ମୁମ୍ବାଇ: ସିଆରପିଏଫ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ ମେଲ । ଦେଶର ବିଭିନ୍ନ ସ୍ଥାନରେ ସିରିଅଲ ବିସ୍ଫୋରଣ କରାଯିବା ନେଇ ଦିଆଯାଇଛି ଧମକ । ଆଉ ଏଥିପାଇଁ 11 ରୁ ଅଧିକ ଆତଙ୍କବାଦୀ ଓ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ ରହିଥିବା ମେଲରେ କୁହାଯାଇଛି ।
ମହାରାଷ୍ଟ୍ର ମୁମ୍ବାଇର ଏକ ସିଆରପିଏଫ କାର୍ଯ୍ୟାଳୟକୁ ଏହି ମେଲ ଆସିବାରେ ହଇଚଇ ସୃଷ୍ଟି ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜୀବନକୁ ବିପଦ ରହିଥିବା ଜଣାପଡିଛି । ତେବେ ବର୍ତ୍ତମାନ ଏହି ମେଲର ସତ୍ୟତା ଯାଞ୍ଚ କରିଯାଉଛି । କିଏ ଓ କାହିଁକି ଏପରି ମେଲ ପଠାଇଛି । ସେନେଇ ତଦନ୍ତ ଆରମ୍ଭ ହୋଇଯାଇଛି ।