ETV Bharat / bharat

ମହାରାଷ୍ଟ୍ରରେ ବିଷାକ୍ତ ଗ୍ୟାସ ଲିକ

ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ବିଷାକ୍ତ ଗ୍ୟାସ ନିର୍ଗତ । ଏକ ଖୋଲା ପଡିଆରେ କିଛି ସିଲିଣ୍ଡରରୁ ଗ୍ୟାସ ନିର୍ଗତ ହୋଇ ଚାରିଆଡେ ବ୍ୟାପି ଯାଇଛି । ତେବେ ଏନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ବିଷାକ୍ତ ଗ୍ୟାସ ଲିକ
ମହାରାଷ୍ଟ୍ରରେ ବିଷାକ୍ତ ଗ୍ୟାସ ଲିକ
author img

By

Published : May 2, 2021, 1:58 PM IST

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ବିଷାକ୍ତ ଗ୍ୟାସ ନିର୍ଗତ । ଏକ ଖୋଲା ପଡିଆରେ କିଛି ସିଲିଣ୍ଡରରୁ ଗ୍ୟାସ ନିର୍ଗତ ହୋଇ ଚାରିଆଡେ ବ୍ୟାପି ଯାଇଛି । ତେବେ ଏନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ଘଟଣାଟି ଶନିବାର ରାତି ପ୍ରାୟ 10 ଟା ସମୟରେ ଭିୱାଣ୍ଡି ଡାଉନସିପ ଅଞ୍ଚଳରେ ଘଟିଥିଲା । ବିଷାକ୍ତ ନିର୍ଗତ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳଭାସୀ ଭୟଭୀତ ହୋଇପଡିଥିଲେ । ସଲଫର ଡାଇଅକ୍ସାଇଡ୍ ଭର୍ତ୍ତି ଥିବା 16ଟି ସିଲିଣ୍ଡରକୁ ଭିୱାଣ୍ଡିର ଖୁନି ଗାଁର ଚିକନିପଡା ଅଞ୍ଚଳରେ ରଖାଯାଇଥିଲା। ସେଥି ମଧ୍ୟରୁ 2 ଟି ସିଲିଣ୍ଡରରୁ ଗ୍ୟାସ ନିର୍ଗତ ହୋଇଥିଲା ।

ସେପଟେ, ଘଟଣାବିଷୟରେ ଜଣାପଡିବା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ ରୋକିବାକୁ ପ୍ରାୟ 2 ଘଣ୍ଟାର ସମୟ ଲାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.