ଭୁବନେଶ୍ବର: ୨୪ ବର୍ଷର ବିଜେଡି ସରକାର ଓଡ଼ିଶାକୁ ପଛକୁ ଠେଲି ଦେଇଛି । ଦୁର୍ନୀତି, ବେକାରୀ ସମସ୍ୟା, ମୁଦ୍ରାସ୍ଫୀତି, ଚାଷୀଙ୍କ ଦୁର୍ଦ୍ଦଶା, ଆଦିବାସୀ ଓ ଦୁର୍ବଳ ବର୍ଗଙ୍କ ଉପରେ ଅତ୍ୟାଚାର ଯୋଗୁଁ ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି । ବିଜେଡି ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହା ବାସ୍ତବରେ ରାଜ୍ୟକୁ ବହୁ ପଛକୁ ଠେଲି ଦେଇଛି । ବୁଧବାର ଦିଲ୍ଲୀରେ ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ବୈଠକ କରିବା ପରେ ଏପରି ଟ୍ବିଟ୍ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡ଼ଗେ । ବିଜେପି ଓ ବିଜେଡି ମିଶି ଓଡ଼ିଶାକୁ ସବୁ କ୍ଷେତ୍ରରେ ପଛକୁ ଠେଲି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
-
The people of Odisha are fed up of corruption, unemployment, inflation, farm distress and ill treatment to tribals and weaker sections.
— Mallikarjun Kharge (@kharge) December 20, 2023 " class="align-text-top noRightClick twitterSection" data="
BJD had promised to transform Odisha, but pushed the state backwards. It is also hand in glove with the BJP and Modi Govt.
Congress party… pic.twitter.com/CD0cDfh6bB
">The people of Odisha are fed up of corruption, unemployment, inflation, farm distress and ill treatment to tribals and weaker sections.
— Mallikarjun Kharge (@kharge) December 20, 2023
BJD had promised to transform Odisha, but pushed the state backwards. It is also hand in glove with the BJP and Modi Govt.
Congress party… pic.twitter.com/CD0cDfh6bBThe people of Odisha are fed up of corruption, unemployment, inflation, farm distress and ill treatment to tribals and weaker sections.
— Mallikarjun Kharge (@kharge) December 20, 2023
BJD had promised to transform Odisha, but pushed the state backwards. It is also hand in glove with the BJP and Modi Govt.
Congress party… pic.twitter.com/CD0cDfh6bB
ବୁଧବାର ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଓଡ଼ିଶା କଂଗ୍ରେସ ନେତାଙ୍କ ବୈଠକ ବସିଥିଲା । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ରହିଥିଲେ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେଡିକୁ ଗାଦିତ୍ୟୁତ କରିବାକୁ ନିର୍ବାଚନ ରଣନୀତି ପ୍ରସ୍ତୁତ ସହିତ ୨୪ ଲଢ଼େଇ ପାଇଁ ଓଡ଼ିଶାର କଂଗ୍ରେସ ନେତାଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କୁଥିଲେ ଖଡ଼ଗେ ।
ଏହା ମଧ୍ୟ ପଢନ୍ତୁ: ଦୁର୍ନୀତି ବିରୋଧରେ ଲଢେଇ କରିବ କଂଗ୍ରେସ: କ୍ଷମତା ହାତେଇବାକୁ ରାହୁଲ ଦେଲେ ଗୁରୁମନ୍ତ୍ର
ବୈଠକରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ଅଭିଯୋଗ କରିଥିଲେ ଯେ, ବିଜେଡି ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ । ବର୍ଷ ବର୍ଷ ଧରି ଚାଲିଥିବା ବିଜେଡି ସରକାରର ଦୁର୍ନୀତିର ପର୍ଦ୍ଦାଫାସ କରିବା ପାଇଁ ଖୁବଶୀଘ୍ର ଓଡ଼ିଶା କଂଗ୍ରେସ ଚାର୍ଜସିଟ୍ ଆଣିବ ଏବଂ ଲୋକଙ୍କ ପାଖକୁ ଯାଇ ଜନମତ ସଂଗ୍ରହ କରିବ । ବିଜେଡି ଶାସନ କାଳରେ ଖଣି, ଚିଟଫଣ୍ଡ୍ ଦୁର୍ନୀତି ଭଳି ଏକାଧିକ ମହାଦୁର୍ନୀତି ହୋଇଛି । ଏହା ବିରୋଧରେ କଂଗ୍ରେସ ରାଜନୈତିକ ଅଭିଯାନ ଚଳାଇବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେଉଥିବାରୁ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ଟିମ୍ ଦିଲ୍ଲୀ ଯାଇଥିଲେ । ଦଳର ହାଇକମାଣ୍ଡ ଖଡ଼ଗେଙ୍କ ନେତୃତ୍ୱରେ ପାର୍ଟି ମୁଖ୍ୟାଳୟରେ ବୈଠକ ବସିଥିଲା । ବୈଠକରେ ୨ ଘଣ୍ଟା ଧରି ମାନସ ମନ୍ଥନ ହୋଇଥିଲା । ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହିତ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ନେତା ଆହ୍ୱାନ ଦେଇଥିଲେ ।