ETV Bharat / bharat

ସୁଞ୍ଜୱାନା ସହିଦଙ୍କ ପରିବାରକୁ ଏକ କୋଟି ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ସରକାର

ଜମ୍ମୁକଶ୍ମୀର ସୁଞ୍ଜୱାନ ଏନକାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ଆକ୍ରମଣରେ CRPF ଯବାନ ଶଙ୍କର ପ୍ରସାଦ ପଟେଲ ସହିଦ ହୋଇଥିବାବେଳେ ତାଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ

mp cm announces ex gratia amount of rs one crore family of cisf personnel
ସୁଞ୍ଜୱାନାରେ ଆତଙ୍କୀ ଆକ୍ରମଣ ଘଟଣା, ସହିଦଙ୍କ ପରିବାରକୁ 1କୋଟି ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ସରକାର
author img

By

Published : Apr 24, 2022, 4:32 PM IST

ଭୋପାଳ: ଜମ୍ମୁକଶ୍ମୀର ସୁଞ୍ଜୱାନରେ ଯବାନଙ୍କ ଗାଡ଼ିକୁ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ଦୁଇ ଆତ୍ମଘାତୀ ଆତଙ୍କବାଦୀଙ୍କ ଆକ୍ରମଣରେ CISF ଯବାନ ଶଙ୍କର ପ୍ରସାଦ ପଟେଲ ସହିଦ ହୋଇଥିଲେ । ମଧ୍ୟପ୍ରଦେଶର ସାତନା ଜିଲ୍ଲାର ନାଉଗାୱାନ ଗ୍ରାମରେ ସହିଦ CISF ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର(ASI) ଶଙ୍କର ପ୍ରସାଦଙ୍କ ପ୍ରସାଦଙ୍କ ପାର୍ଥୀବ ଶରୀର ପହଞ୍ଚିଛି । ରବିବାର ତାଙ୍କର ଶେଷକୃତ୍ୟ ସଂପନ୍ନ ନେଇ ସୂଚନା ରହିଛି ।

ସହିଦ ଶଙ୍କର ପ୍ରସାଦଙ୍କ ମୃତ୍ୟୁରେ ଦଃଖ ପ୍ରକାଶ କରିବା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୧ କୋଟି ଟଙ୍କାର ସହାୟତା, ପରିବାରରୁ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଓ ଶଙ୍କର ପ୍ରସାଦଙ୍କ ନାମରେ ଏକ ଅନୁଷ୍ଠାନ କରିବାକୁ ଘୋଷଣା କରିଛନ୍ତି ।

ସୂଚନା ଥାଉକି, ଅଗଷ୍ଟ ୨୯ରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରାଜନୈତିକ ଜାମ୍ମୁ-କାଶ୍ମୀର ଗସ୍ତର ଦୁଇଦିନ ପୂର୍ବରୁ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସୁଞ୍ଜୱାନା ଅଞ୍ଚଳରେ ପ୍ରାୟ ୧୫ଜଣ CRPF ଯବାନଙ୍କୁ ନେଇ ଏକ ସେନା ବସ୍‌ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

ଯବାନଙ୍କ ଗାଡି ଅତିକ୍ରମ କଲାବେଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଆତଙ୍କବାଦୀଙ୍କ ଏହି ବର୍ବରକାଣ୍ଡ ପରେ, ସୁରକ୍ଷାବାହିନୀ ଓ ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ । ତେବେ ଦୁର୍ଭ୍ୟଗ୍ୟପୂର୍ଣ୍ଣ ଭାବେ ଜଣେ ଯବାନ ସହିଦ ହୋଇଥିଲେ ଓ ୪ ଜଣ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.