ETV Bharat / bharat

ଟ୍ରାଏଲ ରନ ବେଳେ ଇଲେଟ୍ରିକ କାର ଦୁର୍ଘଟଣାଗ୍ରସ୍ତ: ପିଏମଓ ସଚିବଙ୍କ ଭାଇଙ୍କ ସମେତ 4 ବନ ଅଧିକାରୀ ମୃତ - uttarakhand news

Several officer dies in accident: ପିଏମଓ ସଚିବଙ୍କ ଭାଇଙ୍କ ସମେତ 4 ବନ ଅଧିକାରୀ ମୃତ । 2 ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ବଡ ଦୁର୍ଘାଟଣା: ପିଏମଓ ସଚିବଙ୍କ ଭାଇଙ୍କ ସମେତ 4 ବନ ଅଧିକାରୀ ମୃତ, ଏକାଧିକ ଆହତ

author img

By ETV Bharat Odisha Team

Published : Jan 8, 2024, 7:45 PM IST

ଡେରାଡୁନ: ଋଷିକେଶ ଅଞ୍ଚଳରେ ବନ ବିଭାଗର କାର୍ଯ୍ୟକ୍ରମ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ରାଜାଜୀ ଟାଇଗର୍ସ ରିଜର୍ଭ ନିକଟ ଚିଲ୍ଲା ରେଞ୍ଜରେ ବନ ବିଭାଗର ଇଲେକ୍ଟ୍ରୋନିକ୍ କାର ପରୀକ୍ଷାମୂଳକ ରନ କରାଯାଉଥିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବଙ୍କ ଭାଇଙ୍କ ସମେତ 4 ବନ ଅଧିକାରୀ ମୃତ, ଏକାଧିକ ଆହତ । ମୃତକମାନେ ସମସ୍ତେ ବନ ଅଧିକାରୀ ବୋଲି ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ରେଞ୍ଜର, ଡେପୁଟି ରେଞ୍ଜର ଓ ଅନ୍ୟ ଦୁଇଜଣ ବନ ଅଧିକାରୀ ରହିଛନ୍ତି ।

ସୂଚନାନୁସାରେ, ଏହି କାରର ଟ୍ରାଏଲ ରନ ଚାଲିଥିବା ବେଳେ ଗାଡିଟି ରାସ୍ତାକଡ଼ରେ ଏକ ଗଛ ସହ ଧକ୍କା ହେବା ପରେ ଓଲଟି ପଡିଥିଲା । କାରରେ ବସିଥିବା ଅଧିକାରୀମାନେ ନିକଟରେ ଥିବା ଜଳାଶୟକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାରକାରୀ ଟିମକୁ ଖବର ଦେବା ସହ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ତେବେ ଏବେ ସୁଦ୍ଧା 4 ଅଧିକାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ସଚିବ ମଙ୍ଗେଶ ଗିଲ୍ଡିଆଲଙ୍କ ଭାଇ ଶୈଳେଶ ଗିଲ୍ଡିଆଲ ମଧ୍ୟ ରହିଛନ୍ତି । ତାଙ୍କ ବ୍ୟତୀତ ବନ ଅଧିକାରୀ ପ୍ରମୋଦ ଧ୍ୟାନୀ ଓ ସୈଫ ଅଲ୍ଲୀ ଖାନ ରହିଛନ୍ତି । ଗାଡିରେ ମୋଟ କେତେ ଜଣ ଅଧିକାରୀ ଓ ବନ କର୍ମଚାରୀ ଥିଲେ ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ ହୋଇନି । ସେହିପରି ଅନ୍ୟ ଦୁଇ ଅଧିକାରୀ ଜଳାଶୟକୁ କିପରି ଖସିଲେ, ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନରେ ବିଜୟ ପରେ ହସିନାଙ୍କୁ ଭେଟିଲେ ଭାରତୀୟ ଉଚ୍ଚାୟୁକ୍ତ

ଏବେ ମଧ୍ୟ ଅନ୍ୟ ଦୁଇ ଅଧିକାରୀ ନିଖୋଜ ରହିଛନ୍ତି । 4 ଜଣ ଅଧିକାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେଉଁ କାରଣରୁ ବିଦ୍ୟୁତଚାଳିତ କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପଟିହେଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ ପହଞ୍ଚି କାରକୁ ଜବତ କରିବା ସହ 4 ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଏକ ମାମଲା ରୁଜୁ କରାଯାଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କ ଏକ ଟିମ୍‌ ସହ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.