ETV Bharat / bharat

ଶୋଇଥିବା ସ୍ତ୍ରୀକୁ ସାପ ଚୋଟରେ ହତ୍ୟା କରିଥିଲା ସ୍ବାମୀ, କୋର୍ଟରେ ଦୋଷୀ ସାବ୍ୟସ୍ତ

ସାପ ଦଂଶନ କରାଇ ନିଜ ସ୍ତ୍ରୀର ହତ୍ୟା କରିଥିବା ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । କେରଳରେ ଘଟିଥିଲା ଏଭଳି ଆଶ୍ଚର୍ଯ୍ୟଜନକ ଓ ଚାଞ୍ଚଲ୍ୟକର ହତ୍ୟା ଘଟଣା । ଅଧିକ ପଢନ୍ତୁ...

ଶୋଇଥିବା ସ୍ତ୍ରୀକୁ ସାପ ଚୋଟରେ ହତ୍ୟା କରିଥିଲା ସ୍ବାମୀ, କୋର୍ଟରେ ଦୋଷୀ ସାବ୍ୟସ୍ତ
ଶୋଇଥିବା ସ୍ତ୍ରୀକୁ ସାପ ଚୋଟରେ ହତ୍ୟା କରିଥିଲା ସ୍ବାମୀ, କୋର୍ଟରେ ଦୋଷୀ ସାବ୍ୟସ୍ତ
author img

By

Published : Oct 11, 2021, 5:11 PM IST

କେରଳ: ଛୁରୀ ହେଉ କି ବିଷ ଦେଇ କିମ୍ବା ନିଆଁରେ ଜଳାଇ, ଏଭଳି ଅନେକ ହତ୍ୟା ଘଟଣା ସମ୍ପର୍କରେ ଆପଣ ଅବଗତ ଥିବେ । ହେଲେ ବିଷଧର ସାପ ଜରିଆରେ କାହାର ହତ୍ୟା କଥା କେବେ ଶୁଣିଛନ୍ତି ? ହଁ, ସାପ ଦଂଶନ କରାଇ ନିଜ ସ୍ତ୍ରୀର ହତ୍ୟା କରିଥିବା ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । କେରଳରେ ଘଟିଥିଲା ଏଭଳି ଆଶ୍ଚର୍ଯ୍ୟଜନକ ଓ ଚାଞ୍ଚଲ୍ୟକର ହତ୍ୟା ଘଟଣା ।

ଶୋଇଥିବା ସ୍ତ୍ରୀକୁ ସାପ ଚୋଟରେ ହତ୍ୟା କରିଥିଲା ସ୍ବାମୀ, କୋର୍ଟରେ ଦୋଷୀ ସାବ୍ୟସ୍ତ
ଶୋଇଥିବା ସ୍ତ୍ରୀକୁ ସାପ ଚୋଟରେ ହତ୍ୟା କରିଥିଲା ସ୍ବାମୀ, କୋର୍ଟରେ ଦୋଷୀ ସାବ୍ୟସ୍ତ

କେରଳର ଏକ ଅଦାଲତ ବିଷଧର କୋବ୍ରା ଚୋଟରେ ପ୍ରାଣ ହରାଇଥିବା ଜଣେ ୨୫ ବର୍ଷୀୟ ମହିଳାଙ୍କ ସ୍ବାମୀ ସୁରଜକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଗତ ବର୍ଷ ମେ ମାସରେ ନିଦରେ ଶୋଇଥିବା ସ୍ତ୍ରୀକୁ ବିଷଧର କୋବ୍ରା ଜରିଆରେ ଦଂଶନ କରାଇ ସବୁଦିନ ପର୍ଯ୍ୟନ୍ତ ଶୁଆଇ ଦେଇଥିଲା ଦୋଷୀ ସ୍ବାମୀ ସୁରଜ । ଏହି ମାମଲାରେ ବୁଧବାର ଦୋଷୀର ଦଣ୍ଡାଦେଶ ଶୁଣାଣି କରିବେ କୋର୍ଟ ।

ଅଦାଲତଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରାଜ୍ୟ ପୋଲିସ ମୁଖ୍ୟ କହିଛନ୍ତି, ଏହା ଏକ ଦୁର୍ଲଭତମ ମାମଲା ମଧ୍ୟରୁ ଗୋଟିଏ । ଅଭିଯୁକ୍ତର ପରିସ୍ଥିତିଜନିତ ସାକ୍ଷୀ ଆଧାରରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ରାଜ୍ୟ ପୋଲିସ ଟିମ୍‌ର ଏହା ଏକ ବଡ ସଫଳତା । କାରଣ ବୈଜ୍ଞାନିକ ଆଧାରରେ ଏହାର ଯାଞ୍ଚ କରାଯାଇ ମୃତ୍ୟୁର ପ୍ରକୃତ ରହସ୍ୟର ଖୁଲାସା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.