ETV Bharat / bharat

ସଂସଦରେ ପ୍ରଶ୍ନ ଉଠାଇବା ପାଇଁ ଟଙ୍କା ନେଇଛନ୍ତି ମହୁଆ ମୌଇତ୍ରା ! ଅଭିଯୋଗ ସହ ତଦନ୍ତ ଦାବି କଲେ BJP ସାଂସଦ - ବିଜେପି ସାଂସଦ ନିଶିକାନ୍ତ ଦୁବେ

ଗୃହରେ ଆଦାନୀ ଗ୍ରୁପ ବିରୋଧରେ ପ୍ରଶ୍ନ ଉଠାଇବା ପାଇଁ ଜଣେ ଶିଳ୍ପପତିଙ୍କ ଠାରୁ ଟଙ୍କା ନେଇଛନ୍ତି ଟିଏମସି ସାଂସଦ ମହୁଆ ମୌଇତ୍ରା । ସାଙ୍ଘାତିକ ଅଭିଯୋଗ ସହ ତଦନ୍ତ ଦାବିରେ ବାଚସ୍ପତି ବିର୍ଲାଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଅଧିକ ପଢନ୍ତୁ

ସଂସଦରେ ପ୍ରଶ୍ନ ଉଠାଇବାପାଇଁ ଟଙ୍କା ନିଅନ୍ତି ମହୁଆ ମୌଇତ୍ରା! ଅଭିଯୋଗ ସହ ତଦନ୍ତ ଦାବି କଲେ BJP ସାଂସଦ

author img

By ETV Bharat Odisha Team

Published : Oct 15, 2023, 8:12 PM IST

ନୂଆଦିଲ୍ଲୀ: ଅଧିବେଶନ ସମୟରେ ସଂସଦରେ ଜଣେ ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କ ବିରୋଧରେ ପ୍ରଶ୍ନ କରିବା ପାଇଁ ତୃଣମୂଳ କଂଗ୍ରେସର ଫାଏରବ୍ରାଣ୍ଡ ନେତ୍ରୀ ତଥା ସାଂସଦ ଜଣେ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଠାରୁ ଅର୍ଥରାଶି ଗ୍ରହଣ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ । ମହୁଆ ଟଙ୍କା ଗ୍ରହଣ କରି ଗୃହରେ ଆଦାନୀ ସମୂହ ସମ୍ପର୍କରେ ପ୍ରଶ୍ନ କରିଥିବା ସାଂସଦ ନିଶିକାନ୍ତ ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ ଏକ କମିଟି ଗଠନ କରି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।

  • Am using all my ill gotten cash & gifts to buy a college/ university in which Degree Dubey can finally buy a real degree.

    Please @ombirlakota @loksabhaspeaker finish the enquiries against him for false affidavits & then set up my enquiry committee.

    — Mahua Moitra (@MahuaMoitra) October 15, 2023 " class="align-text-top noRightClick twitterSection" data=" ">

ନିଶିକାନ୍ତଙ୍କ ଅଭିଯୋଗ ଅନୁସାରେ ମହୁଆ ମୌଇତ୍ରା, ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଅର୍ଥରାଶି ଗ୍ରହଣ କରି ଆଦାନୀ କମ୍ପାନୀ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଛନ୍ତି । ଦର୍ଶନ ହୀରାନନ୍ଦାନୀ ଓ ଗୌତମ ଆଦାନୀଙ୍କ ନେତୃତ୍ବାଧୀନ କମ୍ପାନୀ ପରସ୍ପର ବ୍ୟବସାୟିକ ପ୍ରତିଦ୍ବନ୍ଦୀ ହୋଇଥିବା କାରଣରୁ ମୌଇତ୍ରାଙ୍କର ଏହି ପ୍ରଶ୍ନ ହୀରାନନ୍ଦାନୀଙ୍କୁ ଲାଭ ପହଞ୍ଚାଇଛି । ବର୍ଷ 2019 ରୁ 2021 ମଧ୍ୟରେ ସଂସଦରେ ମୌଇତ୍ରା ପ୍ରାୟ 60 ପ୍ରଶ୍ନ ଉଠାଇଥିବା ବେଳେ ସେଥିରୁ 50ଟି ପ୍ରଶ୍ନ ଦର୍ଶନ ହୀରାନନ୍ଦାନୀଙ୍କ କହିବା ଅନୁସାରେ ମୌହୁଆ ପଚାରିଥିଲେ ।

  • Multiple breach of privileges pending against fake degreewala & other @BJP4India luminaries. Welcome any motions against me right after Speaker finishes dealing with those.
    Also waiting for @dir_ed & others to file FIR in Adani coal scam before coming to my doorstep.

ଆଦାନୀ ପ୍ରସଙ୍ଗ ଉଠାଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ମଧ୍ୟ ଲକ୍ଷ ଥିଲା । ଏହି ସବୁ କାର୍ଯ୍ୟକଳାପ ପାଇଁ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ମହୁଆଙ୍କୁ ମୋଟା ଅଙ୍କର କ୍ରାସ ଗିଫ୍ଟ ମିଳିଥିଲା । ତେବେ ଏହି ଅଭିଯୋଗ ପଛରେ ସେ ଆଇନଜୀବୀ ଜୟଅନନ୍ତ ଦେହେରାଦ୍ରୀଙ୍କ ଚିଠି ଆଧାରରେ କରିଛନ୍ତି ବୋଲି ନିଶିକାନ୍ତ କହିଛନ୍ତି । ତେଣୁ ତାଙ୍କୁ ସାଂସଦ ପଦରୁ ତୁରନ୍ତ ନିଲମ୍ବିତ କରିବା ଓ ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ନିଶିକାନ୍ତ ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Telangana polls: 4ଶହ ଟଙ୍କାରେ LPG ଦେବେ KCR, 15 ଲକ୍ଷର ସ୍ବାସ୍ଥ୍ୟ ବୀମା

ତେବେ ସାଙ୍ଘାତିକ ଅଭିଯୋଗ ପରେ ‘ଏକ୍ସ’ରେ ଏହାର ପ୍ରତିକ୍ରିୟା ରଖିଛନ୍ତି ମହୁଆ । ନିଶିକାନ୍ତ ଦୁବେଙ୍କୁ ମିଛ ଡିଗ୍ରୀଧାରୀ ଭାବେ କଟାକ୍ଷ କରିବା ସହ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି ଦୁବେଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ସମେତ ଏକାଧିକ ମାମଲା ପେଣ୍ଡିଂ ରହିଛି । ଯେକୌଣସି ଅଭିଯୋଗର ତଦନ୍ତକୁ ସେ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ବିରୋଧରେ ସ୍ବାଧୀକାର କମିଟି ଗଠନ କରାଯାଉ । ସିବିଆଇ ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁ ବୋଲି ମହୁଆ ଟ୍ବିଟରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.