ETV Bharat / bharat

Love story gone wrong: ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ସ୍ୱାମୀଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ ସ୍ତ୍ରୀ - ଗିରଫଦାରୀ ଉପରେ କୋର୍ଟଙ୍କ ରହିତାଦେଶ

4 ବର୍ଷ ତଳେ ପୂର୍ଣ୍ଣଚ୍ଛେଦ ପଡିଥିବା ଚର୍ଚ୍ଚିତ ପ୍ରେମ କାହାଣୀରେ ଆସିଛି ଟ୍ବିଷ୍ଟ । ଏନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଅଧିକ ପଢନ୍ତୁ...

Love story gone wrong
Love story gone wrong
author img

By ETV Bharat Odisha Team

Published : Sep 16, 2023, 10:22 PM IST

ଜୟପୁର: 4 ବର୍ଷ ତଳେ ପୂର୍ଣ୍ଣଚ୍ଛେଦ ପଡିଥିବା ଚର୍ଚ୍ଚିତ ପ୍ରେମ କାହାଣୀରେ ଆସିଛି ଟ୍ବିଷ୍ଟ । ପାରସ ଆଲିଆସ ପରବେଜ ନାମକ ଜଣେ ଯୁବକଙ୍କ ସହ ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ଯୁବତୀ ଜଣକ ଦେହଜୀବୀ ଥିବାବେଳେ ବିନା କୌଣସି ସଂଶୟରେ ପାରସ ତାଙ୍କୁ ପତ୍ନୀ ରୂପେ ସ୍ବୀକାର କରିଥିଲେ । ଯୁବତୀ ଜଣକ ମୁସଲମାନରୁ ହିନ୍ଦୁ ହେବାକୁ ଧର୍ମ ପରିବର୍ତ୍ତନ କରି ପାରସଙ୍କୁ ବିବାହ ମଧ୍ୟ କରିଥିଲେ।

ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ। ହେଲେ ସେମାନଙ୍କ ଦାମ୍ପତ୍ୟ ଜୀବନ ଦୀର୍ଘ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। ଏପ୍ରିଲ 2023 ରେ ମହିଳା ଜଣକ ତାଙ୍କୁ ଗଣଦୁଷ୍କର୍ମ କରିବାକୁ ଉଦ୍ୟମ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ, ତାଙ୍କୁ ଅନୈତିକ କାର୍ଯ୍ୟ ଏବଂ ବେଶ୍ୟାବୃତ୍ତିରେ ଲିପ୍ତ କରିବାକୁ ସ୍ବାମୀ ବାଧ୍ୟ କରୁଥିବା ସେ ଅଭିଯୋଗ କରିଥିଲେ। ଏହାସହ ଦୁଷ୍କର୍ମ ସମୟର ଭିଡିଓ ଦେଖାଇ ବ୍ଲାକମେଲ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ମହିଳା। ଏଭଳି ତିକ୍ତତା ଲାଗି ରହିବା କାରଣରୁ ମହିଳା ଜଣକ ଜୁଲାଇ 2019 ରେ ସ୍ୱାମୀ ପାରସଙ୍କୁ ଛାଡପତ୍ର ଦେଇଥିଲେ।

ଏହା ବି ପଢନ୍ତୁ...Cross- Border Love Story: ଭାରତୀୟ ଯୁବକଙ୍କ ପ୍ରେମରେ ସାଉଥ କୋରିଆ ଯୁବତୀ, କହିଲେ ଆଇ ଲଭ୍‌ ଇଣ୍ଡିଆ

ଏହା ବି ପଢନ୍ତୁ...୭ ବର୍ଷର ପ୍ରେମ ବିବାହ ପାଇଁ ୭ ମାସ ଧରି ସ୍ବାମୀ ଦୁଆରେ ବସିଛି ସ୍ତ୍ରୀ

ରାଜସ୍ଥାନ ହାଇକୋର୍ଟରେ ହୋଇଥିବା ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ। ପାରସଙ୍କ ଓକିଲ ନମିତ ସକ୍ସେନା ଯୁକ୍ତି ବାଢିଛନ୍ତି ଯେ, ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା। ବରଂ ମହିଳା ଜଣକ ପୂର୍ବରୁ ଦେହଜୀବୀ ଭାବେ କାମ କରୁଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅଭ୍ୟାସରେ ପରିବର୍ତ୍ତନ ଆଣିନଥିଲେ। ବିବାହ ପରେ ମଧ୍ୟ ଏପରି କାର୍ଯ୍ୟରେ ଲିପ୍ତ ଥିବାରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।

ଏହା ବି ପଢନ୍ତୁ...ସୀମା ହାଇଦରଙ୍କ ପରେ ଜୁଲି: ବାଂଲାଦେଶରୁ ଆସିଲା ଯୁବକଙ୍କ ରକ୍ତଭିଜା ଫଟୋ

ତେବେ ତଥ୍ୟ ପ୍ରମାଣକୁ ଭିତ୍ତି କରି ପାରସଙ୍କୁ ଗିରଫ କରାନଯିବାକୁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ବରଂ ପାରସଙ୍କୁ ତଦନ୍ତରେ ସାହାଯ୍ୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପାରସଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କର ଜାମିନ ଆବେଦନକୁ ଖାରଜ କରିଥିଲେ ରାଜସ୍ଥାନ ହାଇକୋର୍ଟ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପାରସଙ୍କୁ ଆଶ୍ବସ୍ତି ମିଳିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.