ETV Bharat / bharat

ଦିଲ୍ଲୀରେ ବଢୁଛି ସଂକ୍ରମଣ, ଲକଡାଉନ ଏହାର ସମାଧାନ ନୁହେଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Mar 27, 2021, 12:55 PM IST

ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ବଢୁଥିବାରୁ ଲକଡାଉନ ଏହାର ସମାଧାନ ନୁହେଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବଢୁଛି ସଂକ୍ରମଣ, ଲକଡାଉନ ଏହାର ସମାଧାନ ନୁହେଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଦିଲ୍ଲୀରେ ବଢୁଛି ସଂକ୍ରମଣ, ଲକଡାଉନ ଏହାର ସମାଧାନ ନୁହେଁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ଲକଡାଉନ ଲାଗୁ କରିବା ଏହାର ସମାଧାନ ନୁହେଁ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶନିବାର କହିଛନ୍ତି ।

ଏହି ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶରେ ମହାମାରୀ ପ୍ରଥମେ ବ୍ୟାପିବା ସମୟରେ ଲୋକମାନେ ଏହି କୋରୋନା ଭାଇରସ ସମ୍ପର୍କରେ ବିଶେଷ କିଛି ଜାଣିନଥିଲେ । ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଦେଶରେ ଲକଡାଉନ ଲାଗୁ କରାଯାଇଥିଲା । ତେବେ 14 ଦିନ ପରେ ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ କି ନାହିଁ ଜାଣିବାକୁ ମିଳୁଥିଲା । ପରେ 21 ଦିନ ସଙ୍ଗରୋଧରେ ରହିଲେ ଏହି ମହାମାରୀ ସଂକ୍ରମଣକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ । ଏଥିଲାଗି ଲକଡାଉନର ସମୟସୀମାକୁ ବଢାଇବା ପରେ ମଧ୍ୟ କୋରୋନା ମହାମାରୀ ସଂକ୍ରମଣକୁ ରୋକିବାରେ ଆମେ ଅକ୍ଷମ । ଏଣୁ ମହାମାରୀକୁ ରୋକିବା ପାଇଁ ଲକଡାଉନ ଲାଗୁ କରିବା ଏହାର ସମାଧାନ ନୁହେଁ ବୋଲି ସେ କହିଛନ୍ତି ।

କୋରୋନା ସଂକ୍ରମଣରେ ସୁଧାର ଆସିବା ପରେ ପୁଣି ଗତ କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ତେବେ ଏଥିଲାଗି ଦିଲ୍ଲୀରେ କୋଭିଡ ପରୀକ୍ଷଣ ସଂଖ୍ୟାରେ ବୃଦ୍ଧି ଘଟାଇ ଦିନକୁ ପ୍ରାୟ 85 ହଜାରରୁ 90 ହଜାର ପରୀକ୍ଷଣ କରାଯାଉଛି । ଏହାସହିତ ଲୋକମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବା ସହିତ ସନ୍ଦିଗ୍ଧଙ୍କୁ ସଙ୍ଗରୋଧରେ ରଖାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କୋଭିଡ ମୁକାବିଲା ପାଇଁ ଦିଲ୍ଲୀରେ ପର୍ଯ୍ୟାପ୍ତ ପରିମାଣର ଶଯ୍ୟା ରହିଛି । ତେବେ ବର୍ତ୍ତମାନ ପ୍ରାୟ 20 ପ୍ରତିଶତ ଶଯ୍ୟା ପୂର୍ଣ୍ଣ ରହିଛି । ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ଶଯ୍ୟା ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।

ଗତ ଶୁକ୍ରବାର ଦିଲ୍ଲୀରେ 1534 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 971 ଜଣ ସୁସ୍ଥ ହୋଇଛନ୍ତି ଓ 9 ଜଣଙ୍କର କୋରୋନା ଜନିତ ମୃ୍ତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ 6 ଲକ୍ଷ 54 ହଜାର 276 ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ 6051ଟି ସକ୍ରିୟ ମାମଲା ରହିଛି । ସେପଟେ 6 ଲକ୍ଷ 37 ହଜାର 238 ଜଣ ସୁସ୍ଥ ହୋଇସାରିଥିବା ବେଳେ ମୃତ୍ୟୁ ସଂଖ୍ୟା 10 ହଜାର 987ରେ ପହଞ୍ଚିଛି । କୋରୋନା ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଦିଲ୍ଲୀରେ ହୋଲି, ନବରାତ୍ରି ପର୍ବରେ ଜନ ସମାଗମକୁ ବାରଣ କରାଯାଇଥିବା ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.