ETV Bharat / bharat

ବାବା ରାମଦେବଙ୍କୁ ମହାରାଷ୍ଟ୍ର ମହିଳା କମିଶନର ନୋଟିସ, ମହିଳାଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ - ମହାରାଷ୍ଟ୍ର ମହିଳା କମିଶନର ନୋଟିସ

ଯୋଗ କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡୁଆରେ ଯୋଗଗୁରୁ ରାମଦେବ (Baba Ramdev controversial statement on women)। ନୋଟିସ ପଠାଇ 3ଦିନ ମଧ୍ୟରେ ସ୍ପଷ୍ଟୀକରଣ ମାଗିଲା ମହାରାଷ୍ଟ୍ର ମହିଳା କମିଶନ । ସୋସିଆଲ ମଡିଆରେ ମଧ୍ୟ ତୀବ୍ର ପ୍ରତିକ୍ରିୟା । ଅଧିକ ପଢନ୍ତୁ

Ramdevs controversial statement: 3 ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ମହାରାଷ୍ଟ୍ର ମହିଳା କମିଶନଙ୍କ ନୋଟିସ

author img

By

Published : Nov 27, 2022, 9:27 PM IST

ହାଇଦ୍ରାବାଦ: ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡୁଆରେ ଯୋଗଗୁରୁ ରାମଦେବ (Baba Ramdev controversial statement on women) । ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ ଯୋଗ କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ରାମଦେବ । ଏହି ମାମଲାରେ ତାଙ୍କୁ ନୋଟିସ ଜାରି କରିଛି ମହାରାଷ୍ଟ୍ର ମହିଳା କମିଶନ । 3ଦିନ ମଧ୍ୟରେ ମନ୍ତବ୍ୟ ସମ୍ପର୍କରେ ଉତ୍ତର ରଖିବା ପାଇଁ ନୋଟିସରେ ମହିଳା କମିଶନ ଦର୍ଶାଇଛି । ସେହିପରି ଦିଲ୍ଲୀ ମହିଳା କମିଶନ ଅଧ୍ୟାକ୍ଷା ସ୍ବାତୀ ମାଲିଓ୍ବାଲ ମଧ୍ୟ ରାମଦେବ ଟିପ୍ପଣୀଙ୍କୁ ସମାଲୋଚନା କରିବା ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ସ୍ବାତୀ ରାମଦେବଙ୍କ ଉକ୍ତ ବିବାଦୀୟ ଟିପ୍ପଣୀର ଏକ ଭିଡିଓ ମଧ୍ୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

  • महाराष्ट्र के उपमुख्यमंत्री जी की पत्नी के सामने स्वामी रामदेव द्वारा महिलाओं पर की गई टिप्पणी अमर्यादित और निंदनीय है। इस बयान से सभी महिलाएँ आहत हुई हैं, बाबा रामदेव जी को इस बयान पर देश से माफ़ी माँगनी चाहिए! pic.twitter.com/1jTvN1SnR7

    — Swati Maliwal (@SwatiJaiHind) November 26, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଆଜି ଥାନେରେ ଆୟୋଜିତ କାର୍ଯ୍ୟକ୍ରମରେ ରାମଦେବ ଅଂଶଗ୍ରହଣ କରିଥିବା ମହିଳାଙ୍କ ଶାଢୀ ପିନ୍ଧିବା ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ରାମଦେବ କହିଥିଲେ, ‘‘ଆଜି କାର୍ଯ୍ୟକ୍ରମରେ ବ୍ୟସ୍ତତା ମଧ୍ୟରେ କିଛି ମହିଳାଙ୍କୁ ଶାଢୀ ପିନ୍ଧିବାର ଅବସର ମିଳିନି । ସେମାନେ ଘରେ ଯାଇ ଶାଢୀ ପିନ୍ଧି ପାରିବେ । ଆପଣମାନେ ଶାଢୀରେ ଭଲ ଲାଗନ୍ତି, ସାଲଓ୍ବାରରେ ମଧ୍ୟ ଭଲ ଲାଗନ୍ତି । ଯଦି ଆପଣମାନେ ମୋ ପରି ପୋଷାକ ପରିଧାନ କରନ୍ତି ତା ହେଲେ ମଧ୍ୟ ଭଲ ଲାଗିବେ ।’’

କାର୍ଯ୍ୟକ୍ରମ ମଞ୍ଚରେ ରାମଦେବଙ୍କ ସହ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ମଧ୍ୟ ଉପସ୍ଥିତ ଥିଲେ । ତେବେ ରାମଦେବଙ୍କ ଏପରି ଟିପ୍ପଣୀ ପରେ ବିବାଦ ଦେଖିବାକୁ ମିଳିଥିଲା । ଅଭିଯୋଗ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା । ଏହି ମାମଲାରେ ମହିଳା କମିଶନ 3ଦିନ ମଧ୍ୟରେ ସ୍ପଷ୍ଟୀକରଣ ରଖିବାକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାମଦେବଙ୍କ ମନ୍ତବ୍ୟ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଭିଡିଓକୁ ଟ୍ବିଟ କରି ଟିପ୍ପଣୀକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ (Swati Maliwal of Delhi Women Commission)।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.