ETV Bharat / bharat

ଆତଙ୍କବାଦୀଙ୍କୁ ମୃତ କାଶ୍ମୀର ପଣ୍ଡିତଙ୍କ ଝିଅର ଖୋଲା ଚ୍ୟାଲେଞ୍ଜ - ଫାର୍ମାସିଷ୍ଟ ମାଖନଲାଲ ବିନ୍ଦରୁ

ଘାଟିର ଜଣାଶୁଣା ଫାର୍ମାସିଷ୍ଟ ମାଖନଲାଲ ବିନ୍ଦରୁଙ୍କ ଝିଅ ସିମୃଦ୍ଧି ବିରୁନ୍ଦ କହିଛନ୍ତି, ମୋ ବାପାଙ୍କର ହୁଏତ ମୃତ୍ୟୁ ହୋଇଯାଇଛି, କିନ୍ତୁ ତାଙ୍କ ଆତ୍ମା ସର୍ବଦା ଜୀବିତ ରହିବ । ମଙ୍ଗଳବାର ଶ୍ରୀନଗରରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ମାଖନଲାଲ ବିନ୍ଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ । ଅଧିକ ପଢନ୍ତୁ...

ଆତଙ୍କବାଦୀଙ୍କୁ ମୃତ କାଶ୍ମୀର ପଣ୍ଡିତଙ୍କ ଝିଅର ଖୋଲା ଚ୍ୟାଲେଞ୍ଜ

author img

By

Published : Oct 6, 2021, 6:25 PM IST

ଶ୍ରୀନଗର: 'ମୋ ବାପା ଜଣେ ସାହସୀ ମଣିଷ ଥିଲେ ' ନିଜ ଘର ସାମ୍ନାରେ ଗଣମାଧ୍ୟମକର୍ମୀଙ୍କୁ ବୟାନ ଦେଉଥିବା ସିମୃଦ୍ଧି ବିନ୍ଦରୁଙ୍କ ଆଖିରେ ନା ଥିଲା ଲୁହ ନା ଭୟ । ଘାଟିର ଜଣାଶୁଣା ଫାର୍ମାସିଷ୍ଟ ମାଖନଲାଲ ବିନ୍ଦରୁଙ୍କ ଝିଅ ସିମୃଦ୍ଧି ବିରୁନ୍ଦ କହିଛନ୍ତି, ମୋ ବାପାଙ୍କର ହୁଏତ ମୃତ୍ୟୁ ହୋଇଯାଇଛି, କିନ୍ତୁ ତାଙ୍କ ଆତ୍ମା ସର୍ବଦା ଜୀବିତ ରହିବ ।

  • Raise your hand and salute this brave daughter of Kashmir. Daughter of ML Bindroo who was shot dead yesterday pic.twitter.com/BXTQ3TaoGi

    — Harinder Baweja (@shammybaweja) October 6, 2021 " class="align-text-top noRightClick twitterSection" data=" ">

ମଙ୍ଗଳବାର ଶ୍ରୀନଗରରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତ ମାଖନଲାଲ ବିନ୍ଦରୁଙ୍କୁ ଗୁଳି କରି ହତ୍ୟା କରିଥିଲେ । ତାଙ୍କ ଫାର୍ମାସିରେ ମାଖନଲାଲଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କବାଦୀ । ନିଜ ବାପାଙ୍କ ହତ୍ୟାକୁ ନେଇ ସିମୃଦ୍ଧି କହିଛନ୍ତି, ତୁମେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିପାରିବ, କିନ୍ତୁ ମାଖନ ଲାଲଙ୍କ ଆତ୍ମାକୁ ନୁହେଁ । ଯିଏ ମୋ ବାପାଙ୍କୁ ହତ୍ୟା କରିଛି, ସେ ମୋ ସାମ୍ନାକୁ ଆସୁ । ମୋ ବାପା ମୋତେ ଶିକ୍ଷା ଦେଇଛନ୍ତି, କିନ୍ତୁ ରାଜନେତାମାନେ ଆପଣଙ୍କୁ ବନ୍ଧୁକ ଓ ପଥର ଦେଇଛନ୍ତି। ତୁମେ ବନ୍ଧୁକ ଏବଂ ପଥର ଧରି ଯୁଦ୍ଧ କରିବାକୁ ଚାହୁଁଛ । ଏହା ଭୀରୁତା । ରାଜନେତା ତୁମକୁ ବ୍ୟବହାର କରୁଛନ୍ତି । ଶିକ୍ଷା ସହିତ ସଂଗ୍ରାମ କରିବାକୁ ଆତଙ୍କୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିନ୍ଦରୁଙ୍କ ଝିଅ ।

ମଙ୍ଗଳବାର ପୁଣି ଘାଟିରେ ଗର୍ଜିଥିଲା ବନ୍ଧୁକ । କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଥିଲେ ଆତଙ୍କୀ । ଆକ୍ରମଣରେ କାଶ୍ମୀରୀ ପଣ୍ଡିତ ତଥା ପ୍ରସିଦ୍ଧ ଫାର୍ମାସିଷ୍ଟ ବିନ୍ଦରୁ ମେଡିକେଟର ମାଲିକ ମାଖନ ଲାଲ ବିନ୍ଦରୁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ବିନ୍ଦରୁଙ୍କ ଝିଅ ଏନେଇ ଆତଙ୍କବାଦୀମାନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି ।

ମାଖନଲାଲଙ୍କ ହତ୍ୟାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ୭୦ ବର୍ଷୀୟ ବିନ୍ଦରୁ ଜଣେ କାଶ୍ମୀରୀ ପଣ୍ଡିତ ଓ ଶ୍ରୀନଗରର ଜଣେ ପୁରୁଣା ବାସିନ୍ଦା ଥିଲେ । ଆତଙ୍କବାଦଙ୍କ ଆତଙ୍କ ଯେତେବେଳେ ଚରମରେ ଥିଲା, ସେତେବେଳେ ମଧ୍ୟ ମାଖନଲାଲ କାଶ୍ମୀର ଛାଡି ନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.