ETV Bharat / bharat

ନନ୍ଦିଗ୍ରାମରେ ହେଲାନି 'ଖେଳା', ଚକ୍ରବ୍ୟୁହରେ ଫସିଗଲେ କି ଦିଦି ? - Nandigram

ଓଲଟା ପଡିଲା କି ମମତାଙ୍କ ରଣକୌଶଳ ? କାହିଁକି ହାତରୁ ଖସିଗଲା ନନ୍ଦିଗ୍ରାମ ? ବିଜେପିର ଚକ୍ରବ୍ୟୁହ ଭେଦ କରିବାରେ କାହିଁକି ବିଫଳ ହେଲେ ଦିଦି ? ଅଧିକ ପଢନ୍ତୁ...

ନନ୍ଦିଗ୍ରାମରେ ହେଲାନି 'ଖେଳା', ଚକ୍ରବ୍ୟୁହରେ ଫଲିଗଲେ କି ଦିଦି ?

author img

By

Published : May 2, 2021, 10:39 PM IST

କୋଲକାତା: କାମ କଲାନି ରଣ କୌଶଳ । ରଣଭୂମିରେ ପରାସ୍ତ ହେଲେ ରାଜ୍ୟ ମୁଖିଆ । ଗଡ ଦଖଲ ସତ୍ତ୍ବେ ନଇଁଲା ମୁଣ୍ଡ । ଆଉ ମାଟିରେ ମିଶିଗଲା ବାଜିରେ ଲାଗିଥିବା ପ୍ରତିଷ୍ଠା । ସମସ୍ତ ପ୍ରୟାସ ସତ୍ତ୍ବେ ନନ୍ଦିଗ୍ରାମକୁ ନିଜ ଅକ୍ତିଆରକୁ ନେଇପାରିଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶେଷରେ ନିଜର ସବୁଠୁ ବେଶି ନିକଟତର ରହିଆସିଥିବା ତୃଣମୂଳ କଂଗ୍ରେସର ବିଦ୍ରୋହୀ ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ସ୍ବୀକାର କଲେ ପରାଜୟ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭରୁ ରାଜ୍ୟର ହଟ୍‌ସିଟ୍‌ ନନ୍ଦିଗ୍ରାମରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ଟକ୍କର । ମୈଦାନରେ ଥିଲେ ତୃଣମୂଳ କଂଗ୍ରେସରୁ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ । ଆଉ ତାଙ୍କୁ ଚ୍ୟାଲେଞ୍ଜ କରି ରଣଭୂମିକୁ ଓହ୍ଲାଇଥିଲେ ଖୋଦ ରାଜ୍ୟର ମୁଖିଆ ମମତା ବାନାର୍ଜୀ । ହେଲେ ଓଲଟା ପଡିଲା କି ମମତାଙ୍କ ରଣକୌଶଳ ? କାହିଁକି ହାତରୁ ଖସିଗଲା ନନ୍ଦିଗ୍ରାମ ? ବିଜେପିର ଚକ୍ରବ୍ୟୁହ ଭେଦ କରିବାରେ କାହିଁକି ବିଫଳ ହେଲେ ଦିଦି ?

ରାଜ୍ୟରେ ତୃଣମୂଳ କଂଗ୍ରେସ ଜିତିଛି 200ରୁ ଉର୍ଦ୍ଧ୍ବ ଆସନ । କ୍ରମାଗତ ହ୍ୟାଟ୍ରିକ ବିଜୟ ସହ ବଙ୍ଗ ଦଖଲ କରିବା ସତ୍ତ୍ବେ ନନ୍ଦିଗ୍ରାମରେ ପରାଜୟ ଟିଏମସି ପାଇଁ ଏକ ବଡ ଝଟକା କୁହାଯାଇପାରେ । କାରଣ ନିର୍ବାଚରେ ମୁଖ୍ୟମନ୍ତ୍ରୀଙ୍କ ପରାଜୟର ନଜିର ବହୁତ କମ ଦେଖିବାକୁ ମିଳେ । ବଙ୍ଗରେ ବାଜି ମାରିଥିବା ତୃଣମୂଳ କଂଗ୍ରେସର ମୁଖିଆଙ୍କୁ 1736 ଭୋଟରେ ହରାଇଛନ୍ତି ନିକଟତର ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀ ।

ପଶ୍ଚିମବଙ୍ଗରେ ନିର୍ବାଚନୀ ପବନ ବହିବା ସହିତ ବଦଳିଥିଲା ରାଜନୈତିକ ପାଣିପାଗ । ମମତାଙ୍କ ହାତ ଛାଡି ବିଜେପି ଶିବିରରେ ସାମିଲ ହୋଇଥିଲେ ତୃଣମୂଳ କଂଗ୍ରେସର ଜଣେ ପରେ ଜଣେ ନେତା । ଆଉ ଗଡ ବଞ୍ଚାଇବାକୁ ତରବରିଆ ଭାବରେ ପୂର୍ବରୁ ନିଜର ବିଶ୍ବସ୍ତ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ ଦିଦି । ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ନନ୍ଦିଗ୍ରାମରୁ ମମତା ଭରିଥିଲେ ନାମାଙ୍କନ ।

