ETV Bharat / bharat

ଦିଲ୍ଲୀ ସରକାରଙ୍କ ବଡ ବିଜୟ, ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି କରିବେ ନିର୍ବାଚିତ ସରକାର - କେନ୍ଦ୍ର ଦିଲ୍ଲୀ ସରକାର ବିବାଦ

କେନ୍ଦ୍ର-ଦିଲ୍ଲୀ କ୍ଷମତା ଲଢେଇରେ ଦିଲ୍ଲୀର ବଡ ବିଜୟ । ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିର୍ବାଚିତ ସରକାରଙ୍କ ଅଧିକାର କ୍ଷେତ୍ର କହିଲେ ସର୍ବୋଚ୍ଚ କୋର୍ଟ । ସମସ୍ତ ମାମଲାରେ କେନ୍ଦ୍ର ହସ୍ତକ୍ଷେପ କଲେ ସଙ୍ଘୀୟ ବ୍ୟବସ୍ଥା ଅସ୍ଥିତ୍ବ ହରାଇବ, କହିଲେ ଖଣ୍ଡପୀଠ । ଅଧିକ ପଢନ୍ତୁ

ଦିଲ୍ଲୀ ସରକାରଙ୍କ ବଡ ବିଜୟ, ଅଧିକାରୀଙ୍କ ପୋଷ୍ଟି ଓ ବଦଳି କରିବେ ନିର୍ବାଚିତ ସରକାର

author img

By

Published : May 11, 2023, 4:02 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିର୍ବାଚିତ ସରକାର ଥିଲେ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା କାରଣରୁ ନିର୍ବାଚିତ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ବିଧାନିକ ବିବାଦ ଦେଖାଯାଇଥାଏ । ତେବେ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାର ମଧ୍ୟରେ ଜାରି ରହିଥିବା ପ୍ରଶାସନିକ ସେବା ଅଧିକାର କ୍ଷେତ୍ର ମାମଲାରେ ଦିଲ୍ଲୀ ସରକାରଙ୍କ ବଡ ବିଜୟ ହୋଇଛି । ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିର୍ବାଚିତ ସରକାରର ଅଧିକାର ପରିସରଭୂକ୍ତ ବୋଲି ଆଜି ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ସର୍ବୋଚ୍ଚ କୋର୍ଟ କହିଛନ୍ତି, ରାଜଧାନୀ ଦିଲ୍ଲୀରେ କାନୁନ ବ୍ୟବସ୍ଥା , ଆଇନ ଶୃଙ୍ଖଳା, ଜମିଜମା ସମ୍ପର୍କିତ ମାମଲା ଓ ପୋଲିସ ସେବା କେନ୍ଦ୍ର ଅଧୀନରେ ଆସୁଛି । ଏହି ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ଦିଲ୍ଲୀର ନିର୍ବାଚିିତ ସରକାର ନିଷ୍ପତ୍ତି ଗ୍ରହଣ କରିବା ପାଇଁ ଅଧିକୃତ । ଏହି ସବୁ ବ୍ୟାପାରରେ ଉପରାଜ୍ୟପାଳ ସରକାରଙ୍କ ପରାମର୍ଶରେ ସହାୟତା କରିବା ପାଇଁ ବାଧ୍ୟ ।

