ETV Bharat / bharat

ବୃଦ୍ଧଙ୍କୁ ମିଛ HIV ପଜିଟିଭ ରିପୋର୍ଟ ଦେଲେ ଡାକ୍ତର - ଏଚଆଇଭି ସଂକ୍ରମିତ ବୃଦ୍ଧ

ବୃଦ୍ଧଙ୍କୁ ମିଛ HIV ପଜିଟିଭ ରିପୋର୍ଟ ଧରାଇଲେ ଡାକ୍ତର । ଜିଲ୍ଲାପାଳଙ୍କ ଅଫିସରେ ବୃଦ୍ଧଙ୍କ ପରିବାର ପକ୍ଷରୁ ଅଭିଯୋଗ । ଅଧିକ ପଢନ୍ତୁ

ଭୁଲରେ ବୃଦ୍ଧଙ୍କୁ HIV ପଜିଟିଭ ରିପୋର୍ଟ ଦେଲେ ଡାକ୍ତର

author img

By

Published : Jun 10, 2022, 11:59 AM IST

ଚେନ୍ନାଇ: ତାମିଲନାଡୁ ତିରୁନେଲଭେଲି ଜିଲ୍ଲାର ଜଣେ ୭୪ ବର୍ଷୀୟ ବୃଦ୍ଧ ଗୋଡରେ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ HIV ପଜିଟିଭ ଥିବା କହିଥିଲେ ଡାକ୍ତର । ହେଲେ ପରେ ଏକ ସରକାରୀ ମେଡିକାଲରେ ଟେଷ୍ଟ କରିବାରୁ ସେ HIV ସଂକ୍ରମିତ ନଥିବା ରିପୋର୍ଟ ଆସିଥିଲା । ଯାହାକୁ ନେଇ ଏବେ ବୃଦ୍ଧ ଓ ତାଙ୍କ ପରିବାର ଭୁଲ୍ ରିପୋର୍ଟ ଦେଇଥିବା ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କରିଛନ୍ତି ।

ବୃଦ୍ଧଙ୍କୁ ମିଛ HIV ପଜିଟିଭ ରିପୋର୍ଟ ଦେଲେ ଡାକ୍ତର

ସୂଚନା ଅନୁଯାୟୀ, ତିରୁନେଲଭେଲିର ଆକବର ଅଲ୍ଲୀ ନାମକ ଜଣେ ବୃଦ୍ଧଙ୍କ ଗୋଡ ଫୁଲି ଯାଇଥିଲା । ପୁଅ ମଇଦୀନ ପିଚାଇ ଚିକିତ୍ସା ପାଇଁ ବୃଦ୍ଧ ବାପାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରୀ ପରୀକ୍ଷା ପରେ ଆକବର ମଧୁମେହ ରୋଗରେ ପୀଡିତ ଥିବା ଜଣାପଡିଥିଲା । ଏଥିସହ ତାଙ୍କ ବ୍ଲଡ ଟେଷ୍ଟ ରିପୋର୍ଟ HIV ପଜିଟିଭ ଆସିଥିଲା । ଏହା ଶୁଣି ଉଭୟ ବାପ-ପୁଅଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏହାପରେ ଆକବର ଅଲ୍ଲୀ ସେଠାରୁ ଡିସଚାର୍ଜ ହୋଇ ସ୍ଥାନୀୟ ଏକ ସରକାରୀ ହସ୍ପିଟାଲ ଯାଇଥିଲେ । ସେଠାରେ ସେ ବ୍ଲଡ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ HIV ନେଗେଟିଭ ଆସିଥିଲା ।

ରୋଗୀଙ୍କୁ ମିଛ HIV ରିପୋର୍ଟ ଦେବାକୁ ନେଇ ଘରୋଇ ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆକବରଙ୍କ ପୁଅ ଏବଂ ତାଙ୍କ ସମ୍ପର୍କୀୟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଘଟଣା ନେଇ ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, ଆକବର ଅଲ୍ଲୀଙ୍କ ପତ୍ନୀଙ୍କ ବିୟୋଗକୁ ଦୀର୍ଘ ବର୍ଷ ବିତିଗଲାଣି । ସେ ଏବେ ତାଙ୍କ ପୁଅ ଓ ବୋହୂଙ୍କ ସହ ରହୁଛନ୍ତି । ଘରୋଇ ହସ୍ପିଟାଲର ମିଛ HIV ପଜିଟିଭ ରିପୋର୍ଟ ଯୋଗୁଁ ଏହି ବୃଦ୍ଧ ଏବେ ଘର ବାହାରକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.