ETV Bharat / bharat

Maharashtra Cabinet: ମଙ୍ଗଳବାର ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

author img

By

Published : Aug 8, 2022, 5:14 PM IST

ଆସନ୍ତାକାଲି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ । କେତେ ମନ୍ତ୍ରୀ ଶପଥ ନେବେ ସେନେଇ ମିଳିନି ସ୍ପଷ୍ଟ ସୂଚନା । ପୂର୍ବାହ୍ନ 11ରେ ରାଜଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Maharashtra cabinet: ଆସନ୍ତାକାଲି ସମ୍ପ୍ରସାରଣ

ମୁମ୍ବାଇ: ଏକନାଥ ସିନ୍ଦେଙ୍କ ନେତୃତ୍ବରେ ମହାରାଷ୍ଟ୍ରରେ ସରକାର ଗଠନକୁ ମାସେ ବିତି ସାରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାବିନେଟ ସମ୍ପ୍ରସାରିତ ହୋଇପାରିନାହିଁ । କେବଳ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତେବେ ଆସନ୍ତାକାଲି (ମଙ୍ଗଳବାର) ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବାକୁ ଯାଉଥିବା ରାଜଭବନ ପକ୍ଷରୁ ସୂଚନା ମିଳିଛି ।

କ୍ୟାବିନେଟ ସମ୍ପ୍ରସାରିତ ହେବା ପୂର୍ବରୁ ସିନ୍ଦେ ଓ ଫଡନାଭିସ ମଧ୍ୟ ଏକାଧିକ ଥର ଦିଲ୍ଲୀ ଗସ୍ତ କରି ସାରିଛନ୍ତି । କେନ୍ଦ୍ରୀୟ BJP ନେତୃମଣ୍ଡଳୀଙ୍କ ସହ ଆଲୋଚନା ମଧ୍ୟ ସରିଛି । ତେବେ ଆସନ୍ତାକାଲି କେତେଜଣ ମନ୍ତ୍ରୀ ଶପଥ ନେବେ ଓ ଉଭୟ ଦଳ ମଧ୍ୟରେ ମନ୍ତ୍ରୀ ପଦକୁ ନେଇ କ'ଣ ଅନୁପାତ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିି ।

ବିଧାୟକ ସଂଖ୍ୟା ଅଧିକ ଥାଇ ମଧ୍ୟ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ଉପ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରଥିବା ବିଜେପିକୁ ଅଧିକ ଓ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀପଦ ନେଇପାରେ ବୋଲି ଅନୁମାନ କରାଯାଉଛି । ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ପର୍ବାହ୍ନ ୧୧ ରେ ରାଜଭବନ ପରିସରରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.