ETV Bharat / bharat

ଆମର କହିବାର ଅଧିକାରକୁ ଛଡ଼ାଇ ନେଇପାରିବନି ବିଜେପି: ଖଡ଼ଗେ

author img

By ETV Bharat Odisha Team

Published : Dec 22, 2023, 3:49 PM IST

Mallikarjun Kharge hit out at BJP government: ଜନ୍ତର ମନ୍ତରରେ ଇଣ୍ଡିଆ ମେଣ୍ଟର ଧାରଣା । ବିଜେପି ନେତୃତ୍ବାଧୀନ କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଅଧିକ ପଢନ୍ତୁ

Mallikarjun Kharge hit out at BJP government

ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ବିଭ୍ରାଟ ଓ ୧୪୬ ଜଣ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗରେ ଆଜି (ଶୁକ୍ରବାର) ଜନ୍ତର ମନ୍ତର ଠାରେ ଧାରଣାରେ ବସିଛି ଇଣ୍ଡିଆ ମେଣ୍ଟ । ଏହି ବିରୋଧ ପ୍ରଦର୍ଶନ ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିଜେପି ସରକାର ଉପରେ ବର୍ଷିଛନ୍ତି । ସମସ୍ତଙ୍କ କହିବାର ଅଧିକାର ଅଛି । କେନ୍ଦ୍ର ବିରୋଧୀଙ୍କ ଠାରୁ ସେମାନଙ୍କ କଥା କହିବାର ଅଧିକାରକୁ ଛିନ୍ନ କରିପାରିବ ନାହିଁ ବୋଲି କହିଛନ୍ତି ଖଡ଼ଗେ ।

ଏନେଇ ଖଡ଼ଗେ କହିଛନ୍ତି, "ଆମ ସମ୍ବିଧାନ ଅନୁସାରେ ସମସ୍ତଙ୍କ ନିଜ ପକ୍ଷ ରଖିବାର ଅଧିକାର ଅଛି । ଆମେ ଯେତେବେଳେ ସଂସଦରେ ଆମକୁ ନୋଟିସ ଦିଆଗଲା, ସେତେବେଳେ ଆମକୁ ପଦଟିଏ କହିବାକୁ ଅନୁମତି ଦିଆଗଲା ନାହିଁ । ଏପରିକି ନୋଟିସକୁ ପଢିବାକୁ ମଧ୍ୟ ଆମକୁ ଅନୁମତି ମିଳିଲା ନାହିଁ । ବିଜେପି ସରକାର ଜଣେ ଦଳିତକୁ କହିବାକୁ ଅନୁମତି ଦେଉନାହିଁ କି ? ଆମ କଥା କହିବାର ଅଧିକାରକୁ ବିଜେପି ଛଡ଼ାଇ ନେଇପାରିବ ନାହିଁ । ପଣ୍ଡିତ ଜୱାହରଲାଲ ନେହେରୁ ଓ ମହାତ୍ମା ଗାନ୍ଧୀଙ୍କଦ୍ବାରା ଆମକୁ ଏହି ଅଧିକାର ପ୍ରଦାନ କରାଯାଇଛି । ସଂସଦରେ ସାଂସଦଙ୍କୁ ନିଲମ୍ବିତ କରାଗଲା ଓ ବିଲ ମଧ୍ୟ ପାରିତ କରାଗଲା । ଏହା ବିରୋଧରେ ଆମେ ଲଢେଇ ଜାରି ରଖିବୁ ।"

ଏହା ବି ପଢନ୍ତୁ- ଜନ୍ତର ମନ୍ତରରେ ଇଣ୍ଡିଆ ମେଣ୍ଟର ଆକ୍ରୋଶ ରାଲି: କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ ଓ ରାହୁଲ

ମଲ୍ଲିକାର୍ଜୁନ ଖଡ଼ଗେ ଆହୁରି କହିଛନ୍ତି, "ବିଜେପି ଏକ ଭୁଲ ଧାରଣା ସୃଷ୍ଟି କରୁଛି ଯେ ବିରୋଧୀମାନେ ଗୃହ ଚଲାଇ ଦେଉନାହାନ୍ତି । ସେମାନେ କହିଛନ୍ତି ବିରୋଧୀ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଉଛନ୍ତି । ୧୪୬ ଜଣ ସାଂସଦଙ୍କୁ ନିଲମ୍ବନ ଓ ବିନା ବିରୋଧରେ ବିଲ୍‌ ପାରିତ ହେଲା । ଯେଉଁ ଅପରାଧିକ ବିଲ ସଂସଦରେ ପାରିତ ହୋଇଛି ତାହା ନାଗରିକଙ୍କୁ ଅସୁବିଧାରେ ପକାଇବ । ପୂର୍ବରୁ ଚାଷୀ ଓ କର୍ମଚାରୀଙ୍କ ସହିତ ସେମାନେ ଏପରି କରିଥିଲେ । ଏଣୁ ଆମକୁ ଏକତ୍ରିତ ହେବାକୁ ପଡ଼ିବ । ଯେତେବେଳେ ବି ନିର୍ବାଚନ ଆସେ ବିରୋଧୀଙ୍କୁ ଇଡି, ସିବିଆଇ ଓ ଆଇଟି ଅଧିକାରୀଙ୍କ ଦ୍ବାରା ଭୟଭୀତ କରାଯାଏ । ଏହି ଚଢାଉ ଦ୍ବାରା ବିରୋଧୀ ଭୟଭୀତ ହେବେ ନାହିଁ ।"

ଏହା ବି ପଢନ୍ତୁ- ଆଉ ୩ ସାଂସଦ ନିଲମ୍ବିତ, ଲୋକସଭା ସାଇନ୍ ଡାଏ

ସୂଚନା ଥାଉ କି ଶୁକ୍ରବାର ସଂସଦର ଶୀତକାଳୀନ ଅଧିବେଶନ ଶେଷ ହୋଇଥିଲେ ସୁଦ୍ଧା ସଂସଦ ବାହାରେ ବିରୋଧୀମାନେ ଧାରଣା ଦେଇଛନ୍ତି । ସଂସଦରେ ସୁରକ୍ଷା ଭଙ୍ଗ ଓ ୧୪୬ ଜଣ ସାସଂଦଙ୍କୁ ନିଲମ୍ବନ ପ୍ରତିବାଦରେ 'ଗଣତନ୍ତ୍ରକୁ ରକ୍ଷା କର' ବ୍ୟାନର ସହିତ ଇଣ୍ଡିଆ ମେଣ୍ଟ ପ୍ରତିବାଦ କରିଛି । ଏଥିରେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ସୀତାରମ ୟେଚୁରୀ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.