ETV Bharat / bharat

ନନ୍ଦିଗ୍ରାମ ସିଟ୍‌ରେ ନାମାଙ୍କନ ପତ୍ର ଦାଖଲ କଲେ ମମତା - nandigram seat

ହଳଦିଆ ସ୍ଥିତ ନାମାଙ୍କନ ଦାଖଲ କେନ୍ଦ୍ରରେ ପହଞ୍ଚି ନନ୍ଦିଗ୍ରାମ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ନନ୍ଦୀଗ୍ରାମ ସିଟ୍‌ରେ ନାମାଙ୍କନ ପତ୍ର ଦାଖଲ କଲେ ମମତା

author img

By

Published : Mar 10, 2021, 5:26 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ବୁଧବାର ହଳଦିଆ ସ୍ଥିତ ନାମାଙ୍କନ ଦାଖଲ କେନ୍ଦ୍ରରେ ପହଞ୍ଚି ନନ୍ଦିଗ୍ରାମ ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଏକ ପ୍ରାଚୀନ ଶିବ ମନ୍ଦିରରେ ପହଞ୍ଚିଥିଲେ ମମତା । ଏହାପରେ ହେଲିକପ୍ଟର ଯୋଗେଁ ହଳଦିଆ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଦିଦି । ସମର୍ଥକଙ୍କ ଭିଡ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସିଏମ ମମତା ବାନାର୍ଜୀ ନନ୍ଦିଗ୍ରାମରେ ଶୁଣାଇଥିଲେ ଚଣ୍ଡିପାଠ ।

ଏହା ପୂର୍ବରୁ ବୁଧବାର ହଟସିଟ ନନ୍ଦିଗ୍ରାମରେ ରଣହୁଙ୍କାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତୃଣମୂଳ କଂଗ୍ରେସର ମୁଖିଆ ମମତା ବାନାର୍ଜୀ ଦଳର ଘୋଷଣାପତ୍ର ଜାରି କରିବା ପରେ ନନ୍ଦିଗ୍ରାମ ପହଞ୍ଚିଥିଲେ । ଏଠାରେ ସେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । ଚଣ୍ଡିପାଠର ଏକ ଅଂଶରୁ ନିଜ ସମ୍ବୋଧନ ଆରମ୍ଭ କହିଥିଲେ ଦିଦି ।

ନନ୍ଦିଗ୍ରାମରେ ନିଜ ସଂଘର୍ଷକୁ ସ୍ମରଣ କରି ଦିଦି କହିଥିଲେ, କେହି କେହି ଭାଗବଣ୍ଟା କରିବାକୁ ପ୍ରୟାସ କରିବେ । ଏଭଳି ଲୋକଙ୍କ କଥାକୁ ଶୁଣନ୍ତୁ ନାହିଁ । ମୁଁ ନିଜ ନାଁ ଭୁଲି ପାରିବି ହେଲେ ନନ୍ଦିଗ୍ରାମକୁ କେବେହେଲେ ଭୁଲିପାରିବି ନାହିଁ ବୋଲି କହିଥିଲେ ମମତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.