ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରଜ୍ୟସଭା ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଜେରା କରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାୟ 4 ଘଣ୍ଟାରୁ ଅଧିକ ସମୟ ଧରି ଖାଡ୍ଗେଙ୍କୁ ଜେରା କରିଥିବା କଂଗ୍ରେସ ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
-
#WATCH| It's been 6.5hrs & our senior leader & LoP Mallikarjun Kharge, who was summoned by ED in the middle of (Parliament) session, is still with ED. It's regretful; he was supposed to host a dinner at 7:30pm for Opposition's VP candidate Margaret Alva: Congress MP Jairam Ramesh pic.twitter.com/IAd7CXqGtV
— ANI (@ANI) August 4, 2022 " class="align-text-top noRightClick twitterSection" data="
">#WATCH| It's been 6.5hrs & our senior leader & LoP Mallikarjun Kharge, who was summoned by ED in the middle of (Parliament) session, is still with ED. It's regretful; he was supposed to host a dinner at 7:30pm for Opposition's VP candidate Margaret Alva: Congress MP Jairam Ramesh pic.twitter.com/IAd7CXqGtV
— ANI (@ANI) August 4, 2022#WATCH| It's been 6.5hrs & our senior leader & LoP Mallikarjun Kharge, who was summoned by ED in the middle of (Parliament) session, is still with ED. It's regretful; he was supposed to host a dinner at 7:30pm for Opposition's VP candidate Margaret Alva: Congress MP Jairam Ramesh pic.twitter.com/IAd7CXqGtV
— ANI (@ANI) August 4, 2022
ଆଜି ପୂର୍ବାହ୍ନରେ ତାଙ୍କୁ ଜେରା ପାଇଁ ED ନୋଟିସ ଦେଇଥିବା ରାଜ୍ୟସଭାରେ ନିଜେ ସୂଚନା ଦେଇଥିଲେ ଖାଡ୍ଗେ । ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ତାଙ୍କୁ ହାଜର ହେବା ପାଇଁ ଇଡି ସମନ କରିଥିବା ଖାଡ୍ଗେ କହିଥିଲେ । ଏପରି କରି ବିଜେପି ନେତୃତ୍ବାଧୀନ ସରକାର କଂଗ୍ରେସକୁ ଦମନ କରିବା ପାଇଁ ଚେଷ୍ଟା କରୁଥିବା ଗୃହରେ କହିଥିଲେ ଖାଡ୍ଗେ । ପୂର୍ବରୁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରିସାରିଛି । ଆଜି ଖାଡ୍ଗେଙ୍କୁ ଜେରା ପରେ ଆଉ କିଛି ବରିଷ୍ଠ ନେତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିପାରେ ସଂସ୍ଥା ।
ଆଜିର ସମନ ସମ୍ପର୍କରେ ସୂଚନା ଦେଇ ଖାଡ୍ଗେ କହିଛନ୍ତି,‘‘ ମଧ୍ୟାହ୍ନ ପ୍ରାୟ 12.30 ରେ EDର ସମନ ପାଇଲି । ଏବେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ଏହି ସମୟରେ ସେମାନଙ୍କର ଜେରା ପାଇଁ ସମନ ଯଥାର୍ଥ କି ? ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବାସଭବନ ଘେରାଉ କରିବା ଦିଲ୍ଲୀ ପୋଲିସର କାର୍ଯ୍ୟ କି ? ସେମାନେ ଉଦ୍ଦେଶ୍ୟମୂଳକ ଭାବେ କଂଗ୍ରେସକୁ ଭୟଭୀତ କରି ଦମନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆମେ ଆଦୌ ଡରିବୁ ନାହିଁ, ଲଢେଇ ଜାରି ରହିବ।’’
ଖାଡ୍ଗେଙ୍କ ଏପରି ଅଭିଯୋଗରେ ବିଜେପିର ରାଜ୍ୟସଭା ଫ୍ଲୋର ଲିଡର ପିୟୁଷ ଗୋଏଲ ପ୍ରତିକ୍ରିୟା ରଖିଥିଲେ । ‘‘ଏପରି କାର୍ଯ୍ୟାନୁଷ୍ଠାନରେ କେନ୍ଦ୍ର ସରକାରଙ୍କର କିଛି ଭୂମିକା ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ପରି ଆଇନ କାର୍ଯ୍ୟକାରୀ ସଂସ୍ଥାଙ୍କ କାର୍ଯ୍ୟଶୈଳୀରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ । ବୋଧହୁଏ ସେମାନଙ୍କ (କଂଗ୍ରେସ) କାର୍ଯ୍ୟକାଳରେ ସରକାର ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଶୈଳୀରେ ହସ୍ତକ୍ଷେପ କରୁଥାଇ ପାରନ୍ତି ।’’ ବୋଲି କହିଥିଲେ ପିୟୁଷ ।
ତେବେ ଆଜି ପୂର୍ବାହ୍ନରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ନେଇ ସଧାସଳଖ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେମାନେ ଏମିତି କରି କଂଗ୍ରେସକୁ ଡରାଇ ପାରିବେ ନାହିଁ ବୋଲି ରାହୁଲ କହିଥିଲେ । ଆଜି ଖାଡ୍ଗେଙ୍କୁ ଜେରା ପରେ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ପାଳି ମଧ୍ୟ ଇଡି ତାଲିକାରେ ଯୋଡି ହୋଇପାରେ ବୋଲି ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