2016ର ସ୍ଥିତିଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା ଏଥରର ବିଧାନସଭା ନିର୍ବାଚନ । ନନ୍ଦିଗ୍ରାମ ମହାସଂଗ୍ରାମ ଏହି ନିର୍ବାଚନକୁ କରିଥିଲା ଅଧିକ ସରଗରମ । ବିଜେପିର ଆକ୍ରମଣାତ୍ମକ ରାଜନୀତି ସାମ୍ନାରେ କ୍ଷମତାସୀନ ଟିଏମସି ପାଇଁ ନିର୍ବାଚନୀ ବୈତରଣୀ ପାର ହେବାର ରାସ୍ତା ଏତେ ସହଜ ନଥିଲା । ତଥାପି ଚ୍ୟାଲେଞ୍ଜ ପାଇଁ ଅତି ଆତ୍ମବିଶ୍ବାସ ମମତାଙ୍କୁ ପଡିଲା ଭାରି । ନିଜର ସେଫ୍‌ ଜୋନ୍‌କୁ ଛାଡି ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢିବା ମମତାଙ୍କ ପାଇଁ ବଡ ଭୁଲ କୁହାଯାଇପାରେ । କାରଣ ନନ୍ଦିଗ୍ରାମ ଆସନରେ ରହିଛି ଶୁଭେନ୍ଦୁ ଅଧିକାରୀଙ୍କ ଦବଦବା । ନନ୍ଦିଗ୍ରାମର ଭୂମି ଆନ୍ଦୋଳନରେ ମୁଖ୍ୟ ସୂତ୍ରଧର ଥିଲେ ଶୁଭେନ୍ଦୁ । ଏହି ଆନ୍ଦୋଳନରୁ ହିଁ କ୍ଷମତାଙ୍କୁ ଆସିଥିଲେ ମମତା ।

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ରହିଛି ନନ୍ଦିଗ୍ରାମ ବିଧାନସଭା ଆସନ । 2016ରେ, ନନ୍ଦିଗ୍ରାମରେ ମୋଟ 87 ପ୍ରତିଶତ ମତଦାନ ରେକର୍ଡ ହୋଇଥିଲା । 2016 ରେ ତୃଣମୂଳ କଂଗ୍ରେସ କଂଗ୍ରେସର ଶୁଭେନ୍ଦୁ ଅଧିକାରୀ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (CPI)ର ଅବଦୁଲ କବୀର ସେଖଙ୍କୁ 81230 ଭୋଟ ବ୍ୟବଧାନରେ ପରାସ୍ତ କରି ଦଖଲ କରିଥିଲେ ନନ୍ଦିଗ୍ରାମ । ହେଲେ ପରେ ବଦଳିଥିଲା ଶୁଭେନ୍ଦୁଙ୍କ ଠିକଣା । ଟିଏମସି ସହିତ ବିଦ୍ରୋହ କରି ପଦ୍ମ ଶିବିରରେ ଯୋଗ ଦେବା ପରେ ବିଜେପି ଟିକଟରୁ ଏଥର ନନ୍ଦିଗ୍ରାମରେ ନିର୍ବାଚନ ଲଢୁଥିଲେ ଶୁଭେନ୍ଦୁ ଅଧିକାରୀ । ଏଠାରେ ସେ ଘରେ ଘରେ ଥିଲେ ବେଶ ପରିଚିତ । ଆଉ ତାଙ୍କ ପତିଆରାକୁ ଟକ୍କର ଦେବା ମମତାଙ୍କୁ ମହିଙ୍ଗା ପଡିଛି ।

ଭାଙ୍ଗିଛି ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମରେ ହରାଇବା ନେଇ ଦିଦିଙ୍କ ଦମ୍ଭୋକ୍ତି । ଆଉ ବିଜେପିର ଚକ୍ରବ୍ୟୁହକୁ ଭେଦ କରି ବଙ୍ଗ ମୈଦାନରେ ବାଜି ଲାଗିଥିବା ପ୍ରତିଷ୍ଠାକୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି ମମତା । ବିଜେପିର ରଣନୀତିକୁ ବୁଝିପାରୁନଥିବା ଦିଦି ମାପି ପାରିଲେନି ନନ୍ଦିଗ୍ରାମର ପାଣିପାଗ । ଯାହାର ପରିଣାମ ସ୍ବରୁପ ଆଜି ତାଙ୍କୁ ଏଠାରୁ ପରାଜୟର ସାମ୍ନା କରିବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.