ETV Bharat / bharat

‘ବିଜେପିର ଜନ ଆଶୀର୍ବାଦ ଯାତ୍ରା ପୁଣି ବଢାଇବ କୋରୋନା ସଂକ୍ରମଣ’ - jana ashirbad yatra increase corona

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ରବିବାର କୋରୋନା ଭାଇରସ ସଙ୍କଟ ସମୟରେ ଜନ ଆଶୀର୍ବାଦ ଯାତ୍ରା ଆଯୋଜନ କରୁଥିବା ବିଜେପିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଏହି ରାଲି ପୁନଶ୍ଚ ରାଜ୍ୟରେ କୋରୋନା ଭୂତାଣୁ ନିଜର ପତିଆରା ବିସ୍ତାର କରିବାରେ ସହାୟକ ହେବ । ଅଧିକ ପଢନ୍ତୁ...

ବିଜେପିର ଜନ ଆଶୀର୍ବାଦ ଯାତ୍ରା କୋରୋନା ବଢାଇବ: ଅଜିତ ପାଓ୍ବାର

author img

By

Published : Aug 30, 2021, 6:44 AM IST

ମୁମ୍ବାଇ: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର କୋରୋନା ଭାଇରସ ସଙ୍କଟ ସମୟରେ ଜନ ଆଶୀର୍ବାଦ ଯାତ୍ରା ଆଯୋଜନ କରୁଥିବା ବିଜେପିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ଏହି ରାଲି ପୁନଶ୍ଚ ରାଜ୍ୟରେ କୋରୋନା ଭୂତାଣୁ ନିଜର ପତିଆରା ବିସ୍ତାର କରିବାରେ ସହାୟକ ହେବ । ଯାହା ଆଗାମୀ ଦିନରେ ଜଣା ପଡିବ ।

ପାୱାର କହିଛନ୍ତି ଯେ, ଗୋଟିଏ ପଟେ କେନ୍ଦ୍ର ସରକାର କୋଭିଡ ନିୟମକୁ ଠିକ ଭାବେ ଅନୁପାଳନ କରିବାକୁ କହୁଥିବା ବେଳେ ଅନ୍ୟପଟେ କେନ୍ଦ୍ର ନିଜର ଚାରି ମନ୍ତ୍ରୀଙ୍କୁ ରାଜ୍ୟରେ ରାଲି କରିବାକୁ କହୁଛନ୍ତି । ଏହି ରାଲି ଦ୍ବାରା ସୃଷ୍ଟି ହେଉଥିବା ଭିଡରେ କୋରୋନା ବିସ୍ତାର ହେବାର ଆଶଙ୍କା ଯଥେଷ୍ଟ ରହିଛି ।

ଉପମୁଖ୍ୟମନ୍ତ୍ରୀ ପାଓ୍ବାର ଆହୁରି କହିଛନ୍ତି, ଏହି ରାଲିର ପ୍ରଭାବ ସେହିସବୁ ସ୍ଥାନରେ ଦେଖିବାକୁ ମିଳିବ ଯେଉଁଠାରେ ଏହାର ଆୟୋଜନ କରାଯାଉଛି । ଯେଉଁ ସହୁ ଅଞ୍ଚଳରେ ଏହି ରାଲି କରାଯିବ ସେଠାରେ ଯଦି ସଂକ୍ରମଣ ବଢେ ତେବେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.