ETV Bharat / bharat

ଅରୁଣାଞ୍ଚଳ ପ୍ରଦେଶରେ 4.4 ତୀବ୍ରତାର ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ - Arunachal Pradesh

ଅରୁଣାଞ୍ଚଳ ପ୍ରଦେଶରେ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା 4.4 । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଅଧିକ ପଢନ୍ତୁ...

ଅରୁଣାଞ୍ଚଳ ପ୍ରଦେଶରେ ମୃଦୁ ଭୂକମ୍ପ , ରିକ୍ଟର ସ୍କେଲରେ ତୀବ୍ରତା 4.4

author img

By

Published : Sep 4, 2021, 7:51 PM IST

ଇଟାନଗର: ଅରୁଣାଞ୍ଚଳ ପ୍ରଦେଶରେ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟାବେଳେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.4 ଥିବା ରେକର୍ଡ କରାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଅରୁଣାଞ୍ଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ସନ୍ଧ୍ୟା ପ୍ରାୟ ୫.35ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଲୋକମାନେ ଘର ବାହାରକୁ ଧାଇଁବା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହାର ଉତ୍ପତିସ୍ଥଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନ ଥିବାବେଳେ ଏହାର ତୀବ୍ରତା 4.4 ଥିବା ସ୍ପଷ୍ଟ କରାଯାଇଛି । ଏହାର କମ୍ପନ ମାତ୍ରା ସାମାନ୍ୟ ଥିବାରୁ ରାଜ୍ୟର କୌଣସି ସ୍ଥାନରେ ଅଘଟଣ ଘଟିଥିବାର ସୂଚନା ରେକର୍ଡ ହୋଇ ନ ଥିବା ସରକାରୀ ଭାବେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.