇ ବି ଯଦି ନିଦ ଲାଗେ, ତାହା ହେଲେ ଏହା ମଧ୍ୟ ଏକପ୍ରକାର ଇନସୋମନିଆ । ସକାଳର ଆଳସ୍ୟ ଓ କ୍ଲାନ୍ତିବୋଧ ଇନସୋମନିଆ ସହ ଜଡିତ । ଇନସୋମନିଆ ହେଲେ ଦିନଟାଯାକ ଅନିଦ୍ରାପଣ ଓ ଅସୁସ୍ଥତା ଅନୁଭୂତ ହୁଏ । ବ୍ରେନ ବ୍ଲାକଆଉଟ ମଧ୍ୟ ଅନୁଭୂତ ହୁଏ । ବେଳେ ବେଳେ ଶରୀରର ମାଂସପେଶୀରେ କଠୋରତା ମଧ୍ୟ ଉଲ୍ଲେଖ କରାଯାଏ ।

ଇମସୋମନିଆର ପ୍ରକାର ଭେଦ

. ଆକ୍ୟୁଟ ବା ତୀବ୍ର - ପ୍ରାରମ୍ଭିକ ଅବସ୍ଥାରେ ଯଦି ଗୋଟିଏ ଦୁଇଟି ରାତି , ସପ୍ତାହ ବା ମାସଟିଏ ଧରି ନିଦ୍ରାହୀନତା ଦେଖାଯାଏ ବା ଭଲ ନିଦ ହୁଏ ନାହିଁ ।

.କ୍ରନିକ ବା ଜଟିଳ – ସପ୍ତାହକୁ ୩ ବା ଅଧିକ ରାତି ଓ ସର୍ବାଧିକ ୩ ମାସ ଧରି ରାତିରେ ନିଦ ନ ହେବା ସ୍ଥିତି ଜଟିଳ ବୋଲି ଧରାଯିବ ।

ଶରୀରକୁ ବିଶ୍ରାମ ଦେବା ସହ ଶରୀର ଓ ମସ୍ତିଷ୍କର ଉନ୍ନତ କାର୍ଯ୍ୟକାରିତା ପାଇଁ ନିଦ ଜରୁରୀ । ଏହାଛଡା ଶରୀରର ସକ୍ରିୟତା ପାଇଁ ବି ଯଥେଷ୍ଟ ଅମ୍ଳଜାନ ଯୋଗାଣ ଓ ଅଭ୍ୟନ୍ତରୀଣ ମେଟାବଲିଜିମ କାର୍ଯ୍ୟକଳାପ ଦରକାର । ନିଦରେ ସାମାନ୍ୟ ବ୍ୟାଘାତ ସୃଷ୍ଟି ହେଲେ ବି ଜଣେ ପେଷାଦାର ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଦରକାର । ତେବେ, ଯୋଗ ମାଧ୍ୟମରେ ଅନିଦ୍ରା ରୋଗ ଦୂର କରିହେବ ବୋଲି ପ୍ରାଚୀନ ଯୋଗ ଶାସ୍ତ୍ର ଗୁଡିକରେ ଉଲ୍ଲେଖ ରହିଛି । ଅନିଦ୍ରାରୁ ମୁକ୍ତି ପାଇଁ ନିମ୍ନଲିଖିତ କିଛି ଯୌଗିକ ପଦକ୍ଷେପ ବି ବେଶ ଉପକାରୀ ।

. ଆହାର ବିହାର- ଆହାର ଓ ପୋଷଣା ସହ ସଠିକ ସମୟରେ ଭୋଜନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆପଣ ଯେପରି ଖାଦ୍ୟ ଖାଇବେ, ତାହା ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟରେ ପ୍ରତିଫଳନ ହେବ । ସକାରାତ୍ମକ ମନୋଭାବ ରଖିବା ଏକାନ୍ତ ଆବଶ୍ୟକ ।ଏହା ସୁନିଦ୍ରାରେ ସହାୟକ ହେବ ।

