ETV Bharat / bharat

Shankaracharya Statue: ଓଁକାରେଶ୍ବରରେ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଉନ୍ମୋଚିତ - ଶଙ୍କରାଚାର୍ଯ୍ୟଙ୍କ ୧୦୮ଫୁଟ ଉଚ୍ଚ ପ୍ରତିମୂର୍ତ୍ତି

ମଧ୍ୟପ୍ରଦେଶରେ ଉନ୍ମୋଚିତ ହେଲା ବହୁପ୍ରତିକ୍ଷିତ ସନାତନ ଧର୍ମର ପୁନଃ ସଂସ୍ଥାପକ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ବିରାଟ ପ୍ରତିମୂର୍ତ୍ତି । ଭାବବିହ୍ବଳ ମୂର୍ତ୍ତି କାରିଗର, ବଖାଣିଲେ ନିଜର ଅନୁଭୂତି । ଅଧିକ ପଢନ୍ତୁ

108 feet tall statue of Adi Shankaracharya

author img

By ETV Bharat Odisha Team

Published : Sep 21, 2023, 8:56 PM IST

Updated : Sep 21, 2023, 9:05 PM IST

ଓଁକାରେଶ୍ବରରେ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୋପାଳ: ମଧ୍ୟପ୍ରଦେଶ ଉନ୍ମୋଚିତ ହେଲା ବହୁପ୍ରତିକ୍ଷିତ ସନାତନ ଧର୍ମର ପୁନଃ ସଂସ୍ଥାପକ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ବିରାଟ ପ୍ରତିମୂର୍ତ୍ତି । ଆଜି (ଗୁରୁବାର) ଓଁକାରେଶ୍ବରର ମାନ୍ଧାତା ପର୍ବତ ଉପରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଅନେକ ଧର୍ମଗୁରୁଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଛି । ମୂର୍ତ୍ତିର ଓଜନ ୧୦୦ଟନ ହୋଇଥିବା ବେଳେ ଏହା ୩ଟି ଧାତୁରେ ନିର୍ମିତ । ମାନ୍ଧାତା ପର୍ବତ ନର୍ମଦା ନଦୀ କୂଳରେ ପ୍ରାୟ ୧୧.୫ ହେକ୍ଟର ଜମିରେ ସ୍ଥାପିତ ହୋଇଛି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ।

108 feet tall statue of Adi Shankaracharya
୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ମଡେଲ ସହ ମୂର୍ତ୍ତିକାର ଭଗବାନ

ଭଗବାନ ଶଙ୍କରଙ୍କ ଅଂଶାବତାର ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨ ବର୍ଷର ଏହି ପ୍ରତିମୂର୍ତ୍ତି ୧୬ ଫୁଟ ପଦ୍ମଫୁଲ ଉପରେ ସ୍ଥାପନ କରାଯାଇଛି । ଏହି ପ୍ରତିମୂର୍ତ୍ତି ପ୍ରସିଦ୍ଧ ଚିତ୍ରକାର ବାସୁଦେବ କାମତଙ୍କ ଦ୍ବାରା ଫଟୋଚିତ୍ର ଆଧାରରେ ଏହାର ନିର୍ମାଣ କରାଯାଇଛି । ଏହାକୁ ମହାରାଷ୍ଟ୍ର ସୋଲାପୁରର ପ୍ରସିଦ୍ଧ ମୂର୍ତ୍ତିକାର ଭଗବାନ ରାମପୁର ଗଢିଛନ୍ତି । ଏନେଇ ସେ ଇଟିଭି ଭାରତ ସହିତ ଆଲୋଚନା ମଧ୍ୟ କରିଛନ୍ତି ।

ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଉନ୍ମୋଚିତ

'ଏପରି ମହତ କାର୍ଯ୍ୟ ଲାଗି ସାଧନା ଜରୁରୀ': ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶୈଶବାସ୍ଥାର ପ୍ରତିମୂର୍ତ୍ତି ଗଢିଥିବା ମୂର୍ତ୍ତିକାର ଭଗବାନ ରାମପୁର ଇଟିଭି ଭାରତ ସହିତ ଆଲୋଚନା କରି କହିଛନ୍ତି, " ଜଣେ କାରିଗର ଲାଗି ମୂର୍ତ୍ତି ଗଢିବା କୌଣସି ମୁସ୍କିଲ କାମ ନୁହେଁ, ହେଲେ ଏହି କାର୍ଯ୍ୟ ଭିନ୍ନ ଥିଲା । ଏଥିଲାଗି ଆମକୁ ସାଧନାରେ ଯିବାକୁ ପଡ଼ିଥାଏ । ଯଦି କାରିଗରର ଏକାଗ୍ରତା ସଠିକ ରୁହେ, ତାହାଲେ ସୁଫଳ ମିଳିଥାଏ । ମୁଁ ଏଥିଲାଗି ପ୍ରାର୍ଥନା କରୁଥିଲି । ପ୍ରତିଦିନ ଭୋର ୩ଟାରୁ ୪ଟା ମଧ୍ୟରେ ଉଠୁଥିଲି । ପ୍ରଥମ କାମ ଥିଲା ଏହି ପ୍ରତିମୂର୍ତ୍ତିର ମଡେଲର ସ୍ବରୂପ ଭାବରେ ଆଣିବା । ଏହା କେବଳ ସାଧନା ଦ୍ବାରା ହିଁ ସମ୍ଭବ । ମୁଁ ତ କହିବି ସେ ହିଁ ସବୁ କରିଛନ୍ତି, ଆମେ ନିମିତ ମାତ୍ର । "

