ETV Bharat / bharat

କୁଡିଆରେ ରହୁଥିବା ବୃଦ୍ଧାଙ୍କ ଆସିଲା ଲକ୍ଷେ ଟଙ୍କା ବିଜୁଳି ବିଲ୍

author img

By

Published : Jun 23, 2023, 1:06 PM IST

Updated : Jun 23, 2023, 1:44 PM IST

କର୍ଣ୍ଣାଟକରେ ଜଣେ ଗରୀବ ବୃଦ୍ଧାଙ୍କ ୧ ଲକ୍ଷରୁ ଅଧିକ ଟଙ୍କାର ବିଜୁଳି ବିଲ୍ ଆସିଛି । ଅଧିକ ପଢନ୍ତୁ

କୁଡିଆରେ ରହୁଥିବା ବୃଦ୍ଧାଙ୍କ ଆସିଲା ଲକ୍ଷେ ଟଙ୍କା ବିଜୁଳି ବିଲ୍
କୁଡିଆରେ ରହୁଥିବା ବୃଦ୍ଧାଙ୍କ ଆସିଲା ଲକ୍ଷେ ଟଙ୍କା ବିଜୁଳି ବିଲ୍

ବେଙ୍ଗାଲୁରୁ: ବୃଦ୍ଧାଙ୍କ ହୋସ୍ ଉଡାଇଲା ବିଜୁଳି ବିଲ୍ । ହଜାର କି ୧୦ ହଜାର ନୁହେଁ, ଏକାଥରେ ଲକ୍ଷ ଟଙ୍କାର ବିଲ୍ ପଠାଇଲା ବିଜୁଳି ବିତରଣ କମ୍ପାନୀ । କର୍ଣ୍ଣାଟକର ଜଣେ ଗରୀବ ବୃଦ୍ଧା ଏକୁଟିଆ ନିଜ କୁଡିଆ ଘରେ ରହୁଥିବା ବେଳେ ତାଙ୍କର ୧ ଲକ୍ଷରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ୍ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ବୃଦ୍ଧା ହେଉଛନ୍ତି କର୍ଣ୍ଣାଟକ କୋପ୍ପାଲ ଅନ୍ତର୍ଗତ ଭାଗ୍ୟନଗର ନିବାସୀ ଗିରିଜାମ୍ମା । ସେ ଘରେ ଏକାକୀ ରୁହନ୍ତି ଏବଂ ତାଙ୍କ ଘରେ କେବଳ ଦୁଇଟି ବିଜୁଳି ବଲ୍ ଅଛି । ଫ୍ୟାନଟିଏ ବି ନାହିଁ । ତଥାପି ତାଙ୍କ ପାଖକୁ ୧ ଲକ୍ଷ ୩ ହଜାର ଟଙ୍କାର ବିଜୁଲି ବିଲ୍ ଆସିଛି ।

ସୂଚନାଯୋଗ୍ୟ, 'ଗୃହ ଜ୍ୟୋତି' ଯୋଜନାରେ କର୍ଣ୍ଣାଟକ ସରକାର ରାଜ୍ୟରେ ୨୦୦ ୟୁନିଟ ଯାଏଁ ମାଗଣା ବିଜୁଳି ଯୋଗାଇବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଜୁନ ୧୮ ତାରିଖରୁ ଆବେଦନ ଦାଖଲ ଆରମ୍ଭ ହୋଇଛି । ଏହି ସମୟରେ ଭାଗ୍ୟନଗରର ଗିରିଜାମ୍ମାଙ୍କ ପାଖକୁ ୧ ଲକ୍ଷରୁ ଅଧିକ ଟଙ୍କାର ବିଜୁଳି ବିଲ୍ ଆସିଥିଲା । ଯାହାକୁ ଦେଖି ସେ କାନ୍ଦି ପକାଇଥିଲେ । ବୃଦ୍ଧାଙ୍କ ପରିବାରରେ ଆଉ କେହି ନଥିବା ବେଳେ ସେ ଅତ୍ୟନ୍ତ ଗରୀବ ଅଟନ୍ତି । ପେଟକୁ ଦିନକୁ ଦୁଇ ଓଳି ଦାନା ସଂଗ୍ରହ କରିବା ତାଙ୍କ ପାଇଁ କଷ୍ଟକର । ଗିରିଜାମ୍ମା ଘରେ କେବଳ ଦୁଇଟି ବଲ୍ ଅଛି । ଫ୍ୟାନ କି ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ମଧ୍ୟ ନାହିଁ । ହେଲେ ବିଜୁଳି ବିଲ୍ ଆସିଛି ୧,୦୩,୩୧୫ ଟଙ୍କା । ଏପରିସ୍ଥଳେ ସେ ଏତେ ଟଙ୍କା କେଉଁଠୁ ଆଣି ବିଲ୍ ପୈଠ କରିବେ ସେନେଇ ଚିନ୍ତାରେ ପଡିଛନ୍ତି ।

