ମୁମ୍ବାଇ: ମହାରାଷ୍ଟ୍ର ଭିୱାଣ୍ଡିର ଏମଆଇଡିସି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଏମଆଇଡିସି ଅଞ୍ଚଳରେ ଥିବା ଗୋଟିଏ କପଡା ଗୋଦାମରେ ଅଚାନକ ନିଆଁ ଲାଗିଯାଇଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।
ସୂଚନାଅନୁସାରେ, ଗୁରୁବାର ରାତି ପ୍ରାୟ 2ଟା ସମୟରେ କପଡା ଗୋଦାମଟି ଅଚାନକ ହୁ ହୁ ଜଳିବାକୁ ଲାଗିଥିଲା । ଗୋଦାମରେ ନିଆଁ ଲାଗିବା ମାତ୍ରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଗୋଟିଏ ଜମ୍ମୁ ୱାଟର ଟ୍ୟାଙ୍କ ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା ।
ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ । ତେବେ କପଡା ଗୋଦାମରେ ଅଚାନକ କିପରି ନିଆଁ ଲାଗିଲା ତାହା ଜଣାପଡି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