ଜୟପୁର: କଳଙ୍କିତ ହେଉଛି ସମ୍ପର୍କ। ସଭ୍ୟ ମଣିଷ ଘଟାଇ ଚାଲୁଛି ଗୋଟିଏ ଗୋଟିଏ ବର୍ବର କାଣ୍ଡ । ରାଜସ୍ଥାନର ଅଲଓ୍ବାର ଅଞ୍ଚଳରେ ସେହିଭଳି ଏକ ପାଶବିକତା ସାମ୍ନାକୁ ଆସିଛି । ଜଣେ 21 ବର୍ଷୀୟ ଯୁବକ ନିଜ ସାଙ୍ଗର ମାଆ ସହ ଦୁଷ୍କର୍ମ କରିଛି । ଏନେଇ ଗୁରୁବାର ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ଯୁବକଙ୍କ ନାଁ ବିକାଶ ଜାଟ ଏବଂ ତାକୁ ଗିରଫ କରାଯାଇଥିବା ନେଇ ଜଣାପଡିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ବିକାଶ ଏବଂ 58 ବର୍ଷୀୟା ପୀଡିତାଙ୍କ ପୁଅ ପରସ୍ପର ଭଲ ବନ୍ଧୁ ଥିଲେ । ଏଣୁ ଅଧିକାଂଶ ସମୟରେ ବିକାଶ ତାଙ୍କ ଘରକୁ ଯିବା ଆସିବା କରୁଥିଲା । ମହିଳାଙ୍କ ପୁଅ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରକୁ ଯାଇଥିବା ସମୟରେ ଏହାର ସୁଯୋଗ ନେଇ ଯୁବକ ଜଣକ ଏଭଳି ଘୃଣ୍ୟ କାଣ୍ଡ ଭିଆଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