ପୂର୍ବରୁ ଭାଗ୍ୟଜ୍ୟୋତି ଯୋଜନାରେ ଗିରିଜାମ୍ମାଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇଥିଲା । ସେତେବେଳେ ମାସିକ ୬୦ରୁ ୭୦ ଟଙ୍କା ବିଲ୍ ଆସୁଥିଲା । ୬ ମାସ ତଳେ ବିଜୁଳି ବିତରଣ କମ୍ପାନୀ GESCOM କର୍ମଚାରୀ ତାଙ୍କ ଘରେ ନୂଆ ମିଟର ବସାଇଥିଲେ । ଯାହାଫଳରେ ଗତ ୬ ମାସରେ ତାଙ୍କର ୧ ଲକ୍ଷରୁ ଅଧିକ ଟଙ୍କାର ବିଜୁଳି ବିଲ୍ ଆସିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗରୀବଙ୍କ ପାଇଁ ଭାଗ୍ୟଜ୍ୟୋତି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏହା ଅନ୍ତର୍ଗତ ପ୍ରତି ଗରୀବ ପରିବାରକୁ ମାସିକ ୪୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯାଉଥିଲା । ୪୦ ୟୁନିଟରୁ ଅଧିକ ବିଜୁଳି ଉପଭୋଗ କ୍ଷେତ୍ରରେ ବିଲ୍ ଦେବାକୁ ପଡୁଥିଲା ।

ଏନେଇ ବୃଦ୍ଧା ଜଣକ କହିଛନ୍ତି ଯେ, ମୋ କୁଡିଆ ଘରେ କେବଳ ୨ଟି ବିଜୁଳି ବଲ୍ ଅଛି । ମୁଁ ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର କରେନି । କିନ୍ତୁ ନୂଆ ମିଟର ବସିବା ପରେ ଏତେ ଟଙ୍କାର ବିଲ୍ ଆସିଛି । ମୁଁ କୋଉଠୁ ଏତେ ଟଙ୍କା ଆଣିବି ?

ଅନ୍ୟପଟେ ଏହି ଖବର ପ୍ରଘଟ ହେବା ପରେ GESCOMର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜେଶ ଗିରିଜାମ୍ମାଙ୍କ ଘରକୁ ଯାଇ ତାଙ୍କୁ ବିଲ୍ ପୈଠ କରିବା ଦରକାର ନାହିଁ ବୋଲି ଆଶ୍ବସନା ଦେଇଛନ୍ତି । ଆମେ ବିଦ୍ୟୁତ ବିଲ୍‌ରେ ସଂଶୋଧନ କରିବୁ । କର୍ମଚାରୀଙ୍କ ଅବହେଳା ପାଇଁ ଏଭଳି ହୋଇଛି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟ କେଉଁଠୁ ଏହିଭଳି ଘଟଣା ସାମ୍ନାକୁ ଆସିଲେ ଆମେ ଯାଞ୍ଚ କରିବୁ ବୋଲି ଯନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 23, 2023, 1:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.