ରାଞ୍ଚି: ଜାମସେଦପୁର ସ୍ଥିତ ଟାଟା ଷ୍ଟିଲ(Tata Steel Plant)ରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ପ୍ଲାଣ୍ଟର କୋକ ଓଭେନ ଡିପାର୍ଟମେଣ୍ଟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି । କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
-
#WATCH Jharkhand | A fire broke out in a Coke plant of Tata Steel Factory in Jamshedpur due to an alleged blast in a battery. Five fire tenders at the spot, 2 labourers reportedly injured. pic.twitter.com/Y7cBhVSe1A
— ANI (@ANI) May 7, 2022 " class="align-text-top noRightClick twitterSection" data="
">#WATCH Jharkhand | A fire broke out in a Coke plant of Tata Steel Factory in Jamshedpur due to an alleged blast in a battery. Five fire tenders at the spot, 2 labourers reportedly injured. pic.twitter.com/Y7cBhVSe1A
— ANI (@ANI) May 7, 2022#WATCH Jharkhand | A fire broke out in a Coke plant of Tata Steel Factory in Jamshedpur due to an alleged blast in a battery. Five fire tenders at the spot, 2 labourers reportedly injured. pic.twitter.com/Y7cBhVSe1A
— ANI (@ANI) May 7, 2022
ମିଳିିଥିବା ସୂଚନା ଅନୁସାରେ, କୋକ୍ ପ୍ଲାଣ୍ଟର ବ୍ୟାଟେରୀ ନମ୍ବର 6 ଏବଂ 7 ରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ ଲାଇନରେ ୱେଲଡିଂ କାମ ଚାଲିଥିଲା ବେଳେ ଗ୍ୟାସ ଲାଇନ ଲିକ ହେବାରୁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ବିସ୍ଫୋରଣ ପରେ ଉକ୍ତ ୟୁନିଟରେ ଭୟଙ୍କର ନିଆଁ ଲାଗିଯାଇଛି । ୫ଟି ଅଗ୍ନିଶମ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଏଥିରେ 3 ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