ETV Bharat / bharat

ଯୁବକଙ୍କ ଅଜବ କାଣ୍ଡ: ସାଙ୍ଗମାନେ ପ୍ରେମିକାଙ୍କ ସହିତ ଅଧିକ ସମୟ କାଟିବା ପାଇଁ ମିଛରେ ଖେଳାଇଲେ ବୋମା ଆତଙ୍କ

author img

By

Published : Jan 14, 2023, 1:35 PM IST

Updated : Jan 14, 2023, 2:47 PM IST

ସାଙ୍ଗମାନେ ପ୍ରେମିକାଙ୍କ ସହିତ ଅଧିକ ସମୟ କାଟିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ବୋମା ଆତଙ୍କ ଖେଲାଇଲେ ଯୁବକ । ଅଧିକ ପଢନ୍ତୁ

ଦିଲ୍ଲୀ-ପୁଣେ ସ୍ପାଇସଜେଟ ବିମାନରେ ବୋମା ଘଟଣା
ଦିଲ୍ଲୀ-ପୁଣେ ସ୍ପାଇସଜେଟ ବିମାନରେ ବୋମା ଘଟଣା

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଦିଲ୍ଲୀ-ପୁଣେ ସ୍ପାଇସଜେଟ ବିମାନରେ ବୋମା ଥିବାର ସୂଚନା ମିଳିଥିଲା । ଏହା ଜଣାପଡିବା ପରେ ବିମାନ ବନ୍ଦରରେ ଭୟାବହତା ଖେଳିଯିବା ସହ ଉକ୍ତ ବିମାନ ଉଡାଣକୁ ବାତିଲ କରାଯାଇଥିଲା । ତେବେ ଏହି ଘଟଣା ପଛର ପ୍ରକୃତ ସତ୍ୟାସତ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିମାନରେ କୌଣସି ବୋମା ନଥିଲା । ସାଙ୍ଗମାନେ ନିଜର ପ୍ରେମିକା ସହ ଅଧିକ ସମୟ ବିତାଇ ପାରନ୍ତୁ ସେଥିପାଇଁ ଜଣେ ଯୁବକ ମିଛରେ ବୋମା ଥିବା ଖବର ପ୍ରଚାର କରିଥିଲେ । ପୋଲିସ ତଦନ୍ତରୁ ଏକଥା ଜଣାପଡିବା ପରେ ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ବାରକା ନିବାସୀ ୨୪ ବର୍ଷୀୟ ଅଭିନବ ପ୍ରକାଶ ବୋଲି ପରିଚୟ ମିଳିଛି ।

ଗିରଫ ଅଭିନବ କହିଛି ଯେ, ତା'ର ଦୁଇ ସାଙ୍ଗ ରାକେଶ ଓ କୁନାଲ ନିକଟରେ ମନାଲି ଯାଇଥିଲେ । ସେଠାରେ ଦୁଇ ଯୁବତୀଙ୍କ ସହ ଦୁହିଁଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେହି ଦୁଇ ଯୁବତୀ ଦିଲ୍ଲୀ ଆସିଥିବା ବେଳେ ଗତ ଗୁରୁବାର ଦିନ ସ୍ପାଇସଜେଟ୍ ବିମାନ ଯୋଗେ ଏଠାରୁ ପୁଣେ ଯିବାର ଥିଲା । କିନ୍ତୁ ପ୍ରକାଶର ଦୁଇ ସାଙ୍ଗ ନିଜ ପ୍ରେମିକାଙ୍କ ସହ ଆଉ କିଛି ସମୟ ବିତାଇବାକୁ ଚାହୁଁଥିଲେ । ତେଣୁ ଯେମିତି ତାଙ୍କ ବିମାନ ଉଡାଣ ବିଳମ୍ବ ହୋଇପାରିବ ସେଥିପାଇଁ କିଛି ଯୋଜନା କରିବାକୁ ଅଭିନବକୁ କହିଥିଲେ । ଏହାପରେ ତିନି ଜଣ ସାଙ୍ଗ ସ୍ପାଇସଜେଟ ଏୟାରଲାଇନର କଲ୍ ସେଣ୍ଟରକୁ ଫୋନ କରି ବିମାନରେ ବୋମା ଥିବା କହିଥିଲେ । ସେପଟେ ବିମାନ ବାତିଲ ହେବାକୁ ଥିବା ଖବର ଶୁଣି ସମ୍ପୃକ୍ତ ଦୁଇ ଯୁବତୀ ମଧ୍ୟ ଖୁବ୍ ଖୁସି ହୋଇଯାଇଥିଲେ ।

ପୋଲିସ ଟିମ୍ କଲ୍ ଟ୍ରେସ କରି ଅଭିଯୁକ୍ତ ଅଭିନବ ପ୍ରକାଶକୁ ଧରିବାରେ ସଫଳ ହୋଇଛି । ସେପେଟ ଅଭିନବରଙ୍କ ଗିରଫଦାରୀ ସମ୍ପର୍କରେ ଜାଣି ତା'ର ଆଉ ଦୁଇ ସାଙ୍ଗ କୁଆଡେ ଫେରାର ହୋଇଯାଇଛନ୍ତି । ପୋଲିସ ସେ ଦୁହିଁଙ୍କ ସହ ସେମାନଙ୍କ ପ୍ରେମିକାମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି । ତେବେ ସାଙ୍ଗ ପାଇଁ ଯୁବକଙ୍କ ଏପରି ଅଜବ କାରନାମାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।

ପ୍ରକାଶଥାଉ କି, ଗତ ଗୁରୁବାର ରାତିରେ ସ୍ପାଇସଜେଟର ଏକ ବିମାନ ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡାଣ ଭରିବାକୁ ଥିଲା । ମାତ୍ର ଏହା ପୂର୍ବରୁ ବିମାନରେ ବୋମା ଥିବା ନେଇ କଲ୍ ଆସିଥିଲା । ଫଳରେ ୧୮୧ ଜଣ ଯାତ୍ରୀଙ୍କ ବୋର୍ଡିଂ ବନ୍ଦ କରାଯାଇ ଏହାକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା । ମାତ୍ର ବିମାନରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ନମିଳିବା ପରେ ଏହା ଏକ ଫେକ୍ କଲ ବୋଲି ପୋଲିସ ନିଶ୍ଚିତ ହୋଇଥିଲା ।

Last Updated : Jan 14, 2023, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.