ETV Bharat / bharat

ପଶ୍ଚିମବଙ୍ଗ ଯିବେ ଶାହ: ଭିକ୍ଟୋରିଆ ମେମୋରିଆଲ କାର୍ଯ୍ୟକ୍ରମକୁ ମମତାଙ୍କୁ କରାଯାଇନି ନିମନ୍ତ୍ରଣ

author img

By

Published : May 4, 2022, 10:24 PM IST

Updated : May 4, 2022, 10:57 PM IST

ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ କରାଯାଇନି ନିମନ୍ତ୍ରଣ । ଟିଏମସି କହିଲା ବିଜେପି ପାଖରୁ ସୌଜନ୍ୟତା ଆଶା କରିବା ନରର୍ଥକ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ଶାହ: ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମମତାଙ୍କୁ କରାଯାଇନି ନିମନ୍ତ୍ରଣ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି (ଗୁରୁବାର) ଠାରୁ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତ ସମୟରେ ଶାହା ଉତ୍ତର ଏବଂ ଦକ୍ଷିଣ ବଙ୍ଗର ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ବ୍ୟତୀତ ସେ ଗସ୍ତର ଦ୍ବିତୀୟ ଦିନ (ଶୁକ୍ରବାର) ଏକାଧିକ ରାଜନୈତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ । ପରେ ସନ୍ଧ୍ୟାରେ ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର ମଧ୍ୟ ଉପସ୍ଥିତ ରହିବେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ସୂଚନା ଓ ସଂସ୍କୃତି ମନ୍ତ୍ରୀ ମମତା ବାନାର୍ଜୀଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅଂଶଗ୍ରହଣ କରିବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ନିମନ୍ତ୍ରଣ କରାଗଲାନି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ତେବେ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏହି ପ୍ରସଙ୍ଗରେ ବିଜେପିର ସୌଜନ୍ୟତା ନଥିବା କଥା କହିଛି ।

ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ଦିଲ୍ଲୀପ ଘୋଷ କହିଛନ୍ତି, ଏହା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର କାର୍ଯ୍ୟକ୍ରମ । ସେମାନେ କାହାକୁ ନିମନ୍ତ୍ରଣ କରିବେ ତାହା ସେମାନଙ୍କ ଉପରେ ମଧ୍ୟ ନିର୍ଭର କରେ । ମୁଖ୍ୟମନ୍ତ୍ରୀ ମମତା ମଧ୍ୟ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଆୟୋଜିତ କରିବା ଅବସରରେ ବିରୋଧୀ ସାଂସଦ ଓ ବିଧାୟକଙ୍କୁ ସର୍ବଦା ଅଣଦେଖା କରନ୍ତି ବୋଲି ଦିଲ୍ଲୀପ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2022, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.