ETV Bharat / bharat

ବାପା ୱେଲ୍ଡିଂ ମିସ୍ତ୍ରୀ, JEE Mainsରେ ପୁଅ ରଖିଲେ 99.93 ପ୍ରତିଶତ ମାର୍କ - ଶ୍ରମିକଙ୍କ ପୁଅ ଜେଇଇ ମେନସରେ ସଫଳ

ମଧ୍ୟପ୍ରେଦେଶ ଇନ୍ଦୋରର ଏକ ଗରିବା ପରିବାର ଦୀପକ ପ୍ରଜାପତି ପ୍ରଥମ ପ୍ରୟାସରେ JEE ମେନସରେ 99.93 ପ୍ରତିଶତ ମାର୍କ ରଖିଛନ୍ତି ଦୀପକ । ଅଧିକ ପଢନ୍ତୁ

ବାପା ୱେଲ୍ଡିଂ ମିସ୍ତ୍ରୀ, JEE Mainsରେ ପୁଅ ରଖିଲେ 99.93 ପ୍ରତିଶତ ମାର୍କ

author img

By

Published : Jul 14, 2022, 4:30 PM IST

ଭୋପାଳ: କଠିନ ପରିଶ୍ରମ ଓ ଆତ୍ମବିଶ୍ବାସରେ ସଫଳତା ହାସଲ କରିବା ସହଜ ହୋଇଥାଏ । ପରିସ୍ଥିତି ଯାହା ବି ହେଉ ସଫଳତା ନିଶ୍ଚିନ୍ତ ମିଳିଥାଏ । ସେମିତି କିଛି ପ୍ରେରଣାଦାୟୀ ସଫଳତା ହାସଲ କରିଛନ୍ତି ମଧ୍ୟପ୍ରେଦେଶ ଇନ୍ଦୋରର ଦୀପକ ପ୍ରଜାପତି । ପ୍ରଥମ ପ୍ରୟାସରେ ଜେଇଇ(JEE) ମେନସରେ 99.93 ପ୍ରତିଶତ ମାର୍କ ରଖିଛନ୍ତି ଦୀପକ । ଜଣେ ଗରିବ ପରିବାରର ହୋଇ ମଧ୍ୟ ଆତ୍ମବିଶ୍ବାସ ବଳରେ ତାଙ୍କର ସ୍ବପ୍ନ ସାକରା ଅନେକଙ୍କ ପାଇ ପ୍ରେରଣା ହୋଇଛି ।

  • देवास मेरे भांजे श्री दीपक प्रजापति को 99.93 परसेंटाइल के साथ #JEEMains2022 परीक्षा में उच्च स्थान प्राप्त करने हेतु हार्दिक बधाई एवं उज्ज्वल भविष्य की शुभकामनाएं।

    आपने दिखा दिया है कि मन में चाह हो तो राह बनती ही है। आपकी इस उपलब्धि से मध्यप्रदेश गौरवान्वित है। pic.twitter.com/2VDJmSHUbH

    — Shivraj Singh Chouhan (@ChouhanShivraj) July 12, 2022 " class="align-text-top noRightClick twitterSection" data=" ">

ଦୀପକଙ୍କ ପରିବାର ଖୁବ ଗରିବ । ତାଙ୍କ ବାପା ରାମ ଏକବାଲ ପ୍ରଜାପତି ଜମେ ୱଲ୍ଡର ଭାବରେ କାମ କରନ୍ତି । ସମ୍ପର୍କୀୟଙ୍କଠୁ ଟଙ୍କା ଧାର କରି ଦୀପକଙ୍କୁ କୋଚିଂ ପାଇଁ ଇନ୍ଦୋର ପଠାଇଥିଲେ ରାମ ଏକବାଲ । ଘରର ଆର୍ଥିକ ପରିସ୍ଥିତ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା ହେଲେ ସେ ହାରି ନଥିଲେ ଅଧିକରୁ ଅଧିକ ପରିଶ୍ରମ କରିଥିଲେ । ଆଉ ସେ ପରିଶ୍ରମର ଫଳ ତାଙ୍କୁ ମିଳିଛି । ପ୍ରଥମ ପ୍ରୟାସରେ ଜେଇଇ ମେନସରେ 99.98 ମାର୍କ ରଖିଛନ୍ତି ଦୀପକ ।

ଦୀପକ କହିଛନ୍ତି ସେ, ସେ ଇଞ୍ଜିନିୟରିଂ ବିଷୟରେ କିଛି ଜାଣି ନାହାନ୍ତି କିନ୍ତୁ ସେ ତାଙ୍କ ପରିବାରର ଦାରିଦ୍ରତାକୁ ଦୂର କରିବାକୁ ଚାହାନ୍ତି ଏବଂ IIT ପ୍ରସ୍ତୁତି ଆରମ୍ଭ କରିଥିଲେ । ଏକାଦଶରେ ପଢୁଥିବା ସମୟରୁ ହିଁ ସେ ଆଇଆଇଟି ପାଇଁ ପ୍ରସ୍ତୁତି ଚଳାଇଥିଲେ । 9 ମାସ କୋଚିଂ ନେବା ପାଇଁ ଇନ୍ଦୋର ଯାଇଥିଲେ ସେଠାରେ ତାଙ୍କ ଆଡମିସନରେ ସାହାଯ୍ୟ କରିଥିଲେ ତାଙ୍କ ସମ୍ପର୍କୀୟ । ଆଇଆଇଟି ଖଡକପୁରରେ ପଢିବା ଦୀପକଙ୍କ ସ୍ବପ୍ନ । ନା ତାଙ୍କ ଘରେ ଟଭି ଅଛି ନା ଫୋନ ତଥାପି ସେ ପାଠପଢି ସଫଳ ହୋଇଛନ୍ତି । ସୋସିଆଲ ମିଡିଆଠୁ ବହୁ ଦୂରରେ ଦୀପକ । ପାଠପଢା ଛଡା ଅବସର ସମୟରେ ବ୍ୟାଡମିଣ୍ଟନ ଓ ଫୁଟବଲ ଖେଳନ୍ତି ଦୀପକ । ଦିନକୁ 10ରୁ 12 ଘଣ୍ଟା ପରିଶ୍ରମ କରୁଥିଲେ ଦୀପକ ଯାହାର ମୂଲ୍ୟ ତାଙ୍କୁ ମିଳିଛି । ଦୀପକ ଦ୍ବାଦଶ ପରୀକ୍ଷାରେ 92.6 ମାର୍କ ରଖିଥିଲେ ।

ଦୀପକଙ୍କ ଏ କୃତକାର୍ଯ୍ୟ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ''ସାବାସ ଦୀପକ ପ୍ରଜାପତି ତୁମେ ପ୍ରମାଣ କରିଛ ଯେ ଯଦି ଇଚ୍ଛାଶକ୍ତି ଅଛି, ତେବେ ଆପେ ଆପେ ରାସ୍ତା ତିଆରି ହୋଇଥାଏ । ତୁମର ଏ ଉପଲବ୍ଧି ମଧ୍ୟପ୍ରେଦଶକୁ ଗୌରବାନ୍ନିତ କରିଛି । ତୁମର ଉଜ୍ବଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.