ETV Bharat / bharat

Ludhiana Court Bomb Blast Case: ମୁଖ୍ୟ ଅଭିଯୁକ୍ତ ଘରେ ରେଡ୍‌

ଲୁଧିଆନା ବମ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁ୍କ୍ତ ଗଗନଦୀପ ସିଂହ ଘରେ ରେଡ । ଗୁରୁ ତେଗ ବାହାଦୂର ନଗର ସ୍ଥିତ ପୁରୁଣା ଘରେ ଚଢାଉ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 30, 2022, 2:01 PM IST

ମୁଖ୍ୟ ଅଭିଯୁକ୍ତ ଘରେ ରେଡ
ମୁଖ୍ୟ ଅଭିଯୁକ୍ତ ଘରେ ରେଡ

ଚଣ୍ଡିଗଡ: ଲୁଧିଆନା ବମ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁ୍କ୍ତ ଗଗନଦୀପ ସିଂହ ଘରେ ରେଡ । ଗୁରୁ ତେଗ ବାହାଦୂର ନଗର ସ୍ଥିତ ପୁରୁଣା ଘରେ ଏନଆଇଏ ଟିମ୍‌ ଚଢାଉ କରିଛି । ବର୍ତ୍ତମାନ ସୁଦ୍ଧା ଚଢାଉ ଜାରି ରହିଛି । ଘଟଣାସ୍ଥଳକୁ କାହାକୁ ବି ଛଡା ଯାଉନାହିଁ ।

ମିଳିଥିବା ସୂଚନା ଅନୁସାରେ, ଗଗନଦୀପ ପ୍ରଫେସର କଲୋନୀକୁ ଯିବା ପୂର୍ବରୁ ପରିବାର ସହିତ ଏହି ଘରେ ରହୁଥିଲା । କିଛି ଦିନ ପରେ ଏ ଘରଟି ବନ୍ଦ ପଡିିଥିଲା । ଲୁଧିଆନା ବିସ୍ଫୋରଣ ମାମଲାରେ ତଦନ୍ତ କରୁଥିବା ଏନଆଇଏ (National Investigation Agency) ଟିମ ଅଚାନକ ଏ ବନ୍ଦ ଘରେ ରେଡ ମାରିବା କିଛି ବଡ ସୁଗାର ମିଳିଥିବା ନେଇ ସଙ୍କେତ ଦେଉଛି । କାହାକୁ ବି ଘର ନିକଟକୁ ଯିବାକୁ ଅନୁମତି ମିଳୁନାହିଁ । କିଛି ବିଶେଷ ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ ।

ପ୍ରକାଶ ଥାଉ କି, ୨୦୨୧ ଡିସେମ୍ବର ୨୩ ତାରିଖରେ ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ଦ୍ବିତୀୟ ମହଲାରେ ଗଗନଦୀପ ସିଂହ ବିସ୍ଫୋରଣ କରିଥିଲା । ଏଥିରେ ଗଗନଦୀପରୁ ମୃ୍ତ୍ୟୁ ହୋଇଥିଲା । ବିସ୍ଫୋରଣରେ ୬ଜଣ ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.