ମୁମ୍ବାଇ: ବମ୍ବେ ହାଇକୋର୍ଟ ଭିତରେ ଅଭାବନୀୟ ଘଟଣା । ମାମଲା ହାରିଯିବାରୁ ହାଇକୋର୍ଟ ଭିତରେ ଆତ୍ମହତ୍ୟା ଉଦ୍ୟମ କଲେ ୫୫ ବର୍ଷୀୟ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅବସରପ୍ରାପ୍ତ ଯବାନ ତୁଷାର ସିନ୍ଦେ । ଜମିଜମା ବିବାଦକୁ ନେଇ ତୁଷାର ନିଜ ବାପାମାଆଙ୍କ ବିରୁଦ୍ଧରେ କୋର୍ଟରେ ମାମଲା ଲଢୁଥିଲେ । ତେବେ ମାମଲା ହାରିଯିବାରୁ ସେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ସୂଚନା ଅନୁଯାୟୀ, ବିଚାରପତି ପ୍ରକାଶ ନାଇକ ଏହି ଜମିଜମା ମାମଲାର ଶୁଣାଣି କରିଥିଲେ ଏବଂ ସେ ତୁଷାର ସିନ୍ଦେଙ୍କ ବାପାମାଆଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହାକୁ ସହ୍ୟ କରିନପାରି ଥିଲେ ତୁଷାର । ତେଣୁ ସେ କୋର୍ଟ କୋଠରୀ ଭିତରେ ହିଁ ଏକ ଧାରୁଆ ଛୁରୀରେ ନିଜ ହାତ କାଟିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ପରେ ମୁମ୍ବାଇ ପୋଲିସ ତାଙ୍କୁ ହେପାଜତକୁ ନେଇଛି ।