କୋଲକାତା: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ । ତାଙ୍କ ବିରତ୍ବ ଓ ବଳିଦାନକୁ ମନେ ପକାଉଛି ସାରା ଦେଶ । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କ ଜୟନ୍ତୀଙ୍କୁ ଜାତୀୟ ଛୁଟି ଘୋଷଣା କରିବାକୁ ଦାବି କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।
-
We again appeal to the Central Government that Netaji’s birthday be declared a National Holiday to allow the entire Nation to pay homage to the National Leader and celebrate #DeshNayakDibas in most befitting manner.(7/7)
— Mamata Banerjee (@MamataOfficial) January 23, 2022 " class="align-text-top noRightClick twitterSection" data="
">We again appeal to the Central Government that Netaji’s birthday be declared a National Holiday to allow the entire Nation to pay homage to the National Leader and celebrate #DeshNayakDibas in most befitting manner.(7/7)
— Mamata Banerjee (@MamataOfficial) January 23, 2022We again appeal to the Central Government that Netaji’s birthday be declared a National Holiday to allow the entire Nation to pay homage to the National Leader and celebrate #DeshNayakDibas in most befitting manner.(7/7)
— Mamata Banerjee (@MamataOfficial) January 23, 2022
ଏ ନେଇ ଟ୍ବିଟ କରି ମମତା କହିଛନ୍ତି ଜାନୁଆରା ୨୩କୁ ଦେଶ ନାୟକ ଦିବସ ଭାବେ ପାଳନ କରାଯାଉ । ଏହା ସହିତ ଦିନଟିକୁ ଜାତୀୟ ଛୁଟି ଭାବରେ ଘୋଷଣା କରାଯାଉ । ସେ ଆହୁରି କହିଛନ୍ତି ପଶ୍ଚିମବଙ୍ଗରେ ଜାତୀୟ ଏବଂ ବିଶ୍ବସ୍ତରୀୟ ଆଇକନ୍ ଭାବେ ନେତାଜୀଙ୍କ ଇତିହାସ ଭାରତୀୟ ଇତିହାସରେ ଅତୁଳନୀୟ। ବୋଷ ହେଉଛନ୍ତି ଦେଶପ୍ରେମ, ସାହସ, ନେତୃତ୍ବ, ଏକତା ଓ ଭ୍ରାତୃତ୍ବର ପ୍ରତୀକ। ନେତାଜୀ ଅବଦାନ ସମସ୍ତ ପିଢୀ ପାଇଁ ପ୍ରେରଣା । ପଶ୍ଚିମବଙ୍ଗ ସରକାର ସାରା ରାଜ୍ୟରେ ପ୍ରୋଟୋକଲ ଅନୁଯାୟୀ ଦେଶ ନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ପାଳନ କରୁଛି।
ଏହି ଦିନକୁ ଜାତୀୟ ଛୁଟି ଘୋଷଣା କରିବାକୁ ପୁଣି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛୁ । ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ନେତାଜୀଙ୍କ ପ୍ରଜ୍ଞାପନ ମେଢ ସାମିଲ କରିବାକୁ ଦାବି କରିଛନ୍ତି ଦିଦି । ରାଷ୍ଟ୍ରୀୟ ଯୋଜନା ଆୟୋଗ ଉପରେ ନେତାଜୀଙ୍କ ଚିନ୍ତାଧାରାରୁ ପ୍ରେରଣାରେ ଆଙ୍କି ଏକ ଯୋଜନା ପ୍ରସ୍ତୁତ କରିବାରେ ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଏକ ବଙ୍ଗଳା ଯୋଜନା ଆୟୋଗ ଗଠନ କରାଯିବ ବୋଲି କହିଛନ୍ତି ଦିଦି ।
@ANI