ETV Bharat / bharat

ନୱାବଙ୍କ ଟାର୍ଗେଟରେ ବିଜେପି-ଏନସିବି, ଦୀପାବଳି ପରେ ଗୁମର ଖୋଲିବାର ଦେଲେ ଧମକ

author img

By

Published : Nov 4, 2021, 8:36 AM IST

ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନ ଗିରଫ ହେବା ପରଠୁ ଏନସିବି ଓ ବିଜେପି ଉପରେ ବର୍ଷୁଛନ୍ତି ମନ୍ତ୍ରୀ ନୱାବ ମଲ୍ଲିକ । ଏବେ ଦୀପାବଳି ପରେ ଅନେକ ଗୁମର ଖୋଲିବା ନେଇ ଦେଇଛନ୍ତି ଧମକ । ଅଧିକ ପଢନ୍ତୁ...

ନୱାବଙ୍କ ଟାର୍ଗେଟରେ ବିଜେପି-ଏନସିବି, ଦୀପାବଳି ପରେ ଗୁମର ଖୋଲିବାର ଦେଲେ ଧମକ
ନୱାବଙ୍କ ଟାର୍ଗେଟରେ ବିଜେପି-ଏନସିବି, ଦୀପାବଳି ପରେ ଗୁମର ଖୋଲିବାର ଦେଲେ ଧମକ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରଠୁ ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଟାର୍ଗେଟରେ ରହିଛି ଏନସିବି । ପ୍ରତିଦିନ ବିଜେପି ଓ ଏନସିବି ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ନୱାବ । ତେବେ ଏସବୁ ଭିତ୍ତିରେ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ମଧ୍ୟ ବାଦ୍ ଦେଇନାହାନ୍ତି । ଡ୍ରଗ୍ସ ଚାଲଣକାରୀଙ୍କ ସହ ଫଡନାବିସଙ୍କ ପତ୍ନୀଙ୍କ ଲିଙ୍କ ଥିବା ନୱାବ ଅଭିଯୋଗ କରିଛନ୍ତି । ଏପରିକି ମୁମ୍ବାଇର ଲଳିତ୍ ନାମକ ହୋଟେଲରେ ଅନେକ ରାଜ୍ ଲୁଚି ରହିଛି । ଦୀପାବଳି ପରେ ରବିବାର ସେସବୁ କହିବେ ବୋଲି ଦୀପାବଳିର ଶୁଭେଚ୍ଛା ଜଣାଇ ଏଭଳି ଟ୍ବିଟ୍ କରିଛନ୍ତି ମନ୍ତ୍ରୀ ।

  • शुभ दीपावली
    आप सभी की दिवाली मंगलमय हो

    होटल 'The Lalit' मे छुपे है कई राज़...
    मिलते है रविवार को

    — Nawab Malik نواب ملک नवाब मलिक (@nawabmalikncp) November 3, 2021 " class="align-text-top noRightClick twitterSection" data=" ">

ନୱାବଙ୍କ ଟ୍ବିଟରୁ ସେ ସମୀର ୱାଙ୍ଖଡେ ଏବଂ ଫଡନାଭିସଙ୍କ ବିରୁଦ୍ଧରେ କିଛି ସାଙ୍ଘାତିକ ତଥ୍ୟ ଉପରୁ ପରଦା ଉଠାଇବେ ବୋଲି ସନ୍ଦେହ କରାଯାଉଛି । ସେପଟେ ତାଙ୍କର ମନ୍ତବ୍ୟ ପରେ ଏନସିପି ଏବଂ ବିଜେପି ମଧ୍ୟ ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି । ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ଫଡନାବିସ ।

'ଦୀପାବଳି ଅତିକ୍ରମ କରିବା ଯାଏଁ ଅପେକ୍ଷା କରିଛି । ମନ୍ତ୍ରୀ ଦୀପାବଳି ପୂର୍ବରୁ ଛୋଟ ବାଣ ଫୁଟାଇଛନ୍ତି । ମୁଁ ଦୀପାବଳି ପରେ ବଡ ବାଣ ଫୁଟାଇବି । ଅଣ୍ଡରୱାର୍ଲ୍ଡ ସହ ଯେଉଁମାନଙ୍କ ସମ୍ପର୍କ ରହିଛି ସେମାନେ ମୋ ବିଷୟରେ କହିବା ଉଚିତ୍ ନୁହେଁ' ବୋଲି ନୱାବଙ୍କୁ ବାଣ ମାରିଛନ୍ତି ଦେବେନ୍ଦ୍ର । ଏପରିକି ନୱାବଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କ ନେଇ ଯାହା କହିଲେ ତା'ର ପ୍ରମାଣ ଥିବା ମଧ୍ୟ ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.