ETV Bharat / bharat

ଏକଜିଟ୍ ପୋଲ୍: ମଧ୍ୟ ପ୍ରଦେଶରେ କଂଗ୍ରେସ-ବିଜେପି କଡ଼ା ଟକ୍କର, ଫ୍ରଣ୍ଟଫୁଟରେ ପଦ୍ମଦଳ !

author img

By ETV Bharat Odisha Team

Published : Nov 30, 2023, 7:51 PM IST

Madhya Pradesh Exit Poll: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆସିଲା ଏକଜିଟ୍ ପୋଲ୍ । ଏଥର କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର। ଡିସେମ୍ବର 3ରେ ଏକଜାଟ୍ ପୋଲ୍ ବା ଚୂଡ଼ାନ୍ତ ଫଳାଫଳ। ଅଧିକ ପଢ଼ନ୍ତୁ...

ଏକଜିଟ୍ ପୋଲ୍: ମଧ୍ୟ ପ୍ରଦେଶରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର,

ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆସିଛି ଏକଜିଟ୍ ପୋଲ୍ । ଚଳିତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା ନେଇ ପୂର୍ବ ଆକଳନ କରିଛନ୍ତି ଅଧିକାଂଶ ସର୍ଭେ ସଂସ୍ଥା । ଡିସେମ୍ବର 3 ତାରିଖରେ ଭୋଟ୍ ଗଣତି ସହ ଘୋଷଣା ହେବ ଚୂଡ଼ାନ୍ତ ଫଳାଫଳ । 230 ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାରେ, ନଭେମ୍ବର 17 ତାରିଖରେ ହୋଇଥିଲା ଭୋଟ୍ ଗ୍ରହଣ।

ଏକଜିଟ୍ ପୋଲ୍: ଜନ କି ବାତ ବିଜେପିକୁ 100-123 ଆସନ ଦେଇଥିବା ବେଳେ କଂଗ୍ରେସକୁ 102-125 ଆସନ ଦେଇଛି । ନ୍ୟୁଜ-24 ଏବଂ ଟୁଡେଜ ଚାଣକ୍ୟ ବିଜେପିକୁ 151 ଆସନ ସହ ସ୍ପଷ୍ଟ ବହୁମତ ମିଳିବା ନେଇ ଆକଳନ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସକୁ 74 ଆସନ ମିଳିବାକୁ ଯାଉଥିବା ସଂସ୍ଥା କହିଛି । ରିପବ୍ଲିକ ଟିଭି ଓ ମାର୍ଟିଜ 118ରୁ 130 ଆସନ ସହ ବିଜେପିକୁ ଏକକ ବହୁମତ ଦେଇଥିବା ବେଳେ, କଂଗ୍ରେସକୁ 97ରୁ 107 ଆସନ ମିଳିବା ନେଇ ପୂର୍ବାନୁମାନ କରିଛି । ଟିଭି-9 ଭାରତ ବର୍ଷ ବିଜେପିକୁ 106ରୁ 116 ଆସନ ଦେଇଥିବା ବେଳେ, କଂଗ୍ରେସ ପାର୍ଟି 97ରୁ 107 ଆସନ ପାଇବ ବୋଲି ଆକଳନ କରିଛି ।

ଏହା ମଧ୍ଯ ପଢ଼ନ୍ତୁ: ରାଜସ୍ଥାନ ରଣ: ଏକଜିଟ୍ ପୋଲରେ ବିଜେପି ଆଗୁଆ, ଡିସେମ୍ବର 3ରେ ଏକଜାଟ୍ ପୋଲ୍

2018 ନିର୍ବାଚନ ଭଳି 2023ରେ ମଧ୍ୟ ପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ କରିଛନ୍ତି ଅଧିକାଂଶ ସର୍ଭେ ସଂସ୍ଥା । କିଛି ସଂସ୍ଥା ବିଜେପିକୁ ସମାନ୍ୟ ଆଗୁଆ ରଖିଥିବା ବେଳେ, ଜନ କି ବାତ୍ ର ଆକଳନ କଂଗ୍ରେସକୁ ମିଳିପାରେ ଅଧିକ ଆସନ ।

ମଧ୍ୟ ପ୍ରଦେଶ 2018 ବିଧାନସଭା ନିର୍ବାଚନ ଫଳାଫଳ: 2018 ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିଲା ବହୁମତ । 2018 ନିର୍ବାଚନରେ କଂଗ୍ରେସ ପାର୍ଟିକୁ 114ଟି ଆସନ ମିଳିଥିବା ବେଳେ, ବିଜେପି 109ଟି ଆସନରେ ବିଜୟୀ ହୋଇଥିଲା । ବହୁଜନ ସମାଜ ପାର୍ଟି (ବିଏସପି) 2ଟି ଆସନରେ ବିଜୟୀ ହୋଇଥିବା ବେଳେ, ସମାଜବାଦୀ ପାର୍ଟି (ଏସପି)କୁ ମିଳିଥିଲା 1 ଆସନ । ସେହିପରି ସ୍ବାଧୀନ ପ୍ରାର୍ଥୀମାନେ 4ଟି ଆସନରେ ବିଜୟୀ ହୋଇଥିଲେ । 2018 ନିର୍ବାଚନ ପରେ କମଲନାଥଙ୍କ ନେତୃତ୍ବରେ କଂଗ୍ରେସ ସରକାର ଗଠିତ ହୋଇଥିବା ବେଳେ, ତତକାଳୀନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ବିଦ୍ରୋହ ଏବଂ ତାଙ୍କ ସମର୍ଥିତ କିଛି କଂଗ୍ରେସ ବିଧାୟକ ଦଳଦବଳ କରିବା ପରେ,ମାତ୍ର 17 ମାସରେ କଂଗ୍ରେସ ସରକାର ଭାଙ୍ଗିଥିଲା । ପରେ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କ ନେତୃତ୍ବରେ ଗଠିତ ହୋଇଥିଲା ବିଜେପି ସରକାର।

ମଧ୍ୟ ପ୍ରଦେଶରେ ନଭେମ୍ବର 17 ତାରିଖରେ ହୋଇଥିଲା ଭୋଟ୍ ଗ୍ରହଣ । ବିଧାନସଭାର ସମସ୍ତ 230 ଆସନରେ ଗୋଟିଏ ପର୍ଯ୍ୟାୟରେ ନିଆଯାଇଥିଲା ଭୋଟ୍ । ଡିସେମ୍ବର 3 ତାରିଖରେ ଭୋଟ୍ ଗଣତି ସହ ଘୋଷଣା ହେବ ଚୂଡ଼ାନ୍ତ ଫଳାଫଳ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.