ETV Bharat / bharat

ଟମାଟୋ ବିକି ହେଲେ କୋଟିପତି, ମାସକରେ ରୋଜଗାର କଲେ ଦେଢ଼ କୋଟି

author img

By

Published : Jul 15, 2023, 8:41 PM IST

ଦେଶରେ ଟମାଟୋର ବର୍ଦ୍ଧିତ ଦର ଚାଷୀଙ୍କୁ କରିଦେଇଛି କୋଟିପତି । ମହାରାଷ୍ଟ୍ର ପୁନେ ଜିଲ୍ଲାର ଚାଷୀ ତୁକାରାମ ଭାଗୋଜି ଗାୟକର ଟମାଟୋ ବିକ୍ରି କରି ଗୋଟିଏ ମାସରେ ଦେଢ଼କୋଟି ଟଙ୍କା ରୋଜଗାର କରିଛନ୍ତି । ଅଧିକ ପଢ଼ନ୍ତୁ

farmer becomes millionaire by selling tomatoes
ଟମାଟୋ ବିକ୍ରି କରି କୋଟିପତି

ମୁମ୍ବାଇ: ଦେଶରେ ଟମାଟୋର ଦର ଆକାଶ ଛୁଆଁ । ଅନ୍ୟ ପରିବା ଅପେକ୍ଷା ବଳିଯାଇଛି ଟମାଟୋର ଦର । ଗରିବ କି ଧନୀ, ଯେ କେହିବି ଟମାଟୋ ଦର ଶୁଣିଲେ ଛାନିଆ ହୋଇପଡୁଛି । ଗ୍ରାହକ ଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଏଥିପାଇଁ ଚିନ୍ତାରେ । ହେଲେ ବର୍ଦ୍ଧିତ ଟମାଟୋ ଦର ଚାଷୀଙ୍କୁ କୋଟିପତି ବନାଇଦେଇଛି । ମହାରାଷ୍ଟ୍ର ପୁନେ ଜିଲ୍ଲାର ତୁକାରାମ ଭାଗୋଜି ଗାୟକର ଏବଂ ତାଙ୍କ ପରିବାର ଗୋଟିଏ ମାସରେ ଦେଢ କୋଟି ଟଙ୍କାର ଟମାଟୋ ବିକ୍ରି କରି ଚର୍ଚ୍ଚାରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ତରକାରୀରେ ଟମାଟୋ ପକାଇଲେ ସ୍ୱାମୀ, ରାଗରେ ଘର ଛାଡ଼ିଦେଲେ ସ୍ତ୍ରୀ

ତୁକାରାମ ଭାଗୋଜି ଗାୟକରଙ୍କ ୧୮ ଏକର ଜମି ରହିଛି । ସେଥିରୁ ୧୨ ଏକର ଜମିରେ ତାଙ୍କ ପୁଅ ଇଶ୍ବର ଗାୟକର ଏବଂ ବୋହୂ ସୋନାଲିଙ୍କ ସାହାଯ୍ୟରେ ଟମାଟୋ ଚାଷ କରିଥିଲେ । ସେମାନଙ୍କ କହିବା ଅନୁଯାୟୀ, ଉନ୍ନତମାନର ସାର ଓ କୀଟନାଶକର ସଠିକ ବ୍ୟବହାର ଯୋଗୁଁ ଭଲ ଅମଳ ହୋଇଛି । ଗତ ମାସରେ ତୁକାରାମ ଟୋମାଟୋ କ୍ରେଟ ପିଛା ୨,୧୦୦ ଟଙ୍କାରେ ବିକ୍ରି କରନ୍ତି । ଶୁକ୍ରବାର ଦିନ ମୋଟ ୯୦୦ କ୍ରେଟ ବିକ୍ରି କରି ପ୍ରାୟ ୧୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଏକ ମାସ ମଧ୍ୟରେ ପ୍ରାୟ ୧୩ ହଜାର ଟମାଟୋ କ୍ରେଟ ବିକ୍ରି କରି ଦେଢ ଲକ୍ଷଟଙ୍କା ରୋଜଗାର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଟମାଟୋ ବିକ୍ରି ପାଇଁ ବାଉନସର ମୁତୟନ କରିଥିଲେ, 2ଜଣଙ୍କୁ ବାନ୍ଧିଲା ପୋଲିସ

ଏହା ମଧ୍ୟ ପଢ଼ନ୍ତୁ: ବିକ୍ରି ପାଇଁ ଟମାଟୋ ଷ୍ଟକ୍‌ ରଖିଥିଲେ ବ୍ୟବସାୟୀ, ଚୋରି କରି ନେଲେ ଦୁର୍ବୃତ୍ତ

ତୁକାରାମଙ୍କ ପୁରା ପରିବାର ଟମାଟୋ ଚାଷରେ ନିୟୋଜିତ ରହିଛନ୍ତି । ତୁକରାମଙ୍କ ବୋହୁ ସୋନାଲି ଚାଷ ରୋପଣ ଠାରୁ ଆରମ୍ଭ କରି ଅମଳ ଏବଂ ପ୍ୟାକେଜିଂ ଭଳି କାର୍ଯ୍ୟର ପରିଚାଳନା କରୁଥିବା ବେଳେ ତାଙ୍କ ପୁଅ ଇଶ୍ବର ବିକ୍ରିବଟା ଏବଂ ମାର୍କେଟିଂ କଥା ବୁଝନ୍ତି । ଗତ ତିନି ମାସର କଠିନ ପରିଶ୍ରମ ଫଳପ୍ରଦ ହୋଇଥିବା ତୁକରାମ କହିଛନ୍ତି । ପୁନେ ଜିଲ୍ଲା ଜୁନ୍ନର ଅଞ୍ଚଳର ଅନେକ ଚାଷୀ ଟମାଟୋ ବିକ୍ରି କରି ଭଲ ଲାଭ କରି କୋଟିପତି ହୋଇଛନ୍ତି । ଏଠାରେ ଏକ ଟମାଟୋ କମିଟି ଏକ ମାସରେ ୮୦ କୋଟି ଟଙ୍କାର ବ୍ୟବସାୟ କରିଛି । ସେଠାରେ ଆଖପାଖ ଅଞ୍ଚଳର ପ୍ରାୟ ୧୦୦ରୁ ଅଧିକ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.