ETV Bharat / bharat

ମହାରାଷ୍ଟ୍ରରେ ଲାଗିବ ଲକଡାଉନ! ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ

author img

By

Published : Mar 28, 2021, 6:11 PM IST

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବଡ ସଙ୍କେତ ଦେଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ଲାଗିପାରେ ଲକଡାଉନ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଲାଗିବ ଲକଡାଉନ ! ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ

ମୁମ୍ବାଇ: ମହାରାଷ୍ଟ୍ରରେ ଅଣାୟତ ମହାମାରୀ । ଚିନ୍ତା ବଢାଉଛି କୋରୋନା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବଡ ସଙ୍କେତ ଦେଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ଲାଗିପାରେ ଲକଡାଉନ ।

ମହାରାଷ୍ଟ୍ରରେ ଦିନକୁ ଦିନ ବଢିଚାଲିଥିବା ମହାମାରୀ କୋରୋନା ସଂକ୍ରମଣ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଯଦି ଜନସାଧାରଣ କୋରୋନା ଗାଇଡଲାଇନକୁ ପାଳନ କରୁନାହାଁନ୍ତି, ତାହେଲେ ଲକଡାଉନର ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଉଦ୍ଧବ ।

ରାଜ୍ୟରେ ପୁନର୍ବାର ଲକଡାଉନ ଲାଗୁ କରିବାର ସଙ୍କେତ ଦେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ସମସ୍ତ ନିୟମକୁ କଡାକଡି ପାଳନ କରାଯିବା ଦରକାର । ଏହାସତ୍ତ୍ବେ ଯଦି ଲୋକେ ନିୟମର ଅନୁପାଳନ କରୁନାହାଁନ୍ତି, ତେବେ ଲକଡାଉନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ବୈଠକରେ ଦିନକୁ ଦିନ ବଢୁଥିବା କୋରୋନା ମାମଲାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଉଦ୍ଧବ ଠାକରେ। ସେ କହିଛନ୍ତି, ସଂକ୍ରମଣ ମାମଲା ବୃଦ୍ଧି ଯୋଗୁଁ ସ୍ବାସ୍ଥ୍ୟ ସୁବିଧା ହ୍ରାସ ପାଇବାରେ ଲାଗିଛି। ଏନେଇ ସରକାର ଏହାକୁ ଗମ୍ଭୀରତାର ସହ ନେଉଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.