ETV Bharat / bharat

ସ୍କୁଲ-ମେଡିକାଲକୁ ଦାନ ହେଲା ମସଜିଦରୁ ହଟାଯାଇଥିବା ଲାଉଡସ୍ପିକର: ଯୋଗୀ - up cm reaction on Loudspeakers remove issue

ମସଜିଦ ଗୁଡିକରେ ଅବୈଧ ଭାବେ ଲାଗିଥିବା ଲାଉଡସ୍ପିକରକୁ ହଟାଇ ଥିଲେ ସରକାର । ଏହି ଲାଉଡ ସ୍ପିକର ଗୁଡିକୁ ସ୍କୁଲ ଓ ମେଡିକାଲକୁ ଦାନ କରାଯାଉଛି ବୋଲି କହିଛନ୍ତି ୟୁପି ସିଏମ । ଅଧିକ ପଢନ୍ତୁ

ସ୍କୁଲ-ମେଡିକାଲକୁ ଦାନ ହେଲା ମସଜିଦରୁ ହଟାଯାଇଥିବା ଲାଉଡସ୍ପିକର :UP CM

author img

By

Published : May 23, 2022, 11:31 AM IST

ଲକ୍ଷ୍ନୌ: ଗତ କିଛି ତଳେ ଉତ୍ତରପ୍ରଦେଶରେ ଜାରି ରହିଥିଲା ଲାଉଡସ୍ପିକର ହଟାଅ ଅଭିଯାନ । ମସଜିଦ ଗୁଡିକରେ ଅବୈଧ ଭାବେ ଲାଗିଥିବା ଲାଉଡସ୍ପିକରକୁ ହଟାଇଥିଲେ ସରକାର । ମସଜିଦ ଗୁଡିକରୁ କଢା ଯାଇଥିବା ଲାଉଡ ସ୍ପିକର ଗୁଡିକୁ ସ୍କୁଲ ଓ ମେଡିକାଲକୁ ଦାନ କରାଯାଉଛି ବୋଲି କହିଛନ୍ତି ୟୁପି ସିଏମ ।

ବିଧାନସଭା ନିର୍ବାଚନ ପୂର୍ବରୁ ଓ ପରେ ବିଜେପି ଶାସିତ ରାଜ୍ୟ ଗୁଡିକରେ ଦଙ୍ଗା ହୋଇନାହିଁ । ଆରଏସଏସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ଏପରି ମନ୍ତବ୍ୟ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ‘ଅନେକ ରାଜ୍ୟ ଗୁଡିକରେ ନିର୍ବାଚନ ଶେଷ ହେବା ପରେ ଦଙ୍ଗା ହୋଇଥିଲା । ନିର୍ବାଚନ ସମୟରେ କି ପରେ ୟୁପିରେ କୈଣସି ଦଙ୍ଗା ହୋଇନି’ ବୋଲି କହିଛନ୍ତି ଯୋଗୀ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ୟୁପିରେ ବିଜେପି ସରକାର ଗଢିବା ପରେ ରାମ ନବମୀ ଧୁମଧାମରେ ପାଳନ ହୋଇଛି । ହନୁମାନ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବରେ ହୋଇଛି । ଏହା ହେଉଛି ସେହି ୟୁପି ଯେଉଁଠି ଛୋଟ ଛୋଟ କଥାରୁ ପୂର୍ବରୁ ଦଙ୍ଗା ସୃଷ୍ଟି ହେଉଥିଲା ’। ଏହା ପ୍ରଥମ ଥର ହୋଇଛି ଯେ, ଇଦରେ ରାସ୍ତାରେ ନମାଜ ପାଠ ଦେଖିବାକୁ ମିଳୁନି କି ମସଜିଦ ଲାଉଡ ସ୍ପିକରର ଭଲ୍ୟୁମ ଆଉ ଶୁଣାଯାଉନି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଏହା ସମ୍ଭବ ହୋଇଛି । ମସଜିଦରୁ ହଟାଯାଇଥିବା ଲାଉଡ ସ୍ପିକର ଗୁଡିକ ଏବେ ସ୍କୁଲ ଓ ହସପିଟାଲ ଗୁଡିକକୁ ଦାନ କରାଯାଉଛି ।

କେବଳ ସେତିକି ନୁହେଁ, ଗୋ ସୁରକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଯେତେବେଳେ ବିଜେପି ରାଜ୍ୟରେ କ୍ଷମତାକୁ ଆସିଲା ସେତେବେଳେ ଗୋ ଚାଲାଣ ସହ କଂସେଇଖାନା(slaughterhouses)କୁ ମଧ୍ୟ ବନ୍ଦ କରାଯାଇଥିଲା । ବୁଲା ଗୋରୁଙ୍କ ପାଇଁ 5,600 ରୁ ଅଧିକ ଗୋଶାଳା ନିର୍ମାଣ କରାଯାଇଥିଲା । ‘ଗୋବରରୁ (CNG from cow dung) ସିଏନଜି ଉତ୍ପାଦନ ପାଇଁ ଏକ ନୂତନ ବ୍ୟବସ୍ଥା କରାଯାଉଛି । ପ୍ରତି କିଲୋ ପିଛା ଲୋକଙ୍କ ଠାରୁ ୧ ଟଙ୍କାରେ କିଣାଯିବ ବୋଲି କହିଛନ୍ତି ଯୋଗୀ ’।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.