ETV Bharat / bharat

ଦିବ୍ୟାଙ୍ଗଙ୍କ ବିବାହ: ସମୁଦି ସମ୍ପର୍କରେ ବାନ୍ଧି ହେଲେ ଗୃହମନ୍ତ୍ରୀ ଓ ଜିଲ୍ଲାପାଳ

author img

By

Published : Dec 21, 2020, 9:45 PM IST

ଜଣେ ମୁକ ବଧିର ଯୋଡ଼ିଙ୍କ ବିବାହ ପାଇଁ ସମୁଦି ସମ୍ପର୍କରେ ବାନ୍ଧି ହେଲେ ଗୃହମନ୍ତ୍ରୀ ଓ ଜିଲ୍ଲାପାଳ। ବିବାହ ପାଇଁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବର୍ଷାକୁ ପୋଷ୍ୟ ଝିଅ ଭାବେ ଗ୍ରହଣ କରିଥିଲେ। ଅଧିକ ପଢ଼ନ୍ତୁ...

maharashtra home minister and nagpur collector were turn to samdhis for deaf and mute couple wedding
ଦିବ୍ୟାଙ୍ଗଙ୍କ ବିବାହ, ସମୁଦି ସମ୍ପର୍କରେ ବାନ୍ଧି ହେଲେ ଗୃହମନ୍ତ୍ରୀ ଓ ଜିଲ୍ଲାପାଳ

ମୁମ୍ବାଇ: ଜଣେ ମୁକ ବଧିର ଯୋଡ଼ିଙ୍କ ବିବାହ ପାଇଁ ସମୁଦି ସମ୍ପର୍କରେ ବାନ୍ଧି ହେଲେ ଗୃହମନ୍ତ୍ରୀ ଓ ଜିଲ୍ଲାପାଳ। ମହାରାଷ୍ଟ୍ର ନାଗପୁର ଜିଲ୍ଲାରେ ଏଭଳି ଏକ ହୃଦୟସ୍ପର୍ଶୀ ଚିତ୍ର ଦେଖିବାକୁ ମିଳିଛି। ସମୀର ଓ ବର୍ଷା ଅମରାବତୀର ଆମ୍ବାଦାସପନ୍ତ ବୈଦ୍ୟ ମାଟିମାଣ୍ଡ ମୁକବଧିର ଅନାଥ ଆଶ୍ରମରେ ବଢ଼ିଛନ୍ତି। ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ। ଏହାପରେ ଗତ ରବିବାର ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି।

ଏହି ବିବାହ ପାଇଁ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବର୍ଷାକୁ ପୋଷ୍ୟ ଝିଅ ଭାବେ ଗ୍ରହଣ କରିଥିଲେ। ଏହି ବିବାହ ପାଇଁ ମାଙ୍କପୁରସ୍ଥିତ ସଦଭାବନା ଲନ୍ସରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଅନିଲ ଦେଶମୁଖ। ଝିଅ ବିବାହ କରିବା ସହ କନ୍ୟାଦାନ ମଧ୍ୟ କରିଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ। ସେପଟେ ବରର ପିତା ଦାୟିତ୍ବ ନେଇଛନ୍ତି ନାଗପୁର ଜିଲ୍ଲାପାଳ ରବିନ୍ଦ୍ର ଠାକରେ। ସେ ମଧ୍ୟ ସମୀରକୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରି ବାହାଘରର ସମସ୍ତ ରୀତିନୀତିକୁ ପାଳନ କରିଥିଲେ।

ସମାଜକୁ ଏକ ବାର୍ତ୍ତା ଦେବାକୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ ନାଗପୁର ଜିଲ୍ଲାପାଳ ଏଭଳି ଏକ ମହତ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଖାଲି ସେତିକି ନୁହେଁ ଦୁହେଁ କନ୍ୟାର ପାଲିଙ୍କିକୁ କାନ୍ଧରେ ବୋହି ବାହା ବେଦୀ ପର୍ଯ୍ୟନ୍ତ ନେଇଯାଉଥିବା ଦେଖିବାକୁ ମିଳିଥିଲା। ଯଦିଓ ଏହି ବିବାହ ଜଣେ ହିନ୍ଦୁ ବ୍ରାହ୍ମଣ କରାଇଥିଲେ, ଏଥିରେ ବୁଦ୍ଧ, ଜୈନ, ଇସଲାମ ଓ ଶିଖ ଧର୍ମର ପ୍ରତିନିଧିମାନେ ଉପସ୍ଥିତ ରହି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ।

ଏହାକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, "ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏଭଳି କାର୍ଯ୍ୟ କରିବାକୁ ଆଗେଇ ଆସିବା ଆବଶ୍ୟକ। ଏଭଳି କାର୍ଯ୍ୟ ଦ୍ବାରା ସେମାନେ ନିଜର ଏକ ପରିବାର ପାଇ ପାରିବେ।"

ଏହି ବିବାହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ। ଆରଏସଏସ ମୁଖ୍ୟ ମୋହନ ଭାଗବତ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ହନ୍ସରାଜ ଆହିର ଓ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତିନ ରାଉତ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ବୈଦ୍ୟ ମାଟିମାଣ୍ଡ ମୁକବଧିର ଅନାଥ ଆଶ୍ରମରେ ନବଦମ୍ପତ୍ତିଙ୍କ ପାଇଁ ଏକ ସ୍ବାଗତ ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.