. ୟମ-ନିୟମ - ଆତ୍ମ ଶୃଙ୍ଖଳା ଓ ସାମାଜିକ ଶୃଙ୍ଖଳା ସହ ଯୋଗ ଆରମ୍ଭ ହୁଏ । ସାଧାରଣ ଭାବେ ଏହା ସଠିକ ଭାବେ ଜୀବନର ରୁଟିନ ଓ ପରିଚାଳନା ସଦୃଶ । ସଠିକ ନିୟମ ପାଳନ କରିବା ଦରକାର । ଅଭ୍ୟନ୍ତରୀଣ ଓ ବାହ୍ୟ ଭାବେ ଆମକୁ ଶୃଙ୍ଖଳା ବଜାୟ ରଖିବାକୁ ପଡିବ ।

.ପ୍ରାଣାୟମ – ବ୍ରିଥିଂ ଟେକନିକ୍ ଦ୍ୱାରା ଶରୀର ଭିତରେ ଥିବା ଶକ୍ତିକୁ ଉପଯୁକ୍ତ ଭାବେ କ୍ରିୟାଶୀଳ କରିହେବ । ସଠିକ ଅକ୍ସିଜେନ ଲେବେଲକୁ ସଂଚାଳିତ କରାଯାଇପାରିବ । ଏହା ସୁନିଦ୍ରାରେ ସହାୟକ ହେବ ।

. ଯୌଗିକ ସ୍ୱଚ୍ଛତା – ବାତ,କଫ ଓ ପିତ୍ତ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରଖିବା ଜରୁରୀ । କପାଳଭଟି, ବାମନ ଧୌତି, ନେତି, ଶଙ୍ଖ ପ୍ରକ୍ଷାଳନ ଭଳି ଉପାୟ ଅବଲମ୍ବନ କରି ସନ୍ତୁଳନ ରଖିହେବ । ବାତ,କଫ ଓ ପିତ୍ତ ମଧ୍ୟରେ ଅସନ୍ତୁଳନ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବ ।

. ଯୌଗିକ ମୁଦ୍ରା – ବ୍ୟକ୍ତିର ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଯୋଗାସନ କରିବା ଦରକାର । ଶରୀର ପୀଡାରୁ ଏହା ଦ୍ୱାରା ଆଶ୍ୱସ୍ତି ମିଳେ । ଫିଟନେଓ ରହେ । ଏସବୁ କରିବା ଦ୍ୱାରା ନିଦ୍ରା ବି ଭଲ ହୁଏ ।

. ପ୍ରତ୍ୟାହାର –ଇନ୍ଦ୍ରିୟଙ୍କ ପ୍ରତ୍ୟାହାର ଉପରେ ଜୋର ଦେବା ଦରକାର । ଆଧୁନିକ ସଂଜ୍ଞାରେ ଏହା ହେଉଛି ଗୁଣାତ୍ମକ ଓ ସନ୍ତୋଷଜନକ ଜୀବନ ଉପରେ ଗୁରୁତ୍ୱ ।

. ଧ୍ୟାନ ଅଭ୍ୟାସ- ବ୍ୟସ୍ତବହୁଳ ଜୀବନରେ ଯୋଗଧ୍ୟାନ ପାଇଁ ସମୟ କାଢିବା ଉଚିତ । ଧ୍ୟାନ ଅଭ୍ୟାସ କରିବା ଉଚିତ । ମନ ମସ୍ତିଷ୍କକୁ ଅଧିକ କ୍ରୀୟାଶୀଳ ପାଇଁ ଧ୍ୟାନ ଜରୁରୀ । ବ୍ୟକ୍ତିତ୍ୱର ବିକାଶ ପାଇଁ ବି ଧ୍ୟାନ ଜରୁରୀ । ବିଭିନ୍ନ ପ୍ରକାର ଧ୍ୟାନ ରହିଛି । ପେଶାଦାରମାନଙ୍କ ସହ ପରାମର୍ଶ କରି ଧ୍ୟାନ ଅଭ୍ୟାସ କରାଯାଇପାରେ । ଧ୍ୟାନ ଦ୍ୱାରା ସୁନିଦ୍ରା ଆସେ । ଇନସୋମନିଆରୁ ମୁକ୍ତି ମିଳେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.