ETV Bharat / bharat

ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର - ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ 2023

Madhyapradesh Assembly Election Result 2023: ମଧ୍ୟପ୍ରଦେଶରେ କିଏ ଗଢିବ ସରକାର । କିଏ ପିନ୍ଧିବ ବିଜୟ ମୁକୁଟ । ମଧ୍ୟପ୍ରଦେଶ ସମେତ 4 ରାଜ୍ୟରେ ଆଜି ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । 230 ବିଧାନସଭା ଆସନରେ ବିଜେପି, କଂଗ୍ରେସର ମୋଟ 2533 ପ୍ରାର୍ଥୀଙ୍କ ପରୀକ୍ଷା ଫଳ ବାହାରିବ । 5 କୋଟି 60 ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ 8ଟାରୁ ଆରମ୍ଭ ହେବ ଭୋଟ ଗଣତି ।

Madhya pradesh Election Result 2023
Madhyapradesh Election Result
author img

By ETV Bharat Odisha Team

Published : Dec 3, 2023, 7:19 AM IST

ଭୋପାଳ: କିଏ ହେବ ମଧ୍ୟପ୍ରଦେଶ ମହାରାଜା । ସତ ହେବ ଏକଜିଟ ପୋଲ ନା ବଦଳିବ ଧାରା । କମଳ ଫୁଟିବ ନା କମାଲ କରିବେ କମଳନାଥ । ମଧ୍ୟପ୍ରଦେଶ ସମେତ 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ଅପରାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ମଧ୍ୟପ୍ରେଦଶ ଜନତା ଜନାର୍ଦ୍ଦନ କାହାକୁ ଜନାଦେଶ ଦେଇଛନ୍ତି । ରାଜ୍ୟରେ ପଦ୍ମ ଫୁଟିବା ନା କମଳନାଥଙ୍କ ହାତକୁ କ୍ଷମତା ଆସିବ ତାହା ଜଣାପଡିବ । ରାଜ୍ୟର 230 ଆସନରେ ବିଜେପି ଓ କଂଗ୍ରେସ ସମେତ ମୋଟ 2533 ପ୍ରାର୍ଥୀଙ୍କର ପରୀକ୍ଷା ଫଳ ବାହାରିବ । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ ଗତ ନଭେମ୍ବର 17 ତାରିଖରେ ଏମାନଙ୍କ ଭାଗ୍ୟ ସିଲ ହୋଇଥିଲା । ବୁଥ ବାହୁଡା ଆକଳନ ଅନୁସାରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ।

କମଳ ନା କମଳନାଥ: ମଧ୍ୟପ୍ରଦେଶରେ କମଳ ନା କମଳନାଥ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ପ୍ରଶ୍ନର ଉତ୍ତର ଇଭିଏମ ଖୋଲିବା ପରେ ସ୍ପଷ୍ଟ ହୋଇଯିବ । ଏଠାରେ ବିଜେପି ଓ କଂଗ୍ରେସ ଦୁଇ ଦଳ ନିଜ ନିଜର ବିଜୟ ନେଇ ଦାବି କରିଛନ୍ତି । ନିର୍ବାଚନୀ ଲଢେଇରେ କାହାର ଦାବି ସତ ହେବ କାହାର ପତ୍ତା କଟିବ ଏହି ଚିତ୍ର ସ୍ପଷ୍ଟ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । କାଉଣ୍ଟିଂ ପୂର୍ବରୁ ଆସିଥିବା ଏକଜିଟ ପୋଲ ମତ ଅନୁସାରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବ । ବୁଥବାହୁଡା ମତ କଂଗ୍ରେସ ବିପକ୍ଷରେ ରହିଛି । ମାତ୍ର କମଳନାଥଙ୍କୁ ଏଥର ବିଜେପିର ପରାଜୟ ହେବ ବିଶ୍ବାସ ରହିଛି । ଇଣ୍ଡିଆ ଟୁଡେ ଆକ୍ସିସ ଆକଳନ ଅନୁସାରେ ରାଜ୍ୟରେ ବିଜେପିକୁ 140ରୁ 162 ଆସନ ମିଳିବ । ସେହିପରି କଂଗ୍ରେସକୁ 68ରୁ 90 ଆସନ ମିଳିବ ।

ଏହା ବି ପଢନ୍ତୁ...ଏକଜିଟ୍ ପୋଲ୍: ମଧ୍ୟ ପ୍ରଦେଶରେ କଂଗ୍ରେସ-ବିଜେପି କଡ଼ା ଟକ୍କର, ଫ୍ରଣ୍ଟଫୁଟରେ ପଦ୍ମଦଳ !

କଣ କହୁଛି ଏକଜିଟ ପୋଲ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଆସିଥିବା ଏକଜିଟ ପୋଲ ଅନୁସାରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବ । 2018 ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ଲଢେଇ ହେବ ବୋଲି ପୂର୍ବାନୁମାନ କରାଯାଇଛି । କିଛି ସଂସ୍ଥା ବିଜେପିକୁ ସାମାନ୍ୟ ଆଗୁଆ ରଖିଥିବାବେଳେ କଂଗ୍ରେସକୁ ଅଧିକ ଆସନ ମିଳିପାରେ ବୋଲି ଜନ କି ବାତ୍ ଆକଳନ କରିଛି ।

2018 ନିର୍ବାଚନ ଫଳାଫଳ: 2018 ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିଥିଲା । କଂଗ୍ରେସ ଦଳ 114ଟି ଆସନ ଦଖଲ କରିଥିବା ବେଳେ ବିଜେପି 109ଟି ଆସନରେ ବିଜୟୀ ହୋଇଥିଲା । ବିଏସପି 2ଟି ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟିକୁ 1ଟି ଆସନ ମିଳିଥିଲା । ସେହିପରି ସ୍ବାଧୀନ ପ୍ରାର୍ଥୀମାନେ 4ଟି ଆସନରେ ବିଜୟୀ ହୋଇଥିଲେ । କମଳନାଥଙ୍କ ନେତୃତ୍ବରେ କଂଗ୍ରେସ ସରକାର ଗଠନ କରିଥିଲା । ମାତ୍ର କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ କଂଗ୍ରେସ ବିଧାୟକ ଦଳବଦଳ କରିଥିଲେ । ମାତ୍ର 17ମାସରେ ରାଜ୍ୟରେ କଂଗ୍ରେସ ସରକାର ଭାଙ୍ଗିଥିଲା । ବିଜେପି ନେତା ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପ୍ରକାଶ ଥାଉ କି ମଧ୍ୟ ପ୍ରଦେଶରେ 230 ଆସନ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.