ETV Bharat / bharat

Army Chief: ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

author img

By

Published : Apr 18, 2022, 6:50 PM IST

ଦେଶର ନୂଆ ସ୍ଥଳସେନା ମୁଖ୍ୟ ହେବେ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ ଏମଏମ ନରଓ୍ବାଣଙ୍କ ଠାରୁ ନେବେ ଦାୟିତ୍ବ । ଇଞ୍ଜିନିୟର ଭାବେ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାରେ ସେ ହେବେ ପ୍ରଥମ ଅଧିକାରୀ । ଅଧିକ ପଢନ୍ତୁ

New COAS: ଜେନେରାଲ ମନୋଜ ପାଣ୍ଡେ ହେବେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ସ୍ଥଳସେନାର ପରବର୍ତ୍ତୀ ନୂଆ ମୁଖ୍ୟ (COAS)ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ ପାଣ୍ଡେ ବର୍ତ୍ତମାନ ସେନାର ଉପମୁଖ୍ୟ ଭାବେ ଦାୟିତ୍ବରେ ରହିଛନ୍ତି । ଜେନେରାଲ ଏମଏମ ନରଓ୍ବାଣଙ୍କ ଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ । ଜଣେ ଇଞ୍ଜିନିୟର ଭାବେ ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିଥିବା ପ୍ରଥମ ଅଧିକାରୀ ହେଉଛନ୍ତି ଜେନେରାଲ ପାଣ୍ଡେ ।

ଚଳିତମାସ ଶେଷ ସୁଦ୍ଧା ଚଳିତ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ନରଓ୍ବାଣେଙ୍କ କର୍ଯ୍ୟକାଳ ଶେଷ ହେଉଛି । ତେବେ ନୂଆ ଆର୍ମୀଚିଫ୍‌ ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଶେଷ ହୋଇଥିବା ବେଳେ CDS ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଅନ୍ୟ ଏକ ଚର୍ଚ୍ଚା ଅନୁସାରେ ଜେନେରାଲ ଏମ.ଏମ ନରଓ୍ବାଣେ ସ୍ଥଳସେନା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବା ପରେ ତାଙ୍କୁ ହିଁ ପ୍ରତିରକ୍ଷା ପ୍ରମୁଖ (CDS) ଭାବେ ଦାୟିତ୍ବରେ ଅବସ୍ଥାପିତ କରାଯାଇପାର ଚର୍ଚ୍ଚା ହେଉଛି ।

ଅନ୍ୟପଟେ CDS ପଦବୀ ପାଇଁ ଉଭୟ ଅବସରପ୍ରାପ୍ତ ଓ କାର୍ଯ୍ୟରତ ବରିଷ୍ଠ ସେନାଧିକାରୀଙ୍କୁ ଯୋଗ୍ଯ ଭାବେ ବିଚାରକୁ ନେବା ନେଇ ସରକାର ଚିନ୍ତା କରୁଥିବା ସୂତ୍ରରୁ ଖବର ମିଳିଛି । ଫଳରେ ଜେନେରାଲ ଏମ.ଏମ ନରଓ୍ବାଣେଙ୍କୁ ଏହି ସର୍ବୋଚ୍ଚ ସାମରିକ ପଦବୀ ମିଳିପରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.