ETV Bharat / bharat

ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ବନ୍ଦ ହେବ ବିମାନ ସେବା !

ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ବନ୍ଦ ହୋଇପାରେ ବିମାନ ସେବା। ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର। ଅଧିକ ପଢ଼ନ୍ତୁ...

author img

By

Published : Nov 20, 2020, 8:05 PM IST

ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ବନ୍ଦ ହେବ ବିମାନ ସେବା !
ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ବନ୍ଦ ହେବ ବିମାନ ସେବା !

ମୁମ୍ବାଇ: ଦିଲ୍ଲୀ ଓ ମହାରାଷ୍ଟ୍ରରେ ମଧ୍ୟରେ ବନ୍ଦ ହୋଇପାରେ ବିମାନ ସେବା। ଦିଲ୍ଲୀରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇ ପାରନ୍ତି। କେବଳ ବିମାନ ସେବା ନୁହେଁ ରେଳ ସେବାକୁ ନେଇ ମଧ୍ୟ ମହାରାଷ୍ଟ୍ର ସରକାର କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି।

ଦେଶରେ ଲକଡାଉନ କଟକଣା ଉଠାଇଛନ୍ତି କେନ୍ଦ୍ର ସରକାର। ଏହାସହ ଦେଶର ଅର୍ଥ ବ୍ୟବସ୍ଥା ସୁଧାରିବାକୁ ବିଭିନ୍ନ ପ୍ରୟାସ ଜାରି ରହିଛି। କିନ୍ତୁ ଗତ କିଛି ଦିନ ହେଲା ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋରୋନା ମୃତ୍ୟୁ ହାର ବୃଦ୍ଧି ପାଇଛି। ଏହାକୁ ଚିନ୍ତାରେ ରହିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ରରେ କୋରୋନା ସ୍ଥିତି ଧିରେଧିରେ ସୁଧୁରିବାକୁ ଲାଗିଛି। ଏଭଳି ସ୍ଥିତିରେ କୋରୋନା ଭାଇରସକୁ କୌଣସି ବିପଦ ଆପଣେଇବାକୁ ଚାହୁଁ ନାହାନ୍ତି ସରକାର।

ତେବେ ମହାରାଷ୍ଟ୍ର ସରକାର କହିଛନ୍ତି ଯେ, କୌଣସି ନିଷ୍ପତ୍ତି ନିଆଯିବ ପରେ ଲୋକଙ୍କୁ 48 ଘଣ୍ଟା ପୂର୍ବରୁ ଅବଗତ କରାଯିବ ବୋଲି କୁହାଯାଇଛି। ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ବହୁ ଲୋକ ଯିବା ଆସିବା କରିଥାନ୍ତି। ଏଭଳିସ୍ଥିତିରେ ମହାରାଷ୍ଟ୍ରରେ ପୁନର୍ବାର କୋରନା ସଂକ୍ରମଣ ହେବାର ଆଶଙ୍କା ରହିଛି। ଦିଲ୍ଲୀରେ କୋରୋନା ସ୍ଥିତି ସୁଧୁରିବା ଯାଏଁ ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ସମସ୍ତ ଯାତାୟତ ଉପରେ କଟକଣା ଜାରି କରିବାକୁ ପ୍ରସ୍ତାବ ଦେଇଛନ୍ତି ମହାରାଷ୍ଟ୍ରର ବିଭିନ୍ନ ମନ୍ତ୍ରୀ। ଏହି ପ୍ରସ୍ତାବକୁ ନେଇ ଚିନ୍ତା କରିବାକୁ କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ପ୍ରସ୍ତାବ ଉପରେ ମୋହର ଲାଗିଲେ, ଦିଲ୍ଲୀ ଓ ମହାରାଷ୍ଟ୍ର ମଧ୍ୟରେ ବିମାନ ଓ ରେଳ ଚଳାଚଳ ବନ୍ଦ ହେବ ବୋଲି ସୂଚନା ମିଳିଛି।

ଦିଲ୍ଲୀରେ କୋରୋନା ମୃତ୍ୟୁସଂଖ୍ୟା ବର୍ତ୍ତମାନ 8 ହଜାର ପାର ହୋଇଛି। ଗତ 24 ଘଣ୍ଟାରେ 98 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାସହ ଦିଲ୍ଲୀରେ କୋରୋନା ମୃତ୍ୟୁସଂଖ୍ୟା 8 ହଜାର 41କୁ ବୃଦ୍ଧି ପାଇଛି। ଗତ ବୁଧବାର ଦିନ ମଧ୍ୟ ଦିଲ୍ଲୀରେ 131 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ମହାରାଷ୍ଟ୍ରରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ କଲେଜ 31 ଡିସେମ୍ବର ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ 23 ନଭେମ୍ବରରେ ସ୍କୁଲ କଲେଜ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.