ସର୍ବୋଚ୍ଚ କୋର୍ଟ କହିଛନ୍ତି, କେନ୍ଦ୍ର ସରକାର ସମସ୍ତ ବ୍ୟାପାରର ନିୟନ୍ତ୍ରଣ ହାତକୁ ନେଲେ ସଙ୍ଘୀୟ ବ୍ୟବସ୍ଥା ଅସ୍ତିତ୍ବ ହରାଇବ । ସଙ୍ଘୀୟ ବ୍ୟବସ୍ଥାକୁ ସମ୍ମାନ ଦେବାକୁ ହେବ । କେନ୍ଦ୍ର ସମସ୍ତ ବ୍ୟାପାର ନିଜ ନିୟନ୍ତ୍ରଣକୁ ନେଇପାରିବ ନାହିଁ । ଯଦି ନିର୍ବାଚିତ ସରକାର କୌଣସି କ୍ଷେତ୍ରକୁ ନିୟନ୍ତ୍ରଣ କରିପାରିବ ନାହିଁ, ତେବେ ଜନତାଙ୍କ ପ୍ରତି ସାମଗ୍ରିକ ଦାୟିତ୍ବ କେମିତି ନିର୍ବାହ କରିବ । ନିର୍ବାଚିତ ସରକାର ନିକଟରେ ପ୍ରଶାସନିକ ବ୍ୟବସ୍ଥାର ନିୟନ୍ତ୍ରଣ ରହିବା ଆବଶ୍ୟକ । ତେଣୁ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଦିଲ୍ଲୀ ସରକାରଙ୍କ ଅଧିକାର ପରିସରଭୁକ୍ତ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ, ଏମ.ଆର ଶାହା, ଜଷ୍ଟିସ କୃଷ୍ଣା ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏ.ନରସିଂହଙ୍କ ସମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ସମ୍ବିଧାନ ବେଞ୍ଚ ମଧ୍ୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଜଷ୍ଟିସ ଭୂଷଣଙ୍କ ଦ୍ବାରା 2019 ମହିସାରେ ପ୍ରକାଶ ପାଇଥିବା ରାୟ ସହିତ ସେମାନେ ଏତମତ ନୁହନ୍ତି । 2019 ରେ ଜଷ୍ଟିସ ଭୂଷଣ କହିଥିଲେ ଏହି ମାମଲା କେବଳ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିପାରିବ ।

ନିର୍ବାଚିତ ସରକାର ଦିଲ୍ଲୀବାସୀଙ୍କ ନିକଟରେ ଉତ୍ତରଦାୟୀ । ସଙ୍ଘୀୟ ବ୍ୟବସ୍ଥାରେ ନିର୍ବାଚିତ ସରକାର ଜନତାଙ୍କ ଇଚ୍ଛାର ପ୍ରତିଫଳନ ହୋଇଥାଏ । ଦିଲ୍ଲୀ ଏକ ପୂର୍ଣ୍ଣ ରାଜ୍ୟ ନୁହେଁ, କିନ୍ତୁ ତାଲିକା-୨ ଅଧୀନରେ ଥିବା ବିଷୟ ଉପରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ନିର୍ବାଚିତ ସରକାରକୁ କ୍ଷମତା ପ୍ରଦାନ କରାଯାଇଛି । ପ୍ରଶାସନିକ ବ୍ୟବସ୍ଥା ପରି ବିଷୟ ଯଦି ନିର୍ବାଚିତ ସରକାରଙ୍କ ବଦଳରେ କେନ୍ଦ୍ର ଦ୍ବାରା ନିୟନ୍ତ୍ରିତ ହୁଏ, ତେବେ ନିର୍ବାଚିତ ସରକାର ତାର କାର୍ଯ୍ୟ କରିପାରିବ ନାହିଁ । ଏପରି ପରିସ୍ଥିତିରେ ସଙ୍ଘୀୟ ବ୍ୟବସ୍ଥା ତାର ଅସ୍ଥିତ୍ବ ହରାଇବ ବୋଲି କୋର୍ଟ କହିଛନ୍ତି ।

ଦିଲ୍ଲୀର ପ୍ରଶାସନିକ ସେବାକୁ କି’ଏ ନିୟନ୍ତ୍ରଣ କରିବ ସେନେଇ 14 ଫେବୃଆରୀ 2019 ର ନିଷ୍ପତ୍ତି ହୋଇଥିଲା । ସୁପ୍ରିମକୋର୍ଟର ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ 2019 14 ଫେବୃଆରୀ ରେ ଏହା ଉପରେ ରାୟ ଦେଇଥିଲେ । ତେବେ ଏଥିରେ ଉଭୟ ବିଚାରପତିଙ୍କ ମତ ଭିନ୍ନ ଥିଲା । ତେଣୁ ଏହି ଶୁଣାଣି ପାଇଁ ତିନିଜଣିଆ ଖଣ୍ଡପୀଠ ଗଠନ କରିବାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.