ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ ସ୍ବାମୀଙ୍କ ପରାମର୍ଶ, ଗଡକରୀଙ୍କୁ ଦିଆଯାଉ କୋରୋନା ମୁକାବିଲା ଦାୟିତ୍ବ

author img

By

Published : May 5, 2021, 10:49 PM IST

କୋରୋନା ସଂକ୍ରମଣରେ ଲଗାମ ଲଗାଇବା ପାଇଁ କଡା ପଦକ୍ଷେପ ନେବାକୁ କରାଯାଉଛି ଅପିଲ । ଏହାରି ମଧ୍ୟରେ ନୂଆ ତର୍କକୁ ଜନ୍ମ ଦେଇଛନ୍ତି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ ସ୍ବାମୀଙ୍କ ପରାମର୍ଶ, ଗଡକରୀଙ୍କୁ ଦିଆଯାଉ କୋରୋନା ମୁକାବିଲା ଦାୟିତ୍ବ
ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ ସ୍ବାମୀଙ୍କ ପରାମର୍ଶ, ଗଡକରୀଙ୍କୁ ଦିଆଯାଉ କୋରୋନା ମୁକାବିଲା ଦାୟିତ୍ବ

ନୂଆଦିଲ୍ଲୀ: କୋରୋନା ଦ୍ବିତୀୟ ଲହରୀର ସାମ୍ନା କରୁଥିବା ଭାରତରେ ଏବେ ରହିଛି ଭୟାବହ ସ୍ଥିତି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଦିନ ବଢୁଛି ମୃତ୍ୟୁ ସଂଖ୍ୟା । କୋରୋନା ସଂକ୍ରମଣରେ ଲଗାମ ଲଗାଇବା ପାଇଁ କଡା ପଦକ୍ଷେପ ନେବାକୁ କରାଯାଉଛି ଅପିଲ । ଏହାରି ମଧ୍ୟରେ ନୂଆ ତର୍କକୁ ଜନ୍ମ ଦେଇଛନ୍ତି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ।

ବୁଧବାର ସ୍ବାମୀ ଟ୍ବିଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନାର ମୁକାବିଲା ପାଇଁ ପରିଚାଳନା ଦାୟିତ୍ବ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ହସ୍ତାନ୍ତର କରିଦେବା ଉଚିତ । ସେ ଲେଖିଛନ୍ତି, ଯେଭଳି ଭାରତ ଇସଲାମିକ ଓ ବ୍ରିଟିଶ ଅନୁପ୍ରବେଶକାରୀଙ୍କ ମୁକାବିଲା କଲା, ସେହିଭଳିକୋରୋନାର ମଧ୍ୟ ମୁକାବିଲା କରିବ ।

ଯଦି ଆମେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକରିବୁ ତେବେ ଆଉ ଏକ ଲହରୀର ସାମ୍ନା କରିବାକୁ ପଡିପାରେ । ପିଏମ ମୋଦି ଏହି ଲଢେଇର ଦାୟିତ୍ବ ନିତିନ ଗଡକରୀଙ୍କୁ ଦେଇଦେବା ଦରକାର । ପିଏମଓ ଉପରେ ନିର୍ଭର ରହିବା ବୃଥା ବୋଲି କହିଛନ୍ତି ସ୍ବାମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.