ETV Bharat / bharat

ଇସ୍ତଫା ଦେବେ ମହାରାଷ୍ଟ୍ର ରାଜ୍ୟପାଳ ! ଦାୟିତ୍ବରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଲେ ନିବେଦନ - ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଇସ୍ତଫା

ଇସ୍ତଫା ଦେବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତ ହୋଇ ଅବଶିଷ୍ଟ ଜୀବନ ଅଧ୍ୟୟନ ଓ ଲେଖାଲେଖିରେ ଅତିବାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଲେ ନିବେଦନ । ସୂଚନା ଦେଲା ରାଜଭବନ । ଅଧିକ ପଢ଼ନ୍ତୁ

ଇସ୍ତଫା ଦେବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ

author img

By

Published : Jan 23, 2023, 4:30 PM IST

Updated : Jan 23, 2023, 5:17 PM IST

ହାଇଦ୍ରାବାଦ: ଇସ୍ତଫା ଦେବେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ସମସ୍ତ ରାଜନୈତିକ ଦାୟିତ୍ବରୁ ତାଙ୍କୁ ମୁକ୍ତ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଇଚ୍ଛାବ୍ୟକ୍ତ କରିଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । କୋଶିୟାରୀ କହିଛନ୍ତି "ମତେ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛି ।"

  • "During the recent visit of the Hon'ble Prime Minister to Mumbai, I have conveyed to him my desire to be discharged of all political responsibilities and to spend the remainder of my life in reading, writing and other activities," tweets Maharashtra Governor Bhagat Singh Koshyari pic.twitter.com/NOOMkoUroZ

    — ANI (@ANI) January 23, 2023 " class="align-text-top noRightClick twitterSection" data=" ">

ଏହି ସୂଚନା ଆଜି ରାଜଭବନ ପକ୍ଷରୁ ମଧ୍ୟ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ରାଜନୈତିକ ଦାୟିତ୍ବରୁ ମୁକ୍ତ ହେବା ପରେ ରାଜ୍ୟପାଳ କୋଶିୟାରୀ ତାଙ୍କ ଅବଶିଷ୍ଟ ଜୀବନ ଅଧ୍ୟୟନ ଓ ଲେଖାଲେଖିରେ ଅତିବାହିତ କରିବାର ଇଚ୍ଛା ରଖିଥିବା ରାଜଭବନ କହିଛି । ନିକଟରେ ଏକାଧିକ ବିବାଦୀୟ ମନ୍ତବ୍ୟ ପାଇଁ ମହାରାଷ୍ଟ୍ରବାସୀଙ୍କ ଦ୍ବାରା ସମାଲୋଚିତ ହୋଇଥିବା ରାଜ୍ୟପାଳ କୋଶିୟାରୀ ଗଣମାଧ୍ୟମକୁ ଭାବପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି । ମହାରାଷ୍ଟ୍ର ପରି ସନ୍ଥ ସମାଜ ଓ ସମାଜ ସଂସ୍କାରଙ୍କ ମହାନ ରାଜ୍ୟରେ ରାଜ୍ୟପାଳ ଭାବେ ସାମ୍ବିଧାନିକ ଦାୟିତ୍ବରେ ଅବସ୍ଥାପିତ ହେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କୋଶିୟାରୀ କହିଥିଲେ ।

ରାଜଭବନର ବିଜ୍ଞପ୍ତିରେ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଠାରୁ ଢେର ସାରା ଶ୍ରଦ୍ଧା ଓ ଭଲପାଇବା ମଳିଛି । ସେହିପରି ଗତ 3ବର୍ଷ ମଧ୍ୟରେ ଅନୁରୂପ ଭାବେ ମହାରାଷ୍ଟ୍ରର ଜନତା ମଧ୍ୟ ଯେଉଁ ଶ୍ରଦ୍ଧା ଦେଇଛନ୍ତି, ତାହା ଭୁଲିବା ସମ୍ଭବ ନୁହେଁ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ମୁଁ ମୋ ଇଚ୍ଛା ସମ୍ପର୍କରେ ତାଙ୍କୁ ଅବଗତ କରିଥିଲି । ମୁଁ ମୋର ଅବଶିଷ୍ଟ ଜୀବନ ରାଜନୈତିକ ଦାୟିତ୍ବରୁ ଦୂରରେ ରହି ଅଧ୍ୟୟନ ଓ ଲେଖାଲେଖିରେ ଅତିବାହିତ କରିବାକୁ ଚାହୁଁଛି । ମହାରାଷ୍ଟ୍ର ପରି ମହାନ ରାଜ୍ୟରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିବାର ଅବସର ପାଇବା ମୋ ପାଇଁ ସୌଭାଗ୍ୟର ବିଷୟ ।"

2019 ସେପ୍ଟେମ୍ବରରେ ମହାରାଷ୍ଟ୍ର ରାଜ୍ୟପାଳ ଭାବେ କୋଶିୟାରୀଙ୍କୁ ନିଯୁକ୍ତି ମିଳିଥିଲା । ତେବେ ନିଜର ମାତ୍ର ତିନି ବର୍ଷ କାର୍ଯ୍ୟକାଳରେ ଏକାଧିକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ପରିସରକୁ ସେ ଆସିଥିଲେ । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଶ୍ରେଷ୍ଠ ମରାଠା ଶାସକ ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରୁଣା ଆଦର୍ଶ (ଓଲ୍ଡ ଆଇକନ) କହି ମହାରାଷ୍ଟ୍ରବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ କୋଶିୟାରୀ । ରାଜ୍ୟପାଳଙ୍କୁ ହଟାଇବା ପାଇଁ ଦାବି ଉଠିବା ସହ ଏକାଧିକ ରାଜନୈତିକ ସଂଗଠନ ଏହାକୁ ମରାଠା ଜାତି ପ୍ରତି ରାଜ୍ୟପାଳଙ୍କ ଅପମାନଜନକ ମନ୍ତବ୍ୟ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2023, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.