  • जीव मात्र में एक ही ब्रह्म की सत्ता का दर्शन कर अद्वैत वेदांत का प्रतिपादन करने वाले आदि शंकराचार्य जी ने भारत को जिस सांस्कृतिक धरातल पर एक सूत्र में पिरोया, वह युग-युगांतर के लिए उनका अद्भुत प्रदेय है।

    एकात्म धाम की स्थापना आचार्य शंकर के महान व्यक्तित्व और कृतित्व के अनुरूप… pic.twitter.com/3KjNf76NQ6

    — Shivraj Singh Chouhan (@ChouhanShivraj) September 21, 2023 " class="align-text-top noRightClick twitterSection" data=" ">

ଦେଶରୁ ୧୫ ଜଣ ମୂର୍ତ୍ତି କାରିଗରଙ୍କ ହୋଇଥିଲା ଚୟନ: ଏହି ପ୍ରତିମୂର୍ତ୍ତିର ମଡେଲକୁ ତିଆରି କରିବା ଲାଗି ସାରା ଦେଶରୁ ପ୍ରାୟ ୧୫ ଜଣ ମୂର୍ତ୍ତି କାରିଗରଙ୍କୁ ଚୟନ କରାଯାଇଥିଲା । ଏମାନେ ସମସ୍ତେ ଜଣେ ଜଣେ ପ୍ରସିଦ୍ଧ ମୂର୍ତ୍ତି କାରିଗର ଥିଲେ । ପ୍ରଥମେ ଏହି ପ୍ରତିମୂର୍ତ୍ତିର ୫ ଫୁଟ ମଡେଲ ନିର୍ମାଣ କରାଯାଇଥିଲା ।

ଏହା ବି ପଢନ୍ତୁ- WATCH VIDEO: ଆମ୍ବେଦକରଙ୍କ 125 ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚିତ, ବଢିଲା ସହରର ଶୋଭା

୫ ଫୁଟ ମଡେଲରୁ ୧୦୮ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାତ୍ରା: ଏହି କାର୍ଯ୍ୟ ଲାଗି ଟେକ୍ନୋଲୋଜି ସହାୟତା ନେବାକୁ ପଡ଼ିଥିଲା ବୋଲି କହିଛନ୍ତି ମୂର୍ତ୍ତି କାରିଗର ଭଗବାନ ରାମପୁର । ଏନେଇ ସେ କହିଛନ୍ତି, " ଏବେ ଟେକ୍ନୋଲୋଜି ଏତେ ଫରୱାର୍ଡ ହୋଇଯାଇଛି ଯେ କୌଣସି ବି ମଡେଲକୁ ବଡ଼ କରିବା ଅତି ସହଜ କଥା । ଚୀନରେ ମୂର୍ତ୍ତି ଲାଗି ଧାତୁର କନଭର୍ଟ କରାଯାଇଥିଲା । ଗୁଜୁରାଟରେ ସ୍ଥାପିତ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରି ସମାନ ପଦ୍ଧତି ଆପଣାଯାଇଥିଲା । ଚୀନରେ ମୁଁ ପ୍ରାୟ ୧ ମାସ ରହି କାମ କରିଛି । "

  • श्री शंकर भगवत्पाद सनातन वैदिक संस्कृति के सर्वोच्च प्रतिमान हैं। धर्म-संस्कृति के रक्षणार्थ उन्होंने जो श्रेष्ठ कार्य संपादित किए,वह अद्वितीय हैं।

    ज्ञानभूमि ओंकारेश्वर से उनके विचारों का लोकव्यापीकरण हो और समस्त विश्व एकात्मता के सार्वभौमिक संदेश को आत्मसात करे।… pic.twitter.com/ChXN2ZyYkr

ପୋଷାକ ଓ ଆଧ୍ୟାତ୍ମିକତା ଭାବକୁ ଦିଆଯାଇଛି ଗୁରୁତ୍ବ: ଏହି ପ୍ରତିମୂର୍ତ୍ତିରେ ମୁଖ୍ୟତଃ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୋଷାକ ଓ ଆଧ୍ୟାତ୍ମିକତା ଭାବକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା । ମୂର୍ତ୍ତିକୁ ଏପରି ତିଆରି କରାୟାଇଥିଲା ଯେ ଯେପରି ଆଦିଗୁରୁଙ୍କ କପଡ଼ା ଅବିକଳ କଟନ୍‌ର ଦୃଶ୍ୟମାନ ହେବ । ମୂର୍ତ୍ତିରେ ଆଦିଗୁରୁଙ୍କ ସ୍ମିତହାସ୍ୟ ଓ ମୁଖମଣ୍ଡଳୀ ଉପରେ ମଧ୍ୟ ବେଶ ଗୁରୁତ୍ବର ସହିତ କାମ କରାଯାଇଥିଲା ବୋଲି ମୂର୍ତ୍ତି କାରିଗର ଭଗବାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2023, 9:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